ଓଡିଶା

odisha

ETV Bharat / sitara

ସ୍ତ୍ରୀଙ୍କ ଏକ୍ସଙ୍କୁ ଆଲିଙ୍ଗନ କଲେ ଅଭିଷେକ - ବିବେକଙ୍କୁ ଆଲିଙ୍ଗନ

ମିଡିଆ ସାମ୍ନାରେ ବିବେକଙ୍କୁ ଆଲିଙ୍ଗନ କଲେ ଅଭିଷେକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସ୍ତ୍ରୀଙ୍କ ଏକ୍ସଙ୍କୁ ଆଲିଙ୍ଗନ କଲେ ଅଭିଷେଖ

By

Published : Sep 9, 2019, 6:37 AM IST

Updated : Sep 9, 2019, 7:26 AM IST

ମୁମ୍ବାଇ: ବିବେକଙ୍କ ସହ ଶତ୍ରୁତା ଶେଷ କଲେ ବଚ୍ଚନ ପରିବାର । ମିଡିଆ ସାମ୍ନାରେ ବିବେକଙ୍କୁ ଆଲିଙ୍ଗନ କଲେ ଅଭିଷେକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।

ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ଏକ ଇଭେଣ୍ଟରେ । ମୁମ୍ବାଇରେ ଭାରତୀୟ ବ୍ୟାଟମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କ ସମ୍ମାନ ସମାରୋହରେ ସାମିଲ ହୋଇଥିଲେ ବିଟାଉନ ସିତାରା । ଏହି କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନ ପୁଅ ଅଭିଷେକ ସେଠାରେ ପହଞ୍ଚିଥିଲେ । ଏହି ଇଭେଣ୍ଟରେ ବିବେକଙ୍କ ମଧ୍ୟ ନିଜ ପିତା ସୁରେଶ ଅବରଏ ଏବଂ ପତ୍ନୀ ପ୍ରିୟଙ୍କାଙ୍କ ସେଠାରେ ପହଞ୍ଚିଥିଲେ । ଆଉ ଏହା ମଧ୍ୟରେ ତାଙ୍କ ସାମ୍ନା ହୋଇଥିଲା ଅମିତାଭ ଏବଂ ଅଭିଷେକଙ୍କ ସହ ।

ଏହାପରେ ମିଡିଆ ସାମ୍ନାରେ ବିବେକଙ୍କ ପିତା ଅମିତାଭଙ୍କୁ ଆଲିଙ୍ଗନ କରିଥିଲା । ଏହାପରେ ବିବେକ ମଧ୍ୟ ଅମିତାଭଙ୍କୁ ଆଲିଙ୍ଗନ କରିଥିଲେ । ଏହାର କିଛି ସମୟ ପରେ ସେଠାରେ ପହଞ୍ଚିଥିଲେ ଅଭିଷେକ । ସେ ମଧ୍ୟ ବିବେକଙ୍କୁ କରିଥିଲେ ଆଲିଙ୍ଗନ ।

ଏଠାରେ ସୂଚନାଯୋଗ୍ୟ, ଗୋଟିଏ ସମୟରେ ନିଜ ରିଲେସନ୍‌ସିପକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ ବିବେକ ଓବରଏ ଏବଂ ଐଶର୍ଯ୍ୟା ରାୟ ବଚ୍ଚନ । ସଲମାନଙ୍କ ସହ ବ୍ରେକଅପ୍ ପରେ ବିବେକଙ୍କ ସହ ରିଲେସନରେ ଥିଲେ ଐଶର୍ଯ୍ୟା । ମାତ୍ର ବିବେକଙ୍କ ଗୋଟିଏ ଭୂଲ ତାଙ୍କୁ ଐଶ୍ ତାଙ୍କୁ ନିଜଠାରୁ ଦୂରେଇ ଦେଇଥିଲା । ଆଉ ଏହାପରେ ଅଭିଶେକ ବଚ୍ଚନଙ୍କୁ ବିବାହ କରି ସେ ହୋଇଥିଲେ ବଚ୍ଚନ ପରିବାରର ବୋହୂ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ ବିବେକଙ୍କୁ କ୍ଷମା କରିଦେଲେ ବଚ୍ଚନ ପିରବାର । ନା ମିଡିଆ ସାମ୍ନାରେ କିଛି ସମୟ ପାଇଁ ବିବେକଙ୍କୁ କ୍ଷମା କରିବାର ଅଭିନୟ କରିଥିଲେ ।

Last Updated : Sep 9, 2019, 7:26 AM IST

ABOUT THE AUTHOR

...view details