ଓଡିଶା

odisha

ETV Bharat / sitara

45 ବର୍ଷରେ ଅଭୟ, ବଲିଉଡରେ ସହିଛନ୍ତି ପରିବାରବାଦ

ଆଜି ଅଭୟଙ୍କ 45ତମ ଜନ୍ମଦିନ । ପରିବାରବାଦ ପ୍ରସଙ୍ଗଠୁ ନେଇ ବ୍ରେକଅପ୍ କାହାଣୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିସାରିଛନ୍ତି ଅଭିନେତା । ଅଧିକ ପଢନ୍ତୁ...

45 ବର୍ଷରେ ଅଭୟ
45 ବର୍ଷରେ ଅଭୟ

By

Published : Mar 15, 2021, 3:11 PM IST

ମୁମ୍ବାଇ: ବଲିଉଡର ଅଭିନେତା ଅଭୟ ଦେଓଲ ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଯଦିଓ ତାଙ୍କୁ ଏତେ ସଫଳତା ମିଳିନାହିଁ ତଥାପି ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ଦର୍ଶକ । ଆଜି ସେ ନିଜର 45 ତମ ଜନ୍ମଦିନ ପାଳନ କରୁଛନ୍ତି।

45 ବର୍ଷରେ ଅଭୟ

ଅଭୟ 2005ରେ ଆସିଥିବା ଇମତିଆଜ ଅଲ୍ଲୀଙ୍କ ଫିଲ୍ମ ‘ସୋଚା ନା ଥା’ ଜରିଆରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯେଉଁଥିରେ ତାଙ୍କ ସହ ଆୟଶା ଟାକିୟା ଅଭିନୟ କରିଥିଲେ । ଏହାପରେ ତାଙ୍କୁ ‘ଆହିସ୍ତା-ଆହିସ୍ତା’, ‘ଏକ ଚାଲିସ କି ଲାଷ୍ଟ ଲୋକଲ’, ‘ମନୋରମା ସିକ୍ସ ଫିଟ୍ ଅଣ୍ଡର’, ‘ଲକି’, ‘ଦେବ ଡି3, ‘ସାଂଘାଇ’, ‘ରାଞ୍ଝଣା’, ‘ଚକ୍ରଭ୍ୟୁ’, ‘ଜିନ୍ଦେଗୀ ନା ମିଲେଗି ଦୋବାରା’, ‘ନାନୁ କି ଜାନୁ’, ‘ଜିରୋ’ ଏବଂ ‘ହାପି ଭାଗଜାଏଗି’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା ।

45 ବର୍ଷରେ ଅଭୟ

ଅଭୟ ବଲିଉଡର ସେହି ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଯିଏ ସବୁ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିବାକୁ ଭଲ ପାଆନ୍ତି । ଯାହାପାଇଁ ସେ ଅନେକଥର ସମାଲୋଚନାର ଶିକାର ମଧ୍ୟ ହୋଇସାରିଛନ୍ତି । ନିକଟରେ ସେ ପରିବାରବାଦ ଶିକାର ହେବା କଥା କହି ଚର୍ଚ୍ଚାର ବିଷୟ ପାଲଟିଥିଲେ । କାରଣ ଷ୍ଟାର ଫ୍ୟାମିଲିରୁ ଆସିଥିବାରୁ ପରିବାରବାଦ ଶିକାର ହେବା କଥା ଲୋକଙ୍କୁ ହଜମ ହୋଇନଥିଲା ।

45 ବର୍ଷରେ ଅଭୟ

ଯଦି ତାଙ୍କ ଜୀବନ ବିଷୟରେ କଥା ହେବା ତାହାଲେ ସେ ପ୍ରୀତି ଦେସାଇଙ୍କ ସହ କିଛି ବର୍ଷ ରିଲେସନଶିପରେ ଥିଲେ । ହେଲେ ପରେ ଏହି ଯୋଡିଙ୍କ ବ୍ରେକଅପ୍ କଥା ଶୁଣିବାକୁ ମିଳିଥିଲା । ବିବାହକୁ ନେଇ ଦୁଇଜଣଙ୍କ ବ୍ରେକଅପ୍ ହୋଇଥିଲା । କାରଣ ପ୍ରୀତି ବିବାହ କରିବାକୁ ଚାହୁଁଥିବା ବେଳେ ଅଭୟ ଏହାର ବିପକ୍ଷରେ ଥିଲେ । କାରଣ ତାଙ୍କୁ ସବୁବେଳେ ଲାଗେ ବିବାହ ତାଙ୍କ ପାଇଁ ନୁହେଁ । ଯାହାର ଖୁଲାସା ସେ ନିଜେ ଏକ ସାକ୍ଷାତକାରରେ କରିଥିଲେ ।

ABOUT THE AUTHOR

...view details