ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆରତୀ ଛାବରିୟାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ସେ ଦୀର୍ଘସମୟରୁ ଡେଟ କରିଆସୁଥିବା ବୟଫ୍ରେଣ୍ଡ ଭିଶାରଦ ବିଡେସୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାତ ଜନ୍ମର ସାଥୀ ସାଜିଛନ୍ତି । ବିବାହର ସୂଚନା ସେ ଫ୍ୟାନ୍ସଙ୍କୁ ନିଜ ଇନଷ୍ଟାଗ୍ରାମରେ ବିବାହର ଅନେକ ଫଟୋ ସେୟାର କରି ଦେଇଛନ୍ତି । ଫଟୋର କ୍ୟାପସନରେ ସେ ଲେଥିଛନ୍ତି, "ଗେସ ହୁ ଜଷ୍ଟ ଗଟ ମ୍ୟାରେଡ! ପ୍ଲିଜ ଗିଭ ଅସ ଇୟୋର ବ୍ଲେସିଂ ।"
'ଖତରୋ କେ ଖିଲାଡି' ସିଜନ-4ର ବିଜେତା ଆରତୀ ବିବାହରେ ମେରୁନ ଲେହେଙ୍ଗା ପିନ୍ଧିଥିବା ବେଳେ ଭିଶାରଦ ଅଫ ହ୍ବାଇଟ ଆଣ୍ଡ ଗୋଲ୍ଡେନ ଶେରୱାନୀରେ ସହ ମୁଣ୍ଡରେ ମେରୁନ ପଗଡି ପିନ୍ଧିଥିବାର ନଜର ଆସିଛନ୍ତି । ଦୁଇଜଣଙ୍କ ବିବାହ ମୁମ୍ବାଇର ସମ୍ପନ୍ନ ହୋଇଛି । ଦୁଇଜଣ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସାମ୍ନାରେ ବିବାହ ବନ୍ଧିନରେ ଆବଦ୍ଧ ହୋଇଛନ୍ତି । ବିବାହରେ ଟିଭି କଳାକାର ସେହନା ବଜାଜ ଓ ରୋହିତ ପୁରୋହିତ ସାମିଲ ହୋଇଥିଲେ ।