ମୁମ୍ବାଇ: ମିଷ୍ଟର ଫରଫେକ୍ସନିଷ୍ଟ ଆମୀର ଖାନଙ୍କ ଲାଡଲୀ ଇରା ଖାନ 21 ବର୍ଷରେ ପାଦ ଥାପିଛନ୍ତି । ଇରାଙ୍କ ବର୍ଥଡେରେ ଆମୀର ଏକ ଇମୋଶନାଲ ପୋଷ୍ଟ ସେୟାର କରିଛନ୍ତି । ନିଜ ସହ ଇରାଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରି ଝିଅଙ୍କୁ ବର୍ଥଡେ ୱିଶ କରିଛନ୍ତି ଆମୀର ।
ସେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "21ତମ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ବିଶ୍ବାସ ହେଉନାହିଁ କି ତୁମେ ଏତେ ଶୀଘ୍ର ବଡ ହୋଇଗଲ । ତୁମେ ସବୁବେଳେ ମୋ ପାଇଁ 6 ବର୍ଷର ହିଁ ରହିବ । ଲଭ ୟୁ ।"
ଆମୀର ଯେଉଁ ଫଟୋ ସେୟାର କରିଛନ୍ତି ତାହା ବହୁତ ପୁରୁଣା ଫଟୋ । ଏହାକୁ ଦେଖି ଲାଗୁଛି ଯେ ଆମୀର ସେହି ସମୟରେ 'ମଙ୍ଗଲ ପାଣ୍ଡେ' ଫିଲ୍ମର ସୁଟିଂ କରୁଥିଲେ ।
ପ୍ରକାଶ ଥାଉକି ଇରା ନିକଟରେ ପିତାଙ୍କ ସହ ନିଜର କିଛି ଫଟୋକୁ ନେଇ ଆଲୋଚନାର ଶିକାର ହୋଇଥିଲେ । ଖାଲି ଏତିକି ନୁହେଁ ଏହାସହ ସେ ଇନଷ୍ଟାଗ୍ରାମରେ କୃପାଲାନୀ ନାମକ ଜଣେ ପୁଅ ସହ ଫଟୋ ସେୟାର କରିଥିଲେ । ସେହି ସମୟରେ ଶୁଣିବାକୁ ମିଳୁଥିଲା ଯେ ସେ ଇରାଙ୍କ ବୟଫ୍ରେଣ୍ଡ । ସୋସିଆଲ ମିଡିଆରେ ଇରା-କୃପଲାନୀଙ୍କ ଫଟୋକୁ ଆଧାର କରି ଅନେକ ଚର୍ଚ୍ଚା କରାଯାଇଥିଲା ।