ଓଡିଶା

odisha

ETV Bharat / sitara

କାରଗିଲ ଯବାନଙ୍କୁ ଆମୀରଙ୍କ ଭାବବିହ୍ବଳ ଚିଠି

ରିଟାୟର୍ଡ ମେଜର ଡିପି ସିଂହଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଭାବୁକ ହେଲେ ଆମୀର ଖାନ । ଟ୍ବିଟ କରି ଡିପିଙ୍କୁ ସଲମା ଜଣାଇଲେ ଆମୀର ।

By

Published : May 30, 2019, 11:19 PM IST

Updated : May 31, 2019, 8:21 AM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ନିଜ ଫିଲ୍ମ କ୍ୟାରିୟରରେ ଗୋଟିଏରୁ ବଢି ଗୋଟିଏ ହିଟ୍ ଫିଲ୍ମ ବଲିଉଡକୁ ଦେଇଛନ୍ତି । ନିକଟରେ ତାଙ୍କର ଗୋଟିଏ ହିଟ୍ ଫିଲ୍ମକୁ 20 ବର୍ଷ ପୂରଣ ହୋଇଛି । ଏହି ଫିଲ୍ମ 20 ବର୍ଷ ପୂରଣ କରିବା ଅବସରରେ କିଛି ଏମିତି ହୋଇଛି, ଯାହା ପାଇଁ ଆମୀର ଇମୋଶନାଲ ହୋଇଯାଇଛନ୍ତି । ସେ ସୋସିଆଲ ମିଡିଆ ଜରିଆରେ କାରଗିଲ ଯୁଦ୍ଧ ଯବାନଙ୍କୁ ଚିଠି ଲେଖିଛନ୍ତି । ଆମୀରଙ୍କ ଏହି ଇମୋଶନାଲ ଚିଠି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଟ୍ବିଟର@ଆମୀର ଖାନ

ଆମେ ଏଠାରେ କଥା ହେଉଛେ 1999ରେ ଆସିଥିବା ଆମୀରଙ୍କ ଫିଲ୍ମ 'ସରଫରୋଶ' ବିଷୟରେ, ଫିଲ୍ମଟି 20 ବର୍ଷରେ ପଦାର୍ପଣ କରିଛି ।

ଏହି ଅବସରରେ କାରଗିଲ ଯୁଦ୍ଧରେ ଦେଶ ପାଇଁ ନିଜ ଗୋଡ ହରାଇଥିବା ରିଟାୟର୍ଡ ମେଜର ଡିପି ସିଂହ ଫିଲ୍ମ ସହ ସମ୍ପୃକ୍ତ ଥିବା ସ୍ମୃତି ଟ୍ବିଟରରେ ସେୟାର କରିଛନ୍ତି ।

ସେ ଟ୍ବିଟ କରି ଲେଖଛନ୍ତି, "20 ବର୍ଷ ପୂର୍ବେ ଆମୀରଙ୍କ ଫିଲ୍ମ ସରଫରୋଶ ମୁଁ ଦେଖିଥିଲି । ଆଜି ପୁଣି ଏହି ଫିଲ୍ମ ମୁଁ ଦେଖିଛି । ସେହି ସମୟରେ ଏହି ଫିଲ୍ମଟିକୁ ମୁଁ ସିନେମା ହଲରେ ଦେଖିଥିଲି କିନ୍ତୁ ଏଥର ଟିଭିରେ ଦେଖିଛି । ସେହି ସମୟରେ ମୋର ଦୁଇଟି ଗୋଡ ଥିଲା କିନ୍ତୁ ଏବେ ଗୋଟିଏ ଅଛି । ଅପରେଶନ ବିଜୟ ୟୁନିଟରେ ଯୋଗଦେବା ପୂର୍ବରୁ ଏହା ମୋର ଶେଷ ଫିଲ୍ମ ଥିଲା । ଯାହାକୁ ମୁଁ ମୋର ଦୁଇଟି ଗୋଡ ଥିବା ସହ ଦେଖିଥିଲି ।"

ଅନ୍ୟପଟେ ଆମୀର ଏହି ଟ୍ବିଟର ରିପ୍ଲାଇ ଦେଇ ଲେଖିଛନ୍ତି, "ଡିୟର ମେଜର ଡିପି ସିଂହ, ଆପଣଙ୍କ ପୋଷ୍ଟ ମୋ ହୃଦୟକୁ ଦୋହଲାଇ ଦେଇଛି । ଆମେ ଆପଣଙ୍କ ସାହସ, ଶକ୍ତି ଏବଂ ବିପରୀତ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟ ରଖିବା ପାଇଁ ଆପଣଙ୍କ ସମ୍ମାନ କରୁଛୁ ।"

ଆମୀରଙ୍କ ଏହି ଟ୍ବିଟରୁ ଜଣାପଡୁଛି ଯେ ଡିପିଙ୍କ ଟ୍ବିଟରେ ଇମୋଶନାଲ ହୋଇଯାଇଛନ୍ତି ଆମୀର ।

Last Updated : May 31, 2019, 8:21 AM IST

ABOUT THE AUTHOR

...view details