ଓଡିଶା

odisha

ETV Bharat / sitara

'ଲାଲ ସିଂ ଚଡ୍ଡା' ପାଇଁ ତୁର୍କୀରେ ପହଞ୍ଚିଲେ ଆମୀର, ଫଟୋ ଭାଇରାଲ

ସୁପରଷ୍ଟାର ଆମିର ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'ର ସୁଟିଂ ଆରମ୍ଭ କରିବାକୁ ତୁର୍କୀରେ ପହଞ୍ଚିଛନ୍ତି । ଏହାର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

By

Published : Aug 9, 2020, 9:00 PM IST

Aamir Khan lands in Turkey to film Laal Singh Chaddha
'ଲାଲ ସିଂ ଚଡ୍ଡା'ର ସୁଟିଂ ପାଇଁ ତୁର୍କୀରେ ପହଞ୍ଚିଲେ ଆମୀର, ଫଟୋ ଭାଇରାଲ

ମୁମ୍ବାଇ: କରୋନା ଭାଇରସ କାରଣରୁ ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଆଗାମୀ ଫିଲ୍ମ'ଲାଲ ସିଂ ଚଡ୍ଡା'ର ସୁଟିଂ ଶେଷ ହୋଇନାହିଁ । ଚାଲିଥିବା ଲକଡାଉନ ପାଇଁ ଫିଲ୍ମର ସୁଟିଂ ଅଟକି ରହିଥିଲା ।

ବର୍ତ୍ତମାନ ଏକ ଖୁସି ଖବର ଶୁଣିବାକୁ ମିଳିଛି । ଆମୀର ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'ର ଅବଶିଷ୍ଟ ସିନ୍ ସମାପ୍ତ କରିବାକୁ ତୁର୍କୀ ଯାଇଛନ୍ତି ।

'ଲାଲ ସିଂ ଚଡ୍ଡା'ର ସୁଟିଂ ପାଇଁ ତୁର୍କୀରେ ପହଞ୍ଚିଲେ ଆମୀର, ଫଟୋ ଭାଇରାଲ

ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋଗୁଡ଼ିକରେ ଆମୀର ଏକ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି ।

'ଲାଲ ସିଂ ଚଡ୍ଡା'ର ସୁଟିଂ ପାଇଁ ତୁର୍କୀରେ ପହଞ୍ଚିଲେ ଆମୀର, ଫଟୋ ଭାଇରାଲ

ଏହା ବ୍ୟତୀତ ଏକ ଏଜେନ୍ସି ମଧ୍ୟ ସୂଚନା ଦେଇଛି ଯେ, ଆମୀର ତାଙ୍କ ଚଳଚ୍ଚିତ୍ରର ସୁଟିଂ ପାଇଁ ତୁର୍କୀରେ କିଛି ଦିନ ରହିବେ ଏବଂ ତୁର୍କୀ ସରକାର ତାଙ୍କୁ ଏଥିରେ ସାହାଯ୍ୟ କରିବେ ।

ପ୍ରକାଶ ଥାଉ କି, ଭାରତରେ ସୁଟିଂ ଆରମ୍ଭ କରିବା କଷ୍ଟସାଧ୍ୟ ହୋଇପଡିଛି । ଏଭଳି ପରିସ୍ଥିତିରେ ଆମୀର ତୁର୍କୀରେ ସେଟଅପ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details