ଓଡିଶା

odisha

ETV Bharat / sitara

ବିବାହ ବିଚ୍ଛେଦ ପରେ ଏକାଠି ନଜର ଆସିଲେ ଆମିର-କିରଣ

ବିବାହ ବିଚ୍ଛେଦ ପରେ ପୁଣି ଏକାଠି ନଜର ଆସିଲେ ଆମିର ଖାନ ଓ ପତ୍ନୀ କିରଣ ରାଓ । ଜାଣନ୍ତୁ କେଉଁଠି...

By

Published : Jul 9, 2021, 8:05 PM IST

ବିବାହ ବିଚ୍ଛେଦ ପରେ ଏକାଠି ନଜର ଆସିଲେ ଆମିର-କିରଣ
ବିବାହ ବିଚ୍ଛେଦ ପରେ ଏକାଠି ନଜର ଆସିଲେ ଆମିର-କିରଣ

ନୂଆଦିଲ୍ଲୀ: 15 ବର୍ଷର ବିବାହ ବନ୍ଧନରେ ଡୋରି ବାନ୍ଧିବା ପରେ ପୁଣି ଏକାଠି ନଜର ଆସିଛନ୍ତି ଆମିର ଖାନ ଓ କିରଣ ରାଓ । ସାଉଥ ଷ୍ଟାର ନାଗା ଚୈତନ୍ୟ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଫଟୋରେ ନାଗାଙ୍କ ସହିତ ଏହି କପଲଙ୍କୁ ଦେଖିବାକୁ ମିଳିଛି ।

34 ବର୍ଷୀୟ ନାଗା ଆମିରଙ୍କ ସହିତ ଆଗାମୀ ଫିଲ୍ମ ଲାଲ ସିଂ Laal Singh Chaddhaରେ ନଜର ଆସିବେ । ଆମିର ଓ କିରଣଙ୍କ ଜଏଣ୍ଟ ପ୍ରଡକ୍ସନରେ ଏହି ଫିଲ୍ମ ତିଆରି ହୋଇଛି । ଉଭୟ ବିବାହ ବନ୍ଧନକୁ ବିଚ୍ଛିନ୍ନ କରିଥିବାବେଳେ ଉଭୟ ଚଳଚ୍ଚିତ୍ର, ପାନି ଫାଉଣ୍ଡେସନ୍ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ ସହଯୋଗୀ ଭାବରେ କାର୍ଯ୍ୟ କରିବେ ବୋଲି କହିଥିଲେ । ଏ ସମ୍ପର୍କରେ ସେ ବିଚ୍ଛେଦ ପରେ ସେୟାର କରିଥିବା ମିଳିତ ବିବୃତ୍ତିରେ କହିଥିଲେ ।

ନାଗାଙ୍କ ଏହି ଫଟୋରେ ତାଙ୍କ ସହତି ଆମୀର, କିରଣ ଓ ଫିଲ୍ମ ନିର୍ଦ୍ଦେଶକ ଅଦଭେତ ଚନ୍ଦନ ମଧ୍ୟ ପୋଜ ଦେଇଛନ୍ତି । ଏହି ଫଟୋରେ ନାଗା ଗ୍ରେଟଫୁଲ ବା କୃତଜ୍ଞ ବୋଲି କ୍ୟାପସନରେ ଲେଖିଛନ୍ତି । ଫଟୋଟି ଲଦାଖ ଅଞ୍ଚଳରେ ଉଠାଯାଇଛି । ତେବେ ଏହି ଫିଲ୍ମରେ କରୀନା କପୁର ମଧ୍ୟ ନଜର ଆସିବେ । କରୀନା ନିଜର ସେକେଣ୍ଡ ବେବି ପରେ ପୁଣି ଅଭିନୟ ଜଗତରେ କମବ୍ୟାକ କରିବେ ।

ABOUT THE AUTHOR

...view details