ଓଡିଶା

odisha

ETV Bharat / sitara

ଅଲଗା ହେଲେ ଆମିର-କିରଣ, 15 ବର୍ଷ ବୈବାହିକ ସମ୍ପର୍କରେ ପକାଇଲେ ପୂର୍ଣ୍ଣଚ୍ଛେଦ

ବଲିଉଡ ସୁପରଷ୍ଟାର ଆମିର ଖାନ ନିଜ 15 ବର୍ଷ ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଅଧିକ ପଢନ୍ତୁ...

By

Published : Jul 3, 2021, 12:34 PM IST

ଅଲଗା ହେଲେ ଆମିର-କିରଣ, 15 ବର୍ଷ ବୈବାହିକ ସମ୍ପର୍କରେ ପକାଇଲେ ପୂର୍ଣ୍ଣଚ୍ଛେଦ
ଅଲଗା ହେଲେ ଆମିର-କିରଣ, 15 ବର୍ଷ ବୈବାହିକ ସମ୍ପର୍କରେ ପକାଇଲେ ପୂର୍ଣ୍ଣଚ୍ଛେଦ

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଆମିର ଖାନ ପତ୍ନୀ ତଥା ଫିଲ୍ମ ମେକର କିରଣ ରାଓଙ୍କ ସହିତ 15 ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଉଭୟଙ୍କ ସହମତିରେ ଏହି ସମ୍ପର୍କ ଶେଷ ହେବାକୁ ଯାଉଥିବା ବେଳେ ଏମାନେ ନିଜ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆମିର ଓ କିରଣ ଏକ ଜଏଣ୍ଟ ଷ୍ଟେଟମେଣ୍ଟ ଦେଇ ନିଜ ବିଚ୍ଛେଦ ସମ୍ପର୍କରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଛାଡ଼ପତ୍ର ଜୀବନର ଶେଷ ନୁହେଁ ବରଂ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି ଉଭୟ କହିଛନ୍ତି । ଷ୍ଟେଟମେଣ୍ଟରେ ଲେଖାଯାଇଛି ଯେ 15 ବର୍ଷର ସମ୍ପର୍କ ମଧ୍ୟରେ ଉଭୟ ଖୁସି ଓ ସୁନ୍ଦର ଅନୁଭୂତି ବାଣ୍ଟିଛନ୍ତି । ସେମାନଙ୍କର ସମ୍ପର୍କ କେବଳ ବିଶ୍ବାସ, ସମ୍ମାନ ଓ ଭଲ ପାଇବାରେ ଆଗେଇଥିଲା । ତେବେ ଏହି ସମ୍ପର୍କକୁ ସେ ଶେଷ କରି ନିଜ ଜୀବନରେ ଆଗେଇବାକୁ ଚାହୁଁଛନ୍ତି । ପତି ପତ୍ନୀ ଆକାରରେ ନୁହେଁ ବରଂ ତାଙ୍କ ସନ୍ତାନଙ୍କ ପିତାମାତା ଓ ପରିବାର ଭାବେ ଜୀବନ ବିତାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଉଭୟ ସମ୍ପର୍କକୁ ଶେଷ କରିବେ ବୋଲି କିଛି ଦିନ ପୂର୍ବରୁ ଯୋଜନା କରିଥିଲେ । ବର୍ତ୍ତମାନ ଏହି ନିଷ୍ପତ୍ତିକୁ ସେ ଗଣମାଧ୍ୟମ ଓ ପ୍ରଶଂସକଙ୍କୁ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅଲଗା ହୋଇ ଜୀବନ ବିତାଇଲେ ମଧ୍ୟ ପରିବାର ପରି ସେମାନେ ରହିବେ ବୋଲି କହିଛନ୍ତି । ପୁଅ ଆଜାଦ ପାଇଁ ଦାୟିତ୍ବବାନ ପିତାମାତା ଭାବେ ନିଜର କର୍ତ୍ତବ୍ୟ କରିବେ । ଏହାସହିତ ଉଭୟ ଚଳଚ୍ଚିତ୍ର, ପାନି ଫାଉଣ୍ଡେସନ୍ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ ସହଯୋଗୀ ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସମ୍ପର୍କର ବିବର୍ତ୍ତନ ବୁଝି ଆମିର ଓ କିରଣଙ୍କ ପରିବାର ଏବଂ ବନ୍ଧୁ ସମର୍ଥନ ଜଣାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଭୟେ ।

ତେବେ ସୂଚନା ଥାଉ କି କିରଣ ଆମିରଙ୍କ ଦ୍ବିତୀୟ ପତ୍ନୀ ଥିଲେ । ସେ ପୂର୍ବରୁ ରୀନା ଦତ୍ତଙ୍କୁ 1986 ମସିହାରେ ବିବାହ କରିବା ପରେ 2002 ମସିହାରେ ରୀନାଙ୍କୁ ଛାଡପତ୍ର ଦେଇଥିଲେ । ଏହାପରେ କିରଣଙ୍କୁ ସେ 2005 ମସିହାରେ ବିବାହ କରିଥିଲେ ।

ABOUT THE AUTHOR

...view details