ମୁମ୍ବାଇ: କୁନ୍ଦ୍ରା ଦମ୍ପତିଙ୍କ ପିଛା ଛାଡୁନି ବିବାଦ । ଏହି କିଛିଦିନ ତଳେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଜାମିନରେ ଆସିଥିବାବେଳେ ପୁଣି ଶିଳ୍ପାଙ୍କ ନାମରେ ପୋଲିସରେ ଅଭିଯୋଗ ହୋଇଛି ।
ଅର୍ଥ ହେରଫେର୍ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସମେତ ରାଜ କୁନ୍ଦ୍ରା ଏବଂ କଶିଫ ଖାନଙ୍କ ନାମରେ ଅଭିଯୋଗ ହୋଇଛି । ମୁମ୍ବାଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏମାନଙ୍କ ନାମରେ ୧ କୋଟି ୫୯ ଲକ୍ଷ ହେରଫେର କରିଥିବା ଅଭିଯୋଗ ହୋଇଛି । ମୁମ୍ବାଇର ଜଣେ ବ୍ୟବସାୟୀ ଏମାନଙ୍କ ନାମରେ ଅଭିଯୋଗ କରିଥିବା ଜଣାପଡିଛି ।