ଓଡିଶା

odisha

ETV Bharat / sitara

ଗୋଟିଏ ଫ୍ରେମରେ ବଚ୍ଚନ-କପୁର ପରିବାର

ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା ପୁଣି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏଥର ଫଟୋର ଗୋଟିଏ ଫ୍ରେମରେ ନଜର ଆସିଛନ୍ତି କପୁର ଓ ବଚ୍ଚନ ପରିବାର ।

By

Published : Jun 24, 2019, 8:41 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରିଦ୍ଧିମା କପୁର

ମୁମ୍ବାଇ: ପାଖାପାଖି 8 ମାସ ହେଲା ନ୍ୟୁୟର୍କରେ ଚିକିତ୍ସତ ହେଉଥିବା ଅଭିନେତା ଋଷି କପୁର ଧୀରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି । ତାଙ୍କ ଭଲମନ୍ଦ ଜାଣିବା ପାଇଁ ବି-ଟାଉନର ଅନେକ କଳାକାର ତାଙ୍କୁ ସାକ୍ଷାତ କରିବାକୁ ନ୍ୟୁୟର୍କର ଯାତ୍ରା କରିସାରିଲେଣି । ଖାଲି ବଲିଉଡ ନୁହେଁ ପାକିସ୍ତାନୀ ଅଭିନେତ୍ରୀ ମଧ୍ୟ ତାଙ୍କୁ ସାକ୍ଷାତ କରିବାକୁ ନିକଟରେ ନ୍ୟୁୟର୍କ ଯାଇଥିଲେ ।

ଏବେ ତାଙ୍କ ହାଲଚାଲ ଜାଣିବା ପାଇଁ ବଚ୍ଚନ ପରିବାର ମଧ୍ୟ ନ୍ୟୁୟର୍କରେ ପହଞ୍ଚିଯାଇଛନ୍ତି । ଐଶ୍ଚର୍ଯ୍ୟା ରାୟ ବଚ୍ଚନ ସ୍ବାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ଋଷିଙ୍କୁ ସାକ୍ଷାତ କରିବାକୁ ଯାଇଛନ୍ତି ।

ଅନ୍ୟପଟେ ସେଠାରେ ପୂର୍ବରୁ ଋଷିଙ୍କ ଝିଅ ରିଦ୍ଧିମା ଏବଂ ରଣବୀର କପୁର ଉପସ୍ଥିତ ଥିଲେ । ଆଉ ଯେଉଁଠାରେ ରଣବୀର ଥିବେ ସେଠାରେ ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଲିୟା ଭଟ୍ଟ ନଥିବେ ଏହା କେବେ ହୋଇଛି ନା ହେବ । ପୁରା କପୁର ପରିବାର ସହ ଆଲିୟା ମଧ୍ୟ ନ୍ୟୁୟର୍କରେ ଏହି ସମୟରେ ଅଛନ୍ତି ।

ଏହି ଅବସରରେ ରିଦ୍ଧିମା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପୁରା କପୁର ପରିବାର ସହ ବଚ୍ଚନ ପରିବାର ଓ ଆଲିୟା ନଜର ଆସୁଛନ୍ତି । ଆଉ ଫଟୋର ମଜାଦାର କ୍ୟାପସନରେ ସେ ଲେଖିଛନ୍ତି, "ତୁମ ଫ୍ୟାମିଲ ତୁମ ଦୁନିଆ ।"

ପ୍ରକାଶ ଥାଉକି ଋଷିଙ୍କ ଅତିଥି ତାଲିକାରେ ପୂର୍ବରୁ ସାମିଲ ହୋଇସାରିଛନ୍ତି ଅଭିନେତା ଶାହରୁଖ ଖାନ, ଆମୀର ଖାନ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ବିକ୍କୀ କୌଶଲ ଓ ଅନୁପମ ଖେର ।

ଏବେ ଶୁଣିବାକୁ ମିଳୁଛି ଯେ ଋଷି ଖୁବ୍ ଶୀଘ୍ର ଭାରତ ଫେରିବେ । ଏକ ସାକ୍ଷାତକାରରେ ଋଷି କହିଥିଲେ କି ସେ ନିଜର 67ତମ ଜନ୍ମଦିନ ସେପ୍ଟେମ୍ବର 4ରେ ଭାରତରେ ପାଳନ କରିବାକୁ ଚାହୁଁଛନ୍ତି ।

ABOUT THE AUTHOR

...view details