ମୁମ୍ବାଇ: ୟଙ୍ଗଷ୍ଟାର୍ସଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଥିବା ଫିଲ୍ମ ‘ୟେ ଜୱାନୀ ହେ ହେ ଦିୱାନୀ’ ରିଲିଜକୁ 7 ବର୍ଷ ପୂରଣ ହୋଇଛି । ଯାହାକୁ ମନେ ପକାଇ ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ନିଜ ଏକ୍ସ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କ ସହ ନିଜର କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି । ହେଲେ ସବୁଠାରୁ ମଜାଦାର କଥା ହେଲା ଯେ ଫଟୋ ଦେଖି ଦୀପିକାଙ୍କ ସ୍ବାମୀ, ଅଭିନେତା ରଣବୀର ସିଂ ଜବରଦସ୍ତ କମେଣ୍ଟ କରିଛନ୍ତି। ଯାହାକୁ ନେଇ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ।
ପ୍ରଥମ ପୋଷ୍ଟରେ ଦୀପିକା, ରଣବୀରଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି । ଆଉ ଦ୍ବିତୀୟରେ ସେ ରଣବୀରଙ୍କ ଆଖି ସହ ଆଖି ମିଶାଇ ହସୁଥିବାର ଦେଖାଯାଉଛନ୍ତି । ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ସ୍ମୃତି ମିଠା ବକ୍ସ ପରି ହୋଇଥାଏ । ଯଦି ଥର ଖୋଲିଲ ତେବେ ଖଣ୍ଡେ ମଧ୍ୟ ଖାଇପାରିବ ନାହିଁ । ନୈନା4 ତଲୱାର। ୟେ ଜୱାନୀହେଦିୱାନୀ7ବର୍ଷ । ଅୟାନ ମୁଖାର୍ଜୀ ହ୍ୟାଶଟ୍ୟାଗରଣବୀର କପୁର ହ୍ୟାଶଟ୍ୟାଗବନି ।’