ଓଡିଶା

odisha

YouTube Stories Update: ଜୁନରେ ଷ୍ଟୋରୀ ଫିଚର ବନ୍ଦ କରିବ ୟୁଟ୍ୟୁବ, ଜାଣନ୍ତୁ କାରଣ

By

Published : May 27, 2023, 12:15 PM IST

ଜୁନ ମାସରୁ ଆଉ ୟୁଟ୍ୟୁବରେ କରି ହେବ ନାହିଁ ଷ୍ଟୋରୀ ପୋଷ୍ଟ । ଫିଚର ହଟାଇବା ନେଇ ଘୋଷଣା କଲା କମ୍ପାନୀ । ଅଧିକ ପଢନ୍ତୁ

YouTube Stories Update
YouTube Stories Update

ହାଇଦ୍ରାବାଦ:ବିଶ୍ବର ସର୍ବବୃହତ ଅନଲାଇନ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । "ଜୁନ 26 ତାରିଖରେ ୟୁଟ୍ୟୁବ ଷ୍ଟୋରୀ"କୁ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି । ଏହାକୁ ହଟାଇ ଅନ୍ୟ ଆବଶ୍ୟକୀୟ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ବୋଲି କୁହାଯାଇଛି । ସର୍ଟ୍ସ, କମ୍ୟୁନିଟି ପୋଷ୍ଟ, ଲାଇଭ ଭିଡିଓ ଇତ୍ୟାଦି ଉପରେ ଧ୍ୟାନ ଦେବ ବୋଲି କୁହାଯାଇଛି । ଗୁରୁବାର ଦିନ ଏକ ବ୍ଲଗରେ ୟୁଟ୍ୟୁବ ପକ୍ଷରୁ କୁହାଯାଇଛି, "ଜୁନ 26 ପର ଠାରୁ ୟୁଟ୍ୟୁବରେ ଆଉ ଷ୍ଟୋରୀ ଫିଚର ଉପଲବ୍ଧ ହେବ ନାହିଁ । ସେହି ତାରିଖରେ ଲାଇଭ ହେବାକୁ ଥିବା ଷ୍ଟୋରୀ ଗୁଡିକ 7 ଦିନ ଭିତରେ ଡିଲିଟ ହୋଇଯିବ ।"

କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, କ୍ରିଏଟରଙ୍କୁ ସଟଡାଉନର ସୂଚନା ବିଭିନ୍ନ ଚ୍ୟାନେଲ ଦ୍ବାରା ଦିଆଯିବ । ଏଥିରେ ଫୋରମ୍ ପୋଷ୍ଟ, ଇନ୍-ଆପ୍ ମେସେଜ, ୟୁଟ୍ୟୁବ୍ ଷ୍ଟୁଡିଓରେ ରିମାଇଣ୍ଡର ସହ ଅନେକ ଅନ୍ତର୍ଭୁକ୍ତ ରହିଛି । ଅନ୍ୟପଟେ ଗୁଗୁଲ୍ ମାଲିକାନା ଭିଡିଓ ପ୍ଲାଟଫର୍ମ ପରାମର୍ଶ ଦେଇ କହିଛି ଯେ, ଉଭୟ କମ୍ୟୁନିଟି ପୋଷ୍ଟ ଏବଂ ୟୁଟ୍ୟୁବ୍ ସର୍ଟ ହେଇଛି ବିକଳ୍ପ ମାଧ୍ୟମ ଯାହା ଦର୍ଶକଙ୍କୁ ସଂଯୋଗ କରିବା ସହ କଥା ହେବା ପାଇଁ ସହଜ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: WhatsApp Sticker Feature : ଆହୁରି ମଜାଦାର ହେବ ହ୍ବାଟସଅପ୍ ଚାଟ୍‌, ନିଜେ ତିଆରି କରିପାରିବେ ଷ୍ଟିକର

ତେବ କମ୍ୟୁନିଟି ପୋଷ୍ଟକୁ ନେଇ କମ୍ପାନୀର କହିବା ଅନୁସାରେ, ଯେଉଁ ୟୁଜର୍ସମାନେ ୟୁଟ୍ୟୁବରେ କମ ପୋଷ୍ଟ କରିବାକୁ ଚାହୁଁଛନ୍ତି, କିମ୍ବା କାହା ସହ କଥା ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି କିମ୍ବା ୟୁଟ୍ୟୁବ କଣ୍ଟେଣ୍ଟକୁ ପ୍ରମୋଟ କରିବା ପାଇଁ ଚାହୁଁଛନ୍ତି, ତାହାହେଲେ କମ୍ୟୁନିଟି ପୋଷ୍ଟ ସବୁଠାରୁ ଉତ୍ତମ ବିକଳ୍ପ ହୋଇପାରିବ ।

ଅନ୍ୟପଟେ ସର୍ଟ୍ସକୁ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ଯେଉଁ ଉପଭୋକ୍ତାମାନେ କମ ସମୟର ଭିଡିଓ କରି ଦର୍ଶକଙ୍କୁ ପାଖରେ ପହଞ୍ଚିବା ପାଇଁ ଚାହୁଁଛନ୍ତି ତାହେଲେ ୟୁଟ୍ୟୁବ ସର୍ଟସ ଭିଡିଓ କରି ଏହାକୁ ସମ୍ଭବ କରିପାରିବେ । ଯେଉଁମାନେ ଷ୍ଟୋରୀ ଏବଂ ସର୍ଟ ଭିଟିଓ କରୁଥିଲେ, ସେମାନଙ୍କୁ ସୂଚନା ଦିଆଯାଉଛି ଯେ, ଷ୍ଟୋରୀ ତୁଳନାରେ ୟୁଜର୍ସ ସର୍ଟ ଭିଡିଓ ପସନ୍ଦ କରିଥାନ୍ତି ।

ଏହାରି ଭିତରେ ଗୁଗୁଲ ତରଫରୁ ମଧ୍ୟ ଏକ ଘୋଷଣା କରାଯାଇଛି । ୟୁଟ୍ୟୁବ ଭିଡିଓ କରୁଥିବା ଆକାଉଣ୍ଟକୁ ହଟାଇ ଦିଆଯିବ ନାହିଁ ବୋଲି ଗୁଗୁଲ ତରଫରୁ ସ୍ପଷ୍ଟ କରାଯାଇଛି । ତେବେ ଯେଉଁମାନେ ଦୁଇବର୍ଷ ହେବ ଆକାଉଣ୍ଟରେ ଆକ୍ଟିଭ ନାହାନ୍ତି, ଅର୍ଥାତ କୌଣସି ଭିଡିଓ ପୋଷ୍ଟ କରିନାହାନ୍ତି ସେମାନଙ୍କ ଆକାଉଣ୍ଟ ହଟାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ବ୍ଲଗ୍ ପୋଷ୍ଟ ଅପଡେଟ୍ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ୟୁଟ୍ୟୁବ୍ ଭିଡିଓ କରିଥିବା ଆକାଉଣ୍ଟକୁ ହଟାଇବାକୁ ଆମର କୌଣସି ଯୋଜନା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details