ମସ୍କୋ:ଗୁଗଲ୍ ମାଲିକାନା ଷ୍ଟିମିଂ ପ୍ଲାଟଫର୍ମ YouTube ବିଶ୍ବସ୍ତରରେ ଋଷର ସମସ୍ତ ଗଣମାଧ୍ୟମ ସଂସ୍ଥା ଉପରେ କଟକଣା ଲଗାଇଛି । ପୂର୍ବରୁ ଏହା Russia Today (RT) ଓ Sputnik ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଫଳରେ ଏହି ନିର୍ଦ୍ଦିଷ୍ଟ ସଂସ୍ଥା ନିଜର କୌଣସି କଣ୍ଟେଣ୍ଟ ଲୋକଙ୍କ ସହିତ ସେୟାର କରିପାରିବେ ନାହିଁ । ଗତ ସପ୍ତାହରୁ ଏହା ୟୁରୋପିଆନ ୟୁନିଅନରେ ଲାଗୁ କରାଯାଇଛି ।
ଋଷ ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ କରିଆସୁଥିବାରୁ ଆନ୍ତର୍ଜାତିକ ସଂସ୍ଥାଠୁ ଆରମ୍ଭ କରି ଅନେକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏହା ଉପରେ କଟକଣା ଲଗାଇ ଆସୁଛନ୍ତି । ଋଷକୁ ଅନେକ ସେବାରୁ ବଞ୍ଚିତ କରାଯାଉଛି । ଗତ ସପ୍ତାହରେ Apple ଋଷର RT ଓ Sputnik ଆପ୍କୁ ନିଜ ଗ୍ଲୋବାଲ ଆପ୍ ଷ୍ଟୋରରୁ ହଟାଇଥିଲା । ଏହା କରିବା ଲାଗି ଆପଲ୍କୁ ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ Mykhailo Fedorov ଅନୁରୋଧ କରିଥିଲେ ।