ହାଇଦ୍ରାବାଦ:ଆପଣ ମଧ୍ୟ ଏକ୍ସର ବ୍ୟବହାର କରୁଛନ୍ତି କି? ଏଣିକି ଦେୟ ନଦେଲେ ଖୋଲିବନି ଆକାଉଣ୍ଟ । ବ୍ଯବହାରକାରୀ ବା ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଟଙ୍କା। ଏକ୍ସ ୟୁଜର୍ସଙ୍କୁ ବାର୍ଷିକ 1 ଡଲାରର ସବସ୍କ୍ରିପସନ୍ ରାଶି ଦେବାକୁ ପଡ଼ିବ। ଏନେଇ ଘୋଷଣା କରିଲେ ଆରବପତି ଏଲନ୍ ମସ୍କ । ତେବେ ଯେଉଁମାନେ ବାର୍ଷିକ ଦେୟ ପ୍ରଦାନ କରିବେ ନାହିଁ ସେମାନେ ଏଣିକି ଏକ୍ସର ବ୍ୟବହାର କରିପାରିବେ ନାହିଁ । ତେବେ ଏନେଇ ସାଧାରଣ ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏଲନ ମସ୍କ ଏହା ୟୁଜର୍ସଙ୍କ ଏବଂ ପ୍ଲାଟଫର୍ମ ପାଇଁ ଲାଭଦାୟୀ ବୋଲି କହିଛନ୍ତି । ଏହା ଦ୍ବାରା ନକଲି ୟୁଜର୍ସଙ୍କ ସଂଖ୍ୟା କମ ହୋଇପାରିବ ବୋଲି କହିଛନ୍ତି ମସ୍କ ।
ଆରମ୍ଭ ହେଲା Not A Botର ଟେଷ୍ଟିଂ: ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କ Xରେ ନଟ୍ ଏ ବଟ୍ ଫିଚର ଉପରେ ଟେଷ୍ଟିଂ ଆରମ୍ଭ କରିଛନ୍ତି । ଏହାର ଟେଷ୍ଟିଂ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଏବଂ ଫିଲିପାଇନ୍ସରେ ଆରମ୍ଭ ହୋଇଛି । ସେଠାରେ ବିନା ଦେୟରେ ୟୁଜର୍ସ ଏକ୍ସର ବ୍ୟବହାର କରିପାରିବେ ନାହିଁ । ଏହି ଫି' ବିନା ୟୁଜର୍ସ Xରେ ପୋଷ୍ଟ, ଲାଇକ୍, କମେଣ୍ଟ ଏବଂ ବୁକମାର୍କ କରିବାକୁ ସମର୍ଥ ହେବେ ନାହିଁ ।
ବ୍ଲଗ୍ ପୋଷ୍ଟ ଅନୁଯାୟୀ, ଏହା Xରେ ବଟ୍ ଏବଂ ସ୍ପାମକୁ ରୋକି ପାରିବ । ଏହି ଫି' ଲାଗୁ ହେବା ଦ୍ବାରା ପ୍ଲାଟଫର୍ମ ମଧ୍ୟ ସୁରକ୍ଷିତ ରହିବ ବୋଲି କହିଛନ୍ତି ମସ୍କ୍ । ତେବେ ଏହି ଟେଷ୍ଟ ଦ୍ବାରା ବର୍ତ୍ତମାନ ସୁଦ୍ଧା ୟୁଜର୍ସ ପ୍ରଭାବିତ ହୋଇନଥିବା ରିପୋର୍ଟରେ କୁହାଯାଇଛି।