ହାଇଦ୍ରାବାଦ:ପୁଣିଥରେ ଏକ୍ସରେ ତ୍ରୁଟି । ହଟିଲା ସୋସିଆଲ ମିଡିଆ ପୋଷ୍ଟ । 2014 ପୂର୍ବରୁ ପୋଷ୍ଟ ହୋଇଥିବା ଫଟୋ ଏବଂ ତଥ୍ୟକୁ ଡିଲିଟ କରିଲା ଏକ୍ସ । ବର୍ତ୍ତମାନ ୟୁଜର୍ସ ଫଟୋ ଏବଂ ପୋଷ୍ଟକୁ ଦେଖିପାରୁନଥିବା ଅଭିଯୋଗ କରିଛନ୍ତି । ଏକ ମିଡିଆ ରିପୋର୍ଟ ଅନୁସାରେ, 2014 ପୂର୍ବରୁ ହୋଇଥିବା ପୋଷ୍ଟକୁ ନେଇ ଏକ୍ସରେ ତ୍ରୁଟି ଦେଖାଯାଇଥିଲା । ଫଟୋ ଏବଂ ହାଇପର ଲିଙ୍କ୍କୁ ନେଇ ତ୍ରୁଟି ଦେଖା ଦେଇଥିଲା । ଯାହାକୁ କମ୍ପାନୀର URL ସର୍ଟର୍ ବ୍ୟବହାର କରି ପରିବର୍ତ୍ତିତ ହୋଇଛି । ଏହି ତ୍ରୁଟି ଯୋଦୁଁ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ୍ରେ 2014 ପୂର୍ବରୁ ହୋଇଥିବା ପ୍ରସିଦ୍ଧ ପୋଷ୍ଟ୍ ମଧ୍ୟ ଡିଲିଟ ହୋଇଛି ।
ଏହା ମଧ୍ୟ ପଢନ୍ତୁ:X New Feature: Xରେ ହେଲା ଆଉ ଏକ ପରିବର୍ତ୍ତନ, ଏହି ୟୁଜର୍ସଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା
ଓସ୍କାର ଫଟୋ ମଧ୍ୟ ଡିଲିଟ୍ ହୋଇଥିବା ସୂଚନା ରହିଛି । 2014 ଓସ୍କାର ହୋଷ୍ଟ ଏଲେନ୍ ଡିଜେରେସର ସବୁଠାରୁ ପ୍ରସିଦ୍ଧ ପୋଷ୍ଟ ମଧ୍ୟ ପ୍ରଭାବିତ ହୋଇଛି । ସେ ଓସ୍କାର ପରେ ଏକ ସେଲ୍ଫି ନେଇଥିଲେ ଯେଉଁଥିରେ ବ୍ରେଡଲେ କପୁର୍, ଜେନିଫର୍ ଲରେନ୍ସ, ବ୍ରାଡ୍ ପିଟ, ମେରିଲ ଷ୍ଟ୍ରିପ୍ ଭଳି ସେଲିବ୍ରିଟି ରହିଥିଲେ । ସେ ସେଥିରେ ଲେଖିଥିଲେ, 'କାସ୍ ବ୍ରାଡଲିଙ୍କ ହାତ ଲମ୍ବା ହୋଇଥାଆନ୍ତା । ସବୁଠାରୁ ସୁନ୍ଦର ଫଟୋ।"