ହାଇଦ୍ରାବାଦ:ଏକ୍ସରେ ଦିନକୁ ଦିନ ରୋଲଆଉଟ ହେଉଛି ନୂଆ ନୂଆ ଫିଚର । କିଛି ଦିନ ପୂର୍ବରୁ ୟୁଜର୍ସଙ୍କୁ ଲାଇଭ ଭିଡିଓ ବ୍ରୋଡକାଷ୍ଟ କରିବା ପାଇଁ ଫିଚର ମିଳିଥିବା ବେଳେ ନିକଟରେ ଆଉ ଏକ ଆକର୍ଷଣୀୟ ଫିଚର ରୋଲଆଉଟ ହେବାକୁ ଯାଉଛି । ଖୁବଶୀଘ୍ର ୟୁଜର୍ସ ପ୍ଲାଟଫର୍ମରେ ଗେମିଂ ଷ୍ଟ୍ରିମ୍ କରିବାକୁ ସମର୍ଥ ହେବେ । Twitch ପରି ଭିଡିଓ ଗେମ୍ ଷ୍ଟ୍ରିମିଂ କରିବାକୁ ମସ୍କ ଏକ ନୂତନ ଫିଚର ଉପରେ ଟେଷ୍ଟିଂ ଜାରି ରଖିଥିବା ଜଣାପଡିଛି ।
ଏନେଇ ଏଲନ ମସ୍କ ଏକ୍ସରେ ଏହା ସହ ଜଡିତ ଭିଡିଓ ମଧ୍ୟ ସେୟାର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏକ୍ସରେ ଲାଇଭ ଷ୍ଟ୍ରିମିଂ ଦେଖିପାରିବା ସହିତ ଏହାର ସ୍ପିଡକୁ ବଢାଇବାର ସୁବିଧା ରହିଥିଲା । କିନ୍ତୁ ଭିଡିଓ କ୍ବାଲିଟିକୁ ବଢାଇବା ପାଇଁ କୌଣସି ବିକଳ୍ପ ଦିଆଯାଇନଥିଲା । କହିରଖୁଛୁ କି, ଏଲନ ମସ୍କ ଜୁନ ମାସରେ ଏକ୍ସରେ ଭିଡିଓ ଗେମ ଷ୍ଟ୍ରିମିଂ ନେଇ ଏକ ଫିଚର ମିଳିବ ବୋଲି ସଙ୍କେତ ଦେଇଥିଲେ । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ହିଁ ଟ୍ବିଟରରେ ନୂଆ ନିୟମ ଆସିଥିଲା । ଯାହାକି ବ୍ରାଣ୍ଡେଣ୍ଡ କଣ୍ଟେଣ୍ଟରୁ ଟଙ୍କା ରୋଜଗାର କରୁଥିବା ଷ୍ଟ୍ରିମରମାନଙ୍କୁ ସିଧାସଳଖ ପ୍ରଭାବିତ କରିଥିଲା । ଏହାପରେ ଗେମର୍ସମାନେ ଟ୍ୱିଚ୍ ମାଧ୍ୟମରେ ଷ୍ଟ୍ରିମିଂ ବନ୍ଦ କରି ୟୁଟ୍ୟୁବ୍ ଏବଂ ଫେସବୁକ ପ୍ରତି ଆକର୍ଷିତ ହୋଇଥିଲେ । ପ୍ରକାଶ ଥାଉକି, Twitch ହେଉଛି ଆମେରିକୀୟ ଭିଡିଓ ଗେମ୍ ଷ୍ଟ୍ରିମିଂ ସର୍ଭିସ ।
ଏହି ଫିଚର ଦ୍ବାରା 91ମିଲିୟନରୁ ଅଧିକ ଲୋକ ପାଇବେ ସୁବିଧା:ଟ୍ୱିଟରର ମାର୍କେଟିଂ ପେଜ ଅନୁଯାୟୀ, ଜୁନ୍ 2020ରୁ ଜୁନ୍ 2021 ମଧ୍ୟରେ ପ୍ଲାଟଫର୍ମରେ ପ୍ରାୟ 91 ମିଲିୟନ ଗେମର୍ସ ରହିଥିଲେ । ଯେଉଁମାନେ ପ୍ରତି ସେକେଣ୍ଡରେ ଖେଳ ସମ୍ବନ୍ଧୀୟ 70ଟି ଟ୍ବିଟ କରୁଥିଲେ । ତେବେ ପ୍ଲାଟଫର୍ମରେ ଗେମର୍ସଙ୍କ ସଂଖ୍ୟା ଅଧିକ ରହିଥିବା ନେଇ ଏହି ସଂଖ୍ୟାରୁ ଜଣାପଡିଥିଲା । ଯଦି ଏଲନ ମସ୍କ ନିଜ ଘୋଷଣା ଅନୁସାରେ ଖୁବଶୀଘ୍ର ଫିଚର ରୋଲଆଉଟ କରନ୍ତି ତେବେ ଏକ୍ସକୁ ୟୁଜରବେସ ହାସଲ କରିବାରେ ସାହାଯ୍ୟ କରିବ ଏବଂ ଏହା ସହିତ କ୍ରିଏଟର୍ସମାନେ ମଧ୍ୟ ଏଥିରୁ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇପାରିବେ ବୋଲି ଅନୁମାନ କରାଯାଉଛି ।