ଓକ୍ସଫୋର୍ଡ: ଚିକିତ୍ସା ବିଜ୍ଞାନରେ ଆଉ ଏକ ଉପଲବ୍ଧି । ଉଦ୍ଭାବନ କଲେ କୃତ୍ରିମ ଭ୍ରୁଣ । ପ୍ରାଥମିକସ୍ତରରେ ମୂଷାର କୃତ୍ରିମ ଭ୍ରୁଣ(Embryo) ପ୍ରସ୍ତୁତ କରିଛନ୍ତି ଇସ୍ରାଏଲର ଏକ ଅନୁସନ୍ଧାନକାରୀ ଦଳ । ସାଧାରଣତଃ ଶୁକ୍ରାଣୁ(Sperm) ଏବଂ ଡିମ୍ବାଣୁ(Egg Cell or Ovum) ବିନା ଭ୍ରୁଣ ସୃଷ୍ଟି ହେବା ଅସମ୍ଭବ ବୋଲି ସମସ୍ତେ ଜାଣିଥିବେ, କିନ୍ତୁ ଏହି ଅନୁସନ୍ଧାନକାରୀ ଦଳ ଏହାକୁ ସମ୍ଭବ କରି ଦେଖାଇଛନ୍ତି । ମୂଷାର କେବଳ ମାତ୍ର Stem Cells ଅର୍ଥାତ୍ ଶରୀରର raw materials କୁ ନେଇ କ୍ରୁତ୍ରିମ ଭ୍ରୁଣ ତିଆରି କରିଛନ୍ତି ।
ତେବେ ମୂଷା ଭ୍ରୁଣ ଗର୍ଭଧାରଣ ଅବଧିର(Gestation Period) ଅଧା ଦିନ ମଧ୍ୟରେ କ୍ରୁ୍ତ୍ରିମ ଭ୍ରୁଣ ପୂର୍ଣ୍ଣାଙ୍ଗ ପାଇଯିବ । ସାଧାରଣତଃ 16 ଦିନ ମଧ୍ୟରେ ମୂଷା ଜନ୍ମ ନେଉ ଥିବାବେଳେ କ୍ରୁତିମ ଭ୍ରୁଣରେ ଏହା 8 ଦିନ ମଧ୍ୟରେ ଜନ୍ମନେବ । 2021 ମସିହାରେ ଅନୁସନ୍ଧାନକାରୀ ଦଳ ସମାନ କୃତ୍ରିମ ଗର୍ଭକୁ ପ୍ରାକୃତିକ ମୂଷା ଭ୍ରୁଣ(fertilised from sperm and eggs) ବଢାଇବା ପାଇଁ ବ୍ୟବହାର କରିଥିଲେ, ଯାହାକି 11 ଦିନ ବଞ୍ଚିଥିଲା । ଲ୍ୟାବ ଦ୍ୱାରା ନିର୍ମିତ ଗର୍ଭ, ବା ବାହ୍ୟ ଗର୍ଭାଶୟ(external uterus), ଏକ ସଫଳତା ଥିଲା କାରଣ ଭ୍ରୁଣ ପେଟ୍ରି Petri dish(Laboratory glassware) ରେ ବଞ୍ଚିରହିବା ସମ୍ଭବପର ନଥିଲା ।
ତେବେ ବାହ୍ୟ ଗର୍ଭାଶୟ ହେଉଛି ଏକ ଘୂର୍ଣ୍ଣନ ଉପକରଣ ଯାହାକି ପୁଷ୍ଟିକର ଗ୍ଲାସ୍ ବୋତଲରେ ଭର୍ତ୍ତି ହୋଇଥାଏ । ଏହି ମୁଭ୍ମେଣ୍ଟ ରକ୍ତ ଏବଂ ପୋଷକ ତତ୍ତ୍ୱ କିପରି Placenta(ଏକ ଅଙ୍ଗ ଯାହା ଗର୍ଭଧାରଣ ସମୟରେ ଗର୍ଭାଶୟକୁ ବୃଦ୍ଧି କରିଥାଏ) ରେ ପ୍ରବାହିତ ହେବ ତାହା କରିଥାଏ । ଏହି ଡିଭାଇସ୍ ଅବିକଳ ମୂଷାର ପ୍ରାକୃତିକ ଗର୍ଭାଶୟ ଭଳି କାମ କରିଥାଏ ।
କେତେକ କୋଷକୁ ରାସାୟନିକ ପଦାର୍ଥ ଦ୍ବାରା ଚିକିତ୍ସା କରାଯାଉଥିଲା, ଯାହା Placenta କିମ୍ବା yolk sac(ଗର୍ଭଧାରଣର ପ୍ରାଥମିକସ୍ତରରେ ଗର୍ଭାଶୟ ମଧ୍ୟରେ ବିକଶିତ ହୋଇଥାଏ) ବୃଦ୍ଧି ପାଇଁ ଜେନେଟିକ ପ୍ରୋଗ୍ରାମକୁ ସାହାଯ୍ୟ କରୁଥିଲା । ଅନ୍ଯ କିଛି ବ୍ଯବହାର ବିନା ଅଙ୍ଗ ଏବଂ କୋଷ ବିକଶିତ ହୋଇଥିଲା । କିନ୍ତୁ ଅଧିକାଂଶ Stem Cells ଗୁଡିକ ବିକଶିତ ହୋଇପାରୁ ନ ଥିବାବେଳେ ମାତ୍ର 0.5% ପ୍ରାକୃତିକ ଭ୍ରୁଣ ଭଳି ଆଠ ଦିନ ମଧ୍ୟରେ ହାର୍ଟ ଏବଂ ସାଧାରଣ ସ୍ନାୟୁ ପ୍ରଣାଳୀ ଏବଂ yolk sac ବୃଦ୍ଧି ପାଉଥିଲା । ତେବେ ଏହି ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ ନୈତିକ ଏବଂ ଆଇନଗତ ଚିନ୍ତାର ଆବଶ୍ଯକତା ରହିଛି ।
Artificial wombs(କୃତ୍ରିମ ଗର୍ଭ):ସଦ୍ୟତମ ଅଧ୍ୟୟନରେ ବୈଜ୍ଞାନିକମାନେ ଷ୍ଟେମ୍ କୋଷ(ଶରୀରର raw materials) ସଂଗ୍ରହ କରିବା ଆରମ୍ଭ କରିଥିଲେ । ଏହା ବାହ୍ୟ ଗର୍ଭାଶୟ ଦ୍ବାରା ସୃଷ୍ଟି ହୋଇଥିବା ଅବସ୍ଥା ବିକାଶ ପ୍ରକ୍ରିୟାକୁ ପ୍ରବର୍ତ୍ତାଇବା ସହ ଭ୍ରୁଣ ସୃଷ୍ଟି କରିଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ, ସିନ୍ଥେଟିକ୍ ମାନବ ଭ୍ରୁଣ ପ୍ରସ୍ତୁତ କରିବା ଠାରୁ ବର୍ତ୍ତମାନ ବହୁ ଦୂରରେ ଅଛୁ, ନିକଟ ଭବିଷ୍ୟତରେ କୃତ୍ରି ମାନବ ଗର୍ଭଧାରଣ ପରୀକ୍ଷଣ ହେବ ।