ହାଇଦ୍ରାବାଦ:ବିଶ୍ବର ସବୁଠାରୁ ଲୋକପ୍ରିୟ ଏବଂ ସୁରକ୍ଷିତ ମେସେଜିଂ ଆପ୍ ହେଉଛି ହ୍ବାଟ୍ସଆପ୍ । ୟୁଜର ଏକ୍ସପେରିୟନ୍ସକୁ ବୃଦ୍ଧି କରିବା ପାଇଁ ହ୍ବାଟ୍ସଆପ ଅନେକ ଫିଚର ରୋଲଆଉଟ କରିଛି । ଏହାରି ଭିତରେ ଚାଟ୍କୁ ପ୍ରାଇଭେସି ରଖିବା ପାଇଁ ହ୍ବାଟ୍ସଆପ୍ ଆଉ ଏକ ଫିଚର ଉପରେ କାର୍ଯ୍ୟ ଜାରି ରଖିଥିବା ନେଇ ସୂଚନା ମିଳିଛି । ଏହି ଫିଚର ଦ୍ବାରା ଆହୁରି ପ୍ରାଇଭେସି ହେବ ହ୍ବାଟ୍ସଆପ ଚାଟ । ଏହା ଉପଭୋକ୍ତାମାନଙ୍କ ସିକ୍ୟୁରିଟିକୁ ଆହୁରି ଉନ୍ନତ କରିବା ସହିତ ସର୍ବୋତ୍ତମ ଅଭିଜ୍ଞତା ପାଇବେ ୟୁଜର୍ସ । ଏହାର ନାମ ସିକ୍ରେଟ୍ କୋଡ ଫିଚର ରଖାଯାଇଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ମେଟା ନିଜର ମେସେଜିଂ ଆପକୁ ଚାଟ ଲକ୍ କରିବା ପାଇଁ ଏକ ସିକ୍ରେଟ୍ କୋଡ୍ ବିକଶିତ କରୁଛି ।
ସମସ୍ତେ ଜାଣନ୍ତି ଯେ, ଲକ ଚାଟ ସର୍ବାଦା ଏକ ଅଲଗା ସିକ୍ବେନ୍ସରେ ମିଳିଥାଏ । ଯାହାକୁ କେବଳ ଫୋନ୍ର ପିନ୍ କିମ୍ବା ବାୟୋମେଟ୍ରିକ ଅଥୋଣ୍ଟିକେସନର ସାହାଯ୍ୟରେ ଖୋଲାଯାଇ ପାରିବ । ତେବେ ହ୍ବାଟ୍ସଆପ୍ର ଏହି ସିକ୍ବେନ୍ସକୁ ଖୋଲିବା ପାଇଁ ନୂଆ ଫିଚର ଆସିବ ବୋଲି ଲାଟେଷ୍ଟ ବିଟା ଅପଡେଟରୁ ଜଣାପଡିଛି।
ହ୍ବାଟ୍ସଆପର ଫିଚର ବିଷୟରେ ସୂଚନା ଦେଉଥିବା ଓ୍ବେବସାଇଟ WABetaInfo ପକ୍ଷରୁ ଏହି ସୂଚନା ମିଳିଛି । WABetaInfoର ସୂଚନା ଅନୁସାରେ, ହ୍ବାଟ୍ସଆପ୍ ଲକ୍ ଚାଟ୍ ପାଇଁ ଏକ ନୂଆ ଫିଚର ଆଣିବାକୁ ଯାଉଛି । ବର୍ତ୍ତମାନ ଏହି ଫିଚର୍ ଉପରେ କାର୍ଯ୍ୟ ଜାରି ରହିଛି । ଏହା ଦ୍ବାରା ୟୁଜର୍ସ ଏକ Secret Codeର କନ୍ଫିଗର କରିପାରିବେ । ଯେତେବେଳେ ୟୁଜର୍ସମାନେ ଲକ୍ ଚାଟ୍ ପାଇଁ କଷ୍ଟମ ପାସଓ୍ବାର୍ଡ ସେଟ୍ କରିବେ, ତେବେ ଏହା ଚାଟ୍ର ପ୍ରାଇଭେସିକୁ ପୁରା ଫୋନ୍ର ସିକ୍ୟୁରିଟିରୁ ଅଲଗା କରିଦେଇଥାଏ । ଏହାର ଅର୍ଥ ହେଉଛି, ଯଦି କାହାରିକୁ ଡିଭାଇସ ପାସଓ୍ବାର୍ଡ ବିଷୟରେ ଜଣାପଡ଼େ ତେବେ ମଧ୍ୟ ଚାଟ୍ ଫୋଲ୍ଡର ଦେଖିପାରିବେ ନାହିଁ।