ଓଡିଶା

odisha

ETV Bharat / science-and-technology

Whatsapp ୟୁଜର୍ସଙ୍କ ପାଇଁ ଖୁସି ଖବର, ନିର୍ଦ୍ଦିଷ୍ଟ ୟୁଜର୍ସଙ୍କ ପାଇଁ ଲୁଚାଇପାରିବେ Last Seen - ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର

ୟୁଜର୍ସଙ୍କ ପାଇଁ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଆଣୁଛି ହ୍ବାଟ୍ସଆପ୍‌ । ଏଣିକି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଲୁଚାଇ ହେବ ଲାଷ୍ଟସିନ୍‌ । ଅଧିକ ପଢନ୍ତୁ

ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର, ନିର୍ଦ୍ଦିଷ୍ଟ ୟୁଜର୍ସଙ୍କ ପାଇଁ ଲୁଚାଇପାରିବେ Last Seen
ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର, ନିର୍ଦ୍ଦିଷ୍ଟ ୟୁଜର୍ସଙ୍କ ପାଇଁ ଲୁଚାଇପାରିବେ Last Seen

By

Published : Jun 20, 2022, 6:01 PM IST

ସାନ ଫ୍ରାନ୍ସିକୋ: ନିଜ ୟୁଜର୍ସଙ୍କ ପାଇଁ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଆଣୁଛି ଲୋକପ୍ରିୟ ଚାଟିଂ ଆପ୍‌ ହ୍ବାଟ୍ସଆପ (WhatsApp) । ଚାଟିଂରେ ରିଆକ୍ସନ ଇମୋଜି, ମେସେଜ ଏଡିଟ ଫିଚର ଆଣିବା ପରେ ଏବେ କିଛି ଲାଷ୍ଟ ସିନ (Last Seen Hide Feature) ଲୁଚାଇବାର ସୁବିଧା ଆଣିଛି ଆପ୍‌ । ୟୁଜର୍ସଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ଲାଗି ଆପ୍‌ ଏହି ନୂଆ ଫିଚର ଆଣିଥିବା କହିଛି ।

ଏହି ନୂଆ ଫିଚରକୁ ନେଇ କମ୍ପାନୀ ମାଇକ୍ରୋବ୍ଲଗିଂ ସାଇଟରେ ଲେଖିଛି ଯେ ଏବେ ୟୁଜର୍ସ ନିଜ କଣ୍ଟାକ୍ଟ ଲିଷ୍ଟରେ ଥିବା ବ୍ୟକ୍ତିଙ୍କଠାରୁ ପ୍ରୋଫାଇଲ ଫଟୋ, ଅବାଉଟ (About) ଓ ଲାଷ୍ଟ ସିନ ଲୁଚାଇ ପାରିବେ । ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ (Personal Data)କୁ ସୁରକ୍ଷା ଦେବା ଲାଗି ଏହି ସୁବିଧାକୁ ଉପଲବ୍ଧ କରାଯାଇଛି । ୟୁଜର୍ସ କିପରି ଏହାର ସେଟିଂ କରିପାରିବେ ସେ ନେଇ ମଧ୍ୟ କମ୍ପାନୀ ସୂଚିତ କରିଛି । ୟୁଜର୍ସ ମାଇଁ କଣ୍ଟାକ୍ସ (My Contacts)କୁ ଯାଇ ଏହାର ସେଟିଂ କରିପାରିବେ ।

ଏହା ବି ପଢନ୍ତୁ- Whatsapp: ଏଣିକି ହ୍ବାଟ୍ସଆପରେ ହୋଇପାରିବ ମେସେଜ ଏଡି଼ଟ୍‌ !

Nobody ଅପ୍‌ସନକୁ ଚୟନ କଲେ ଆପଣଙ୍କ ଲାଷ୍ଟ ସିନ, ଫଟୋ ଓ ଅନ୍ୟ ତଥ୍ୟ କେହି ଦେଖିପାରିବେ ନାହିଁ । All ଅପସନକୁ ଚୟନ କଲେ ଏଗୁଡିକୁ କଣ୍ଟାକ୍ଟ ଲିଷ୍ଟରେ ଥିବା ସମସ୍ତେ ଦେଖିପାରିବେ । ସେହିପରି My Contactsକୁ ଯାଇ ଆପଣ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ଲାଗି ଏହାକୁ ହାଇଡ୍‌ କରିପାରିବେ । କମ୍ପାନୀ ଏହା ମଧ୍ୟ କହିଛି ଯେ ଆପଣ ଯେତେବେଳେ କୌଣସି ବ୍ୟକ୍ତିଗତ ତଥ୍ୟ ସେୟାର କରୁଛନ୍ତି, ସେଗୁଡ଼ିକ ପ୍ରତି ସଚେତନ ରହିବା ଆବଶ୍ୟକ । ଏହାସହିତ କୌଣସି ବି ତଥ୍ୟ ସେୟାର କରିବା ପୂର୍ବରୁ ବୁଝି ବିଚାରି ସେଗୁଡ଼ିକୁ ସେୟାର କରିବା ଉଚିତ ।

ହ୍ବାଟ୍ସଆପ୍‌ରେ ଏକ ଲୋକେସନ(Location) ସୁବିଧା ମଧ୍ୟ ରହିଛି । ଏହାର ଉପଯୋଗ କରି ୟୁଜର୍ସ ଚାଟିଂ ସମୟରେ କୌଣସି ସ୍ଥାନରେ ରହିଛନ୍ତି ସେ ସମ୍ପର୍କରେ ନିଜ ବନ୍ଧୁକୁ ଜଣାଇପାରିବେ । ତେବେ ଏହାକୁ ସେୟାର କରିବା ପୂର୍ବରୁ ସତର୍କ ରହିବା ଆବଶ୍ୟକ । ଆପଣଙ୍କ ବିଶ୍ବସ୍ତ ବନ୍ଧୁ ନିକଟକୁ ଏହି ଲୋକେସନ୍‌ ସେୟାର କରିବା ଦରକାର ।

ABOUT THE AUTHOR

...view details