ହାଇଦ୍ରାବାଦ: ହ୍ବାଟ୍ସଆପରେ ଆହୁରି ପ୍ରାଇଭେସି ହେବ ଭଏସ ନୋଟ । ଭ୍ୟୁ ଓ୍ବାନ କରିପାରିବେ ହ୍ବାଟ୍ସଆପ ୟୁଜର୍ସ । ପୂର୍ବରୁ ମେସେଜରେ ଭ୍ୟୁ ଓ୍ବାନ ଫିଚର ରହିଥିବା ବେଳେ ବର୍ତ୍ତମାନ ଭଏସ ସେମେଜ ପାଇଁ ମଧ୍ୟ ଭ୍ୟୁ ଓ୍ବାନ ଫିଚର ରୋଲଆଉଟ କରିଲା ହ୍ବାଟ୍ସଆପ । ଏଣିକି ଭଏସ ନୋଟକୁ ମଧ୍ୟ କେବଳ ଥରେ ଶୁଣିବା ପାଇଁ ସେଟ କରିପାରିବେ ୟୁଜର୍ସ । ଏହା ଦ୍ବାରା କୌଣସି ଭଏସ ନୋଟକୁ ଅନ୍ୟ କାହାରିକୁ ସେୟାର କରିବା ସମ୍ଭବ ହେବ ନାହିଁ କିମ୍ବା ଏହାର ଦୂରୁପଯୋଗ କରିବା ସମ୍ଭବ ହେବ ନାହିଁ।
କମ୍ପାନୀ ପକ୍ଷରୁ 2021 ମସିହାରେ ଫଟୋ ଏବଂ ଭିଡିଓ ପାଇଁ ଭ୍ୟୁ ଓ୍ବାନ ଫିଚର ରୋଲଆଉଟ କରିଥିଲା । ଏହି ଫିଚରର ବ୍ୟବହାର ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହି ଫିଚର ଭଏସ ନୋଟ୍ ପାଇଁ ମଧ୍ୟ ରୋଲଆଉଟ କରିଛି କମ୍ପାନୀ ।
ଭଏସ ନୋଟରେ ଭ୍ୟୁଓ୍ବାନ ଫିଚର ସେଟ କରିବା ପାଇଁ ଆପକୁ ଅପଡେଟ କରିବାକୁ ହେବ । ଅପଡେଟ ପରେ ଯେତେବେଳେ ଭଏସ ନୋଟ ରେକର୍ଡ କରିବେ ଏହାପରେ ଭଏସ ନୋଟକୁ ଭ୍ୟୁ ଓ୍ବାନରେ ସେଟ କରିବା ପାଇଁ ଅପ୍ସନ ମିଳିବ । ଯେଉଁଭଳି ଭାବେ ଫଟୋ ଏବଂ ଭିଡିଓ ପାଇଁ ଭ୍ୟୁ ଓ୍ବାନ ଫିଚରର ବ୍ୟବହାର କରୁଛନ୍ତି, ସେଭଳି ଭାବେ ଭଏସ ନୋଟର ଉପରେ ମଧ୍ୟ ପ୍ରୟୋଗ ହେବ । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆପଣ ଯେତେବେଳେ ଅନ୍ୟ କାହା ସହିତ ଆଲୋଚନା କରୁଥିବେ ସେତେବେଳେ ଏହି ଫିଚର ଅଧିକ ଲାଭ ପ୍ରଦାନ କରିବ । କୌଣସି ବିଷୟକୁ ଅଧିକ ପ୍ରାଇଭେସି ପ୍ରଦାନ କରିବ ଭଏସ ନୋଟର ଭ୍ୟୁ ଓ୍ବାନ ଫିଚର ।
ଖୁବଶୀଘ୍ର ମିଳିବ ଏହି ଫିଚର: ୟୁଜର୍ସ ଏକ୍ସପେରିୟନ୍ସକୁ ବୃଦ୍ଧି କରିବା ପାଇଁ କମ୍ପାନୀ ଅନେକ ନୂଆ ନୂଆ ଫିଚର ଉପରେ କାର୍ଯ୍ୟ ଜାରି ରଖିଛି । ଖୁବଶୀଘ୍ର ୟୁଜର୍ସ ହାଇରିଜୋଲ୍ୟୁସନ ଫଟୋ ଏବଂ ଭିଡିଓକୁ ଷ୍ଟାଟସରେ ସେଟ କରିପାରିବେ । କମ୍ପାନୀ ଅରିଜିନାଲ କ୍ବାଲିଟିରେ ଏହାକୁ ସେୟାର କରିବା ନେଇ ଅପ୍ସନ ପ୍ରଦାନ କରିବ। ଷ୍ଟାଟସ ବାରରେ ଆପଣ HD ବଟନର ଅପ୍ସନ ପାଇବେ । ଷ୍ଟାଟସ ଅପଲୋଡ କରିବା ସମୟରେ ଏହାର କ୍ବାଲିଟି ଲୋ ରହିଥିଲେ ହେଁ ଏହାକୁ HDରେ ପରିବର୍ତ୍ତନ କରାଯାଇ ପାରିବ। ସୂଚନାଥାଉକି, ବର୍ତ୍ତମାନ ଏହି ଫିଚର କିଛି ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଥିବା ବେଳେ ଖୁବଶୀଘ୍ର ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯିବ ବୋଲି ସୂଚନା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ