ଓଡିଶା

odisha

By

Published : May 7, 2023, 6:46 PM IST

ETV Bharat / science-and-technology

WhatsApp New Feature: ବର୍ତ୍ତମାନ ହ୍ବାଟସଅପ୍ ଚାଟ୍‌ ହେବ ମଜାଦାର, ଜାଣନ୍ତୁ କିପରି

ହ୍ବାଟସଅପ୍ ଚାଟ୍‌କୁ ମଜାଳିଆ କରିବା ପାଇଁ ପୋଲ୍ ଏବଂ କ୍ୟାପସନ୍ ସହ ସେୟାର୍ କରିବା ଭଳି ଦୁଇଟି ନୂଆ ଅପଡେଟ୍‌ ଘୋଷଣା କରିଛି । କଣ ରହିଛି ଫିଚର ଜାଣନ୍ତୁ

ଚାଟ୍କୁ ମଜାଳିଆ କରିବା ପାଇଁ ହ୍ବାଟସଅପରେ ଆସିଲା ନୂଆ ଫିଚର
ଚାଟ୍କୁ ମଜାଳିଆ କରିବା ପାଇଁ ହ୍ବାଟସଅପରେ ଆସିଲା ନୂଆ ଫିଚର

ସାନ ଫ୍ରାନ୍ସିସ୍କୋ:ଦୁନିଆର ସବୁଠାରୁ ଲୋକପ୍ରିୟ ସ୍ପିଡ୍‌ ମେସେଜିଂ ଆପ୍ଲିକେସନ୍, ହ୍ବାଟସ୍‌ଅପ୍‌ ୟୁଜର୍ସଙ୍କ ଆଧାରରେ କିଛି ନୂତନ ଫିଚର ଉପସ୍ଥାପନ କରିଛି । ଚାଟକୁ ଆହୁରି ମଜାଦାର କରିବା ପାଇଁ ମେଟା ମାଲିକାନା ହ୍ବାଟସଅପ୍ ଏହାର ପ୍ଲାଟଫର୍ମରେ 'ପୋଲ୍' ଏବଂ କ୍ୟାପସନ୍ ସହ ସେୟାର୍ କରିବା ଭଳି ଦୁଇଟି ନୂତନ ଅପଡେଟ ଘୋଷଣା କରିଛି । ଅପଡେଟ୍‌ଗୁଡିକରେ ପୋଲର ଫିଚରରେ ଉନ୍ନତି ଏବଂ କ୍ୟାପସନ୍ ସହ ମିଡିଆ ପଠାଇବା କ୍ଷମତା, ଏବଂ କ୍ୟାପସନ୍ ସହ ଡକ୍ୟୁମେଣ୍ଟ୍ ସେୟାର କରିବାର କ୍ଷମତା ଅନ୍ତର୍ଭୁକ୍ତ ।

କମ୍ପାନୀ ଏହାର ଅଫିସିଆଲ୍ ଟ୍ବିଟରରେ ଏକ ପୋଷ୍ଟ କରି କହିଛି ଯେ, ଯେହେତୁ ଆମେ ଆପ୍ ନବୀକରଣ କରିବା ଜାରି ରଖିଛୁ, ଆମେ ହ୍ବାଟସ୍ଅପ୍‌କୁ ଆସୁଥିବା ଅନେକ ନୂତନ ଫିଚରକୁ ଅଂଶୀଦାର କରୁଛୁ ଯାହା ଚାଟ୍କୁ ଟିକେ ଅଧିକ ଫଳପ୍ରଦ ଏବଂ ମଜାଳିଆ କରିବ ବୋଲି ଆଶା କରୁଛୁ। ଏଥିସହ ଏହା ଗୋଷ୍ଠୀ ଚାଟର ଯୋଗଦାନକୁ ବଢାଇବ, ଯାହା ବ୍ୟବହାରକାରୀଙ୍କ ପାଇଁ ସୂଚନା, ଯୋଗାଯୋଗ ଏବଂ ସେୟାର କରିବା ସହଜ କରିବ।

ମତଦାନର ନୂତନ ଅପଡେଟ୍‌ ସହ ହ୍ବାଟସ୍ଅପ୍ ବର୍ତ୍ତମାନ ସିଙ୍ଗଲ ଭୋଟ୍ ପୋଲ୍ ପାଇଁ ଅନୁମତି ଦେଉଛି, ଗ୍ରୁପ୍‌ ସଦସ୍ୟମାନଙ୍କୁ କେବଳ ଥରେ ଭୋଟ୍ ଦେବାକୁ ଅନୁମତି ପ୍ରଦାନ କରେ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ପ୍ରଦାନ କରେ । ଏହି ଫିଚର ଅପଡେଟ୍‌ କରିବାକୁ ପୋଲ କ୍ରିଏଟରମାନେ "ଏକାଧିକ ଉତ୍ତର ଅନୁମତି" ବିକଳ୍ପକୁ ବନ୍ଦ କରିପାରିବେ । ସାଧାରଣତଃ ୟୁଜର୍ସମାନେ 'ଚାଟ୍' ସ୍କ୍ରିନରେ ପୋଲ୍ ଦ୍ୱାରା ଫିଲ୍ଟର୍‌କୁ ବ୍ୟବହାର କରି ନିଜ ଚାଟରେ ପୋଲ୍ ଖୋଜି ପାରିବେ । ପୋଲ୍ କ୍ରିଏଟରଙ୍କ ପାଇଁ ନୋଟିଫିକେସନ ବର୍ତ୍ତମାନ ଉପଲବ୍ଧ ହୋଇଛି । ଯେତେବେଳେ କେହି ସେମାନଙ୍କ ପୋଲରେ ଭୋଟ୍ ଦେବେ ସେତେବେଳେ ପୋଲ୍ କ୍ରିଏଟରମାନେ ମୋଟ ଭୋଟ୍ ସଂଖ୍ୟା ଦେଖିପାରିବେ ।

ଏଥିସହ ପୋଲ କ୍ରିଏଟର କ୍ୟାପସନ୍ ଫିଚର ସହ ଆଡଭାନ୍ସ ଅପଗ୍ରେଡ୍ ପାଇଛନ୍ତି । ଅନ୍ୟ ଏକ ଗ୍ରୁପରେ ଇମେଜ୍ ଏବଂ ଭିଡିଓ ପରି ମିଡିଆ ୟୁଜର୍ସମାନେ କ୍ୟାପସନ୍ ଯୋଡି, କିମ୍ବା ପୁଣି ଲେଖି ପଠାଇପାରିବେ । ଫଟୋ ପଠାଇବା ସମୟରେ ଫଟୋ ଏବଂ ଭିଡିଓରେ କ୍ୟାପସନ୍ ମଧ୍ୟ ଯୋଡ଼ି ପାରିବେ । ଏହା ବ୍ୟତୀତ କ୍ୟାପସନ୍ ସହ ଡକ୍ୟୁମେଣ୍ଟ୍ ସେୟାର କରିବା ହେଉଛି ହ୍ବାଟସ୍ଅପ୍ ୟୁଜର୍ସଙ୍କ ପାଇଁ ଆଉ ଏକ ନୂତନ ଫିଚର । ବର୍ତ୍ତମାନ, ଖବରକାଗଜ ପ୍ରବନ୍ଧ(Article) କିମ୍ବା ୱାର୍କ ଡକ୍ୟୁମେଣ୍ଟ୍ ପରି ଡକ୍ୟୁମେଣ୍ଟ୍ ସେୟାର କରିବାବେଳେ, ୟୁଜର୍ସମାନେ ସେମାନଙ୍କ ରିସିଭରଙ୍କୁ ବୁଝାଇବା ପାଇଁ ପ୍ରସଙ୍ଗ ଉପରେ କ୍ୟାପସନ୍ ଯୋଡିପାରିବେ । ସୂଚନା ଥାଉ କି, ଏହି ଅପଡେଟଗୁଡ଼ିକ ସର୍ବଭାରତୀୟ ସ୍ତରରେ ଆରମ୍ଭ ହେବ ଏବଂ ଆସନ୍ତା ସପ୍ତାହରେ ସମସ୍ତଙ୍କ ପାଇଁ ଏହା ଉପଲବ୍ଧ ହେବ ।

ABOUT THE AUTHOR

...view details