ହାଇଦ୍ରାବାଦ:ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ନିଜର ସମସ୍ତ ସୋସିଆଲ ମିଡିଆ ଆପ୍ ପାଇଁ AI(ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ) ଫିଚର ଲଞ୍ଚ କରିଥିଲା । କିଛି ଦିନ ପୂର୍ବରୁ ହ୍ବାଟ୍ସଆପର AI ଷ୍ଟିକର ଫିଚର ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ ହୋଇଥିବା ବେଳେ ବର୍ତ୍ତମାନ ସମସ୍ତ ୟୁଜର୍ସ ଏହାର ସୁବିଧା ନେଇପାରିବେ । ଏଣିକି ହ୍ବାଟ୍ସାଆପରେ AI ଷ୍ଟିକର ତିଆରି କରି ପଠାଇ ପାରିବେ ୟୁଜର୍ସ । ତେବେ ଏହି ଫିଚର ଦ୍ବାରା ୟୁଜର୍ସଙ୍କ କଥା କହିବା ଶୈଳୀ ବଦଳିଲା ଭଳି ଲାଗିବ । ଏଣିକି ନିଜ ଇଚ୍ଛା ମୁତାବକ AI ଷ୍ଟିକର କରି ପଠାଇ ପାରିବେ ୟୁଜର୍ସ ।
ହ୍ବାଟ୍ସଆପ ଏହାର ବ୍ୟବହାରକାରୀଙ୍କ ପାଇଁ ଏହି AI ଷ୍ଟିକର୍ ରୋଲଆଉଟ କରିଛି । ତେବେ ହ୍ବାଟ୍ସଆପ ଚାଟ୍ ବାରରେ ଏହି ଫିଚରକୁ ସ୍ଥାନ ଦେଇଛି ହ୍ବାଟ୍ସଆପ । କୌଣସି ଏକ ମେସେଜକୁ ନଲେଖି ଆପଣ ଷ୍ଟିକର କରି ମଧ୍ୟ ପଠାଇ ପାରିବେ । ମେସେଜ ସହିତ ସମାନ ଅର୍ଥ ଭାବେ ଏହି ଷ୍ଟିକର କାମ କରିବ । ଯଦି ୟୁଜର୍ସ AI ଷ୍ଟିକରକୁ କାହାରିକୁ ପଠାଇବେ ଏହାପରେ ଏହି ଷ୍ଟିକର ହ୍ବାଟ୍ସଆପର ଷ୍ଟିକର ଟ୍ରେରେ ଦେଖାଯିବ । ଯଦି ୟୁଜର୍ସ ଚାହିଁବେ ତାହେଲେ ଏହି ଷ୍ଟିକରକୁ ଅନ୍ୟ କାହାକୁ ମଧ୍ୟ ପଠାଇ ପାରିବେ ।
ଇଂରାଜୀ ଭାଷାର ସପୋର୍ଟ କରିବ AI ଷ୍ଟିକର:କହିରଖୁଛୁ କି, ହ୍ବାଟ୍ସଆପ ରୋଲଆଉଟ କରିଥିବା AI ଷ୍ଟିକର କେବଳ ଇଂରାଜୀ ଭାଷାକୁ ସପୋର୍ଟ କରିବ । ଅନ୍ୟ କୌଣସି ଭାଷାରେ ଆପଣ ଏହାକୁ ତିଆରି କରିପାରିବେ ନାହିଁ । ହିନ୍ଦୀ ଏବଂ ଭାରତର ଅନ୍ୟ ଭାଷାକୁ ସପୋର୍ଟ କରିବ ନାହିଁ AI ଷ୍ଟିକର । ତେବେ ହ୍ବାଟ୍ସଆପ ପକ୍ଷରୁ ଏହି ଫିଚରକୁ କେତେକ ନିର୍ଦ୍ଦିଷ୍ଟ ଦେଶରେ ରୋଲଆଉଟ କରାଯାଇଛି । ତେବେ ହ୍ବାଟ୍ସଆପରେ କିଭଳି AI ଷ୍ଟିକର ତିଆରି କରିବେ ସେନେଇ ଚିନ୍ତିତ କି ? କିଭଳି ୟୁଜର୍ସଙ୍କୁ ପଠାଇବେ ଦ୍ବନ୍ଦରେ ରହିଛନ୍ତି କି?