ହାଇଦ୍ରାବାଦ:ହ୍ବାଟ୍ସଆପରେ ଆସିବାକୁ ଯାଉଛି ଆଉ ଏକ ଫିଚର। ଏଣିକି ହ୍ବାଟ୍ସଆପ ଭଏସ ଏବଂ ଭିଡିଓ କଲ ଆହୁରି ହେବ ସୁରକ୍ଷିତ । ହ୍ବାଟ୍ସଆପ୍ ଭଏସ୍ ଏବଂ ଭିଡିଓ କଲକୁ ଅଧିକ ସୁରକ୍ଷିତ କରିବା ପାଇଁ ମେଟା ଏକ ନୂଆ ଫିଚର ଉପରେ କାମ କରୁଛି । କମ୍ପାନୀ ବର୍ତ୍ତମାନ 'ପ୍ରୋଟେକ୍ଟ ଆଇପି ଆଡ୍ରେସ୍' ନାମକ ଏକ ଫିଚର ଉପରେ କାମ କରୁଛି ଯାହା କଲ୍ ସମୟରେ ଆପଣଙ୍କ ଫୋନର IP ଆଡ୍ରେସ୍ ସୁରକ୍ଷିତ ରହିବ । ଏହାର ଅର୍ଥ ଫୋନ୍ କରିଥିବା ବ୍ୟକ୍ତି ଏହାକୁ ଟ୍ରେସ୍ କରିପାରିବ ନାହିଁ । କହିରଖୁଛି କି, ଆଇପି ଆଡ୍ରେସ୍ ସାହାଯ୍ୟରେ ଜଣେ ଲୋକେସନ ଜାଣି ପାରିଥାଏ। ଫଳରେ କୌଣସି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ୟୁଜର୍ସଙ୍କୁ ଏହି ସମସ୍ୟାରୁ ରକ୍ଷା କରିବା ପାଇଁ କମ୍ପାନୀ ପ୍ରୋଟେକ୍ଟ ଆଇପି ଆଡ୍ରେସ୍ ଫିଚର ଉପରେ କାମ କରୁଥିବା ସୂଚନା ମିଳିଛି ।
ହୋଇପାରିବନି ଲୋକେସନ ଟ୍ରେସ୍: ସୂଚନା ଅନୁସାରେ, ଏହି ଫିଚର ରୋଲ୍ଆଉଟ ହେବା ପରେ କଲ ପ୍ରାଇଭେସି ସେଟିଂରେ ଏହି ଫିଚର ସୁବିଧା ପାଇବେ । ଏହି ଫିଚରକୁ ଅନ୍ କରିବା ଦ୍ବାରା ହ୍ବାଟ୍ସଆପ୍ର ସର୍ଭର ଦ୍ବାରା ସୁରକ୍ଷିତ ହୋଇପାରିବ ଏବଂ ଅନ୍ୟ ଏହି କଲ୍ ଟ୍ରେସ କରିବାରେ ସକ୍ଷମ ହୋଇପାରିବେ ନାହିଁ । ଅନ୍ୟପଟେ ଏହି ଫିଚରକୁ ଅନ୍ ରଖିବା ଦ୍ୱାରା କଲ୍ର ଗୁଣବତ୍ତା ହ୍ରାସ ହୋଇପାରେ । କାରଣ ଏନକ୍ରିପସନ୍ ଏବଂ ରୁଟିଂ ପ୍ରକ୍ରିୟା ହ୍ବାଟ୍ସଆପର ସର୍ଭର ମାଧ୍ୟମରେ କରାଯାଇଥାଏ।
ଏନେଇ ୟୁଜର୍ସ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ଡିଜିଟାଲ ଯୁଗରେ ଅନେକ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ । ଅନେକ ପ୍ରକାର ଫ୍ରଡ୍ ହେବାର ସମ୍ଭାବନା ମଧ୍ୟ ଅଧିକ । ତେଣୁ ଏହି ପରିସ୍ଥିତିରେ ହ୍ବାଟ୍ସଆପ୍ର ଏହି ଅଡିଓ ଏବଂ ଭିଡିଓ କଲ ପ୍ରାଇଭେସି ଫିଚର ଦ୍ବାରା ୟୁଜର୍ସଙ୍କ ଲୋକେସନ ଟ୍ରେସ୍ ହୋଇପାରିବ ନାହିଁ ଏବଂ ସମ୍ପୁର୍ଣ୍ଣ ସୁରକ୍ଷିତ ରହିବେ ୟୁଜର୍ସ ।