ଓଡିଶା

odisha

ETV Bharat / science-and-technology

iOS ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ ହେଲା Protrct IP Adress in Call ଫିଚର - ହ୍ବାଟ୍ସଆପ ଲାଟେଷ୍ଟ ଫିଚର

ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର । iOS ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ ହେଲା Protrct IP Adress in Call ଫିଚର । ଅଧିକ ପଢନ୍ତୁ

WhatsApp
WhatsApp

By ETV Bharat Odisha Team

Published : Oct 14, 2023, 2:03 PM IST

ହାଇଦ୍ରାବାଦ: ବିଶ୍ବରେ 3 ମିଲିୟନରୁ ଅଧିକ ହ୍ବାଟ୍ସଆପ ୟୁଜର୍ସ ରହିଛନ୍ତି । ୟୁଜର୍ସଙ୍କ ପ୍ରାଇଭେସି ବଜାୟ ରଖିବା ପାଇଁ କମ୍ପାନୀ କିଛି ଦିନର ବ୍ୟବଧାନରେ ଅନେକ ଅପଡେଟ ଜାରି ରଖିଛି । ହ୍ବାଟ୍ସଆପରେ ପ୍ରାଇଭେସି ସହିତ ଜଡିତ ଅନେକ ଫିଚର ରହିଛି । ତେବେ ୟୁଜର୍ସ ନିଜ ଇଚ୍ଛା ମୁତାବକ ଚାଟକୁ ପ୍ରାଇଭେସି କରିପାରିବେ । ପ୍ରାଇଭେସି ଅପ୍ସନକୁ କ୍ଲିକ କରି Check privacy toolsକୁ କ୍ଲିକ କରି ବ୍ୟବହାର କରିପାରିବେ ୟୁଜର୍ସ । ଏହାରି ଭିତରେ ଆଉ ଏକ ଫିଚର ରୋଲଆଉଟ କରିଛି କମ୍ପାନୀ । ଏନେଇ ହ୍ବାଟ୍ସଆପ ଉପରେ ନଜର ରଖୁଥିବା ଓ୍ବେବସାଇଟ WaBetaInfo ପକ୍ଷରୁ ସୂଚନା ଦିଆଯାଇଛି ।

ୟୁଜର୍ସଙ୍କ ପ୍ରାଇଭେସିକୁ ଦୃଢ କରିବା ପାଇଁ କମ୍ପାନୀ 'ପ୍ରୋଟେକ୍ଟ ଆଇପି ଆଡ୍ରେସ ଅନ କଲ' ଏକ ଫିଚରକୁ ରୋଲଆଉଟ କରିଛି । Protrct IP Adress in Call ଅପ୍ସନକୁ କ୍ଲିକ କରିବା ପରେ ଲୋକେସନ କିମ୍ବା ଆଇପି ଆଡ୍ରେସ ଟ୍ରାସ ହୋଇପାରିବ ନାହିଁ । କିନ୍ତୁ ହ୍ବାଟ୍ସଆପ ସର୍ଭର ଜରିଆରେ କଲ କନେକ୍ଟ ହେବା କାରଣରୁ କ୍ବାଲିଟିରେ ପରିବର୍ତ୍ତନ ହୋଇପାରେ । କିନ୍ତୁ ପ୍ରାଇଭେସି ସିକ୍ବେର ରହିବ । ବର୍ତ୍ତମାନ ଏହି ଫିଚର ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ ହୋଇନଥିଲେ ହେଁ କେତେକ ବିଟା ଏବଂ iOS ଟେଷ୍ଟରଙ୍କ ପାଇଁ ଉପଲବ୍ଧ ରହିଛି । କିନ୍ତୁ ଖୁବ କମ୍ ଦିନରେ ହିଁ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ ହେବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: WhatsApp AI Sticker: ରୋଲଆଉଟ ହେଲା AI ଜେନେରେଟଡ ଷ୍ଟିକର ଫିଚର

ହ୍ବାଟ୍ସଆପରେ ଟ୍ରେସ ହୋଇପାରିବନି ଲୋକେସନ:ସୂଚନା ଅନୁସାରେ, ଏହି ଫିଚର ରୋଲ୍‌ଆଉଟ ହେବା ପରେ କଲ ପ୍ରାଇଭେସି ସେଟିଂରେ ଏହି ଫିଚର ସୁବିଧା ପାଇବେ ୟୁଜର୍ସ । ଏହି ଫିଚରକୁ ଅନ୍‌ କରିବା ଦ୍ବାରା ହ୍ବାଟ୍ସଆପ୍‌ର ସର୍ଭର ଦ୍ବାରା ସୁରକ୍ଷିତ ହୋଇପାରିବ ଏବଂ ଅନ୍ୟ ଏହି କଲ୍‌ ଟ୍ରେସ କରିବାରେ ସକ୍ଷମ ହୋଇପାରିବେ ନାହିଁ । ଅନ୍ୟପଟେ ଏହି ଫିଚରକୁ ଅନ୍‌ ରଖିବା ଦ୍ୱାରା କଲ୍‌ର ଗୁଣବତ୍ତା ହ୍ରାସ ହୋଇପାରେ । କାରଣ ଏନକ୍ରିପସନ୍ ଏବଂ ରୁଟିଂ ପ୍ରକ୍ରିୟା ହ୍ବାଟ୍ସଆପର ସର୍ଭର ମାଧ୍ୟମରେ କରାଯାଇଥାଏ ।

ଏନେଇ ୟୁଜର୍ସ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ଡିଜିଟାଲ ଯୁଗରେ ଅନେକ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ । ବିଶେଷକରି ଫ୍ରଡ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଏହି ପରିସ୍ଥିତିରେ ହ୍ବାଟ୍ସଆପ୍‌ର ଏହି ଅଡିଓ ଏବଂ ଭିଡିଓ କଲ ପ୍ରାଇଭେସି ଫିଚର ଦ୍ବାରା ୟୁଜର୍ସଙ୍କ ଲୋକେସନ ଟ୍ରେସ୍‌ ହୋଇପାରିବ ନାହିଁ ଏବଂ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ ୟୁଜର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details