ହାଇଦ୍ରାବାଦ:ଅନେକ ସମୟରେ ହ୍ବାଟ୍ସଆପରେ ନୂଆ ନୂଆ ଫିଚର ଆସିଥାଏ । ମେଟା ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ଅଟେ । ୟୁଜର୍ସଙ୍କୁ ଆପ୍ ପ୍ରତି ଆକୃଷ୍ଟ କରିବା ପାଇଁ କମ୍ପାନୀ ସମୟ ସମୟରେ ଅନେକ ପ୍ରକାର ଅପଡେଟ ଦେଇଥାଏ । ତେବେ ହ୍ବାଟ୍ସଆପରେ ଅନେକ ଅପଡେଟ ଆସିଲା ପରେ ମଧ୍ୟ କିଛି ୟୁଜର୍ସ ଏହା ବିଷୟରେ ଅବଗତ ହୋଇପାରନ୍ତିନାହିଁ । ପୁରୁଣା ଭର୍ସନରେ ହିଁ ହ୍ବାଟ୍ସଆପର ବ୍ୟବହାର କରିଥାଆନ୍ତି । ପୂର୍ବରୁ ହ୍ବାଟ୍ସଆପ ଅପଡେଟ ବିଷୟରେ ଜାଣିବାକୁ ହେଲେ ପ୍ଲେ ଷ୍ଟୋରକୁ ଯାଇ ଅପଡେଟ ବିଷୟରେ ଜାଣିବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଛି କମ୍ପାନୀ । ଏଣିକି ହ୍ବାଟ୍ସଆପ ସେଟିଂରେ ଅପଡେଟ ଅପ୍ସନ ପାଇବେ ୟୁଜର୍ସ । ଏନେଇ ହ୍ବାଟ୍ସଆପ ଉପରେ ନଜର ରଖୁଥିବା ଓ୍ବେବସାଇଟ WABetainfo ପକ୍ଷରୁ ସୂଚନା ଦିଆଯାଇଛି । ହ୍ବାଟ୍ସଆପ ଗୁଗୁଲ ପ୍ଲେ ବିଟା ଭର୍ସନ ଜରିଆରେ ଆଣ୍ଡ୍ରୋଏଡ ୟୁଜର୍ସଙ୍କ ପାଇଁ ବିଟା ଭର୍ସନ 2.24.2.13 ରୋଲଆଉଟ କରିଛି । ଏହି ନୂଆ ବିଟା ଭର୍ସନ ସହିତ ହ୍ବାଟ୍ସଆପ ଆପରେ ଅଟୋ ଆପ ଅପଡେଟ ଫିଚର ଲଞ୍ଚ କରିଛି ।
ରିପୋର୍ଟ ଅନୁସାରେ, ହ୍ବାଟ୍ସଆପର ନୂଆ ଫିଚରର ନାମ ଆପ୍ ଅପଡେଟ ରଖାଯାଇଛି । ଏହି ଫିଚର ବର୍ତ୍ତମାନ ରୋଲିଂ ଆଉଟ ଷ୍ଟାଟସରେ ରହିଛି । ଏହି ଫିଚର ଦ୍ବାରା ୟୁଜର୍ସଙ୍କୁ ହ୍ବାଟ୍ସଆପ ସେଟିଂ ଭିତରେ ଆପର ଲାଟେଷ୍ଟ ଅପଡେଟର ନୋଟିଫିକେସନ ଏବଂ ଅଟୋ ଅପଡେଟର ଅପ୍ସନ ମିଳିବ । ଏଣିକି ହ୍ବାଟ୍ସଆପ ବିଷୟରେ ଅପଡେଟ ପାଇବା ପାଇଁ ୟୁଜର୍ସଙ୍କୁ ପ୍ଲେ ଷ୍ଟୋର ଯିବାକୁ ପଡିବ ନାହିଁ । ବର୍ତ୍ତମାନ ଏହି ଫିଚର ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଛି । ତେବେ ବିଟା ୟୁଜର୍ସଙ୍କ ରେଟିଂ ଅନୁସାରେ ଏହାକୁ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିବ କମ୍ପାନୀ ।