ଓଡିଶା

odisha

ETV Bharat / science-and-technology

WhatsApp New Feature: ଏଣିକି ଏଡିଟ କରିପାରିବେ ପଠାଇସାରିଥିବା ମେସେଜ

ହ୍ବାଟ୍ସଆପରେ ପଠାଇ ସାରିଥିବା ଭୁଲ ମେସେଜକୁ ଏଣିକି ଡିଲିଟ କରିବାକୁ ପଡିବ ନାହିଁ । ଏହାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏଡିଟ ବା ସଂଶୋଧନ କରାଯାଇହେବ । ଜାଣନ୍ତୁ ହ୍ବାଟ୍ସଆପର ଏହି ନୂଆ ଫିଚର ସମ୍ପର୍କରେ

Etv Bharat
Etv Bharat

By

Published : May 22, 2023, 10:43 PM IST

ୱାଶିଂଟନ:ୟୁଜର୍ସଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇବା ଲାଗି ନୂଆ ଫିଚର ଆଣିଲା ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ । ଏଣିକି ହ୍ବାଟ୍ସଆପରେ ପଠାଇ ସାରିଥିବା ମେସେଜକୁ ମଧ୍ୟ ଏଡିଟ କରିହେବ । ପୂର୍ବରୁ ଏଭଳି କୌଣସି ଅପସନ ନଥିବା ବେଳେ ଭୁଲ ମେସେଜ ମଧ୍ୟ ନିଜ ବନ୍ଧୁ କିମ୍ବା ଗ୍ରୁପକୁ ଯାଉଥିଲା । ଏଭଳି ସ୍ଥିତିରେ ୟୁଜର ଜଣକ ମେସେଜଟିକୁ ଡିଲିଟ କରୁଥିଲେ । ହେଲେ ଏପରି ଆଉ କରିବାକୁ ପଡ଼ିବ ନାହିଁ । ଏହାକୁ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂଶୋଧନ କରାଯାଇପାରିବ । ସୋମବାର ମେଟା ସିଇଓ ମାର୍କ ଜୁକରବର୍ଗ ଏନେଇ ଘୋଷଣା କରିଛନ୍ତି ।

ଗୋଟିଏ ମୁହୂର୍ତ୍ତରେ ଆମ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ବେଳକୁ ମେସେଜଟି ରିସିଭର ନିକଟରେ ପହଞ୍ଚିସାରିଥାଏ । ସେହି ସମୟରେ ଆମକୁ ମେସେଜଟିକୁ ଡିଲିଟ କରିବାକୁ ପଡେ । ନଚେତ ଏହା ସମ୍ପର୍କରେ ରିସିଭରକୁ ଅତିରିକ୍ତ ମେସେଜ କରି ବୁଝାଇବାକୁ ପଡିଥାଏ । ହେଲେ ନିଜ ଉପଭୋକ୍ତାଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇବା ଲାଗି ଏହି ମେସେଜିଂ ପ୍ଲାଟଫର୍ମ ଏଡିଟ ଅପସନକୁ ଆଣିଛି । ଯାହାଦ୍ବାରା ୟୁଜର୍ସ ପୂର୍ବାପେକ୍ଷା ଉତ୍ତମ ସେବା ପାଇପାରିବେ । ଏହାସହିତ ନିଜ ଚାଟ୍‌ ଉପରେ ଏକ ପ୍ରକାର ନିୟନ୍ତ୍ରଣ ରଖିପାରିବେ ।

ଏହା ବି ପଢନ୍ତୁ- WhatsApp Sticker Feature : ଆହୁରି ମଜାଦାର ହେବ ହ୍ବାଟସଅପ୍ ଚାଟ୍‌, ନିଜେ ତିଆରି କରିପାରିବେ ଷ୍ଟିକର

ସ୍ପେଲିଂ ମିଷ୍ଟେକକୁ ସଂଶୋଧନ କରିବାଠୁ ଆରମ୍ଭ କରି ଏଡିଟ ଅପସନର ଜଣେ ୟୁଜର ପଠାଇ ସାରିଥିବା ମେସେଜରେ ଆଉ ଅଧିକ ତଥ୍ୟ ମଧ୍ୟ ଯୋଗ କରିପାରିବ । ଏଥିଲାଗି ୟୁଜରଙ୍କୁ ପଠାଇ ସାରିଥିବା ମେସେଜ ଉପରେ ଲଙ୍ଗ୍‌ ପ୍ରେସ କରିବାକୁ ପଡ଼ିବ । ଏହାପରେ Menuରେ 'Edit' ଅପସନ ଆସିବ । ଏହା ଉପରେ କ୍ଲିକ କରି ୟୁଜର ନିଜ ମେସେଜକୁ ଏଡିଟ କରିପାରିବେ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହାକୁ ମାତ୍ର ୧୫ ମିନିଟ ମଧ୍ୟରେ କରିହେବ । ଏହି ଫିଚରର ପ୍ରାଥମିକ ପର୍ଯ୍ୟାୟରେ ମାତ୍ର ୧୫ ମିନିଟ ସମୟ ସୀମା ରହିଛି ।

ମେସେଜଟି ଏଡିଟ ହୋଇସାରିବା ପରେ ଏହା ତଳେ 'Edited' ବୋଲି ଦର୍ଶାଇବ । ବିଶ୍ବସ୍ତରରେ ଏହାକୁ ଧୀରେ ଧୀରେ ଆରମ୍ଭ କରାଯାଉଥିବା ବେଳେ ଆସନ୍ତା କିଛି ସପ୍ତାହ ମଧ୍ୟରେ ସମସ୍ତ ୟୁଜର୍ସ ଏହି ନୂଆ ଫିଚରକୁ ଉପଯୋଗ କରିପାରିବେ । ଅନ୍ୟପଟେ ଗତ ୧୫ ତାରିଖରେ ହ୍ବାଟ୍ସଆପ ଆଉ ଏକ ଫିଚର ଆଣିଥିଲା । ଏହା ମାଧ୍ୟମରେ ୟୁଜର ନିଜ Chatକୁ ଲକ୍‌ କରିପାରିବେ । ୟୁଜର୍ସଙ୍କ ପ୍ରାଇଭେସିକୁ ଗୁରୁତ୍ବ ଦେଇ ହ୍ବାଟ୍ସଆପ ଏହି ନୂଆ ଫିଚର ଆଣିଥିଲା । ଅନ୍ୟପଟେ ଯେଉଁ ବନ୍ଧୁଙ୍କ ଚାଟ୍‌ଟି ଲକ୍‌ ହୋଇଥିବ, ଯଦି ସିଏ ମେସେଜ କରନ୍ତି ତେବେ ତାଙ୍କ ମେସେଜ ମଧ୍ୟ ନୋଟିଫିକେସନର ସୋ କରିବ ନାହିଁ । ଏହି ନୂଆ ଫିଚର ସମ୍ପର୍କରେ ଗତ ୧୫ ତାରିଖରେ ଜୁକରବର୍ଗ ଘୋଷଣା କରିଥିଲେ ।

ABOUT THE AUTHOR

...view details