ହାଇଦ୍ରାବାଦ:ଲୋକପ୍ରିୟ ମେସେଜିଂ ଆପରେ ଭାବେ ସାରା ବିଶ୍ବରେ ପରିଗଣିତ ହେଉଛି ହ୍ବାଟ୍ସଆପ । ୟୁଜର୍ସଙ୍କ ମନପସନ୍ଦର ଫିଚର ପ୍ରଦାନ କରୁଛି । ବିଶ୍ବରେ ଏକ ନମ୍ବର ମେସେଜିଂ ପ୍ଲାଟଫର୍ମର ଧାରାକୁ ବଜାୟୀ ରଖିବା ପାଇଁ ନୂଆ ନୂଆ ଫିଚର ମଧ୍ୟ ଆଣୁଛି । ଏହାରି ଭିତରେ ଲୋକପ୍ରିୟ ମେସେଞ୍ଜର ହ୍ବାଟ୍ସଆପ ଆଜି ଆଉ ଏକ ଫିଚର ଆଣିଛି । ବିଟା ଟେଷ୍ଟରଙ୍କ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଷ୍ଟିକର୍ ଲଞ୍ଚ କରିଛି ।
କମ୍ପାନୀ ସମସ୍ତ ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ଏହି ଫିଚର ରୋଲଆଉଟ ପୂର୍ବରୁ ବର୍ତ୍ତମାନ ବିଟା ଟେଷ୍ଟରଙ୍କ ଠାରେ ଟ୍ରାଏଲ କରୁଥିବା ଜଣାପଡିଛି । ଏହା ଖୁବଶୀଘ୍ର ଆଗାମୀ ଦିନରେ ରୋଲଆଉଟ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ବିଟା ଟେଷ୍ଟର ଏହି ଫିଚରର ଲାଭ ଉଠାଇପାରିବେ । ଏଆଇ ଷ୍ଟିକର ଏପରି ଏକ ସୁବିଧା ଯାହା ଦ୍ବାରା କି ୟୁଜର୍ସ ଇଚ୍ଛା ଅନୁସାରେ ଷ୍ଟିକର କରିପାରିବେ । ୟୁଜର୍ସ ଯାହା ଟାଇପ କରିବେ ସେହି ହିସାବରେ ଷ୍ଟିକର କରି ଅନ୍ୟମାନଙ୍କୁ ପଠାଇପାରିବେ ।
ଏହା ମଧ୍ୟ ପଢନ୍ତୁ:AI ଜେନେରେଟ ମେସେଞ୍ଜର ଷ୍ଟିକର ଫିଚରର ଟେଷ୍ଟିଂ କରିବ ମେଟା
ଆଣ୍ଡ୍ରୋଏଡ ବିଟା ଚାନେଲରେ କରାଯାଉଛି ଟ୍ରାଏଲ: ଖବର ଅନୁଯାୟୀ, ଏହା ନୂତନ କାର୍ଯ୍ୟ କ୍ଷମତା ମିଡଜର୍ନି କିମ୍ବା ଓପନଏଆଇ DALL-E ମଡେଲ ପରି ଦେଖାଯାଉଛି । ହ୍ବାଟ୍ସଆପର ଆଣ୍ଡ୍ରୋଏଡ୍ ବିଟା ଚ୍ୟାନେଲରେ ଏହା ଟ୍ରାଇଲିଂ ହେଉଥିବା ଜଣାପଡିଛି । ତେବେ ଏନେଇ WABetaInfo ଦାବି କରି କହିଛି ଯେ ଏହା ମେଟା ଦ୍ୱାରା ଦିଆଯାଇଥିବା ଏକ ସୁରକ୍ଷିତ ଟେକ୍ନୋଲୋଜି ଅଟେ।