ଓଡିଶା

odisha

By

Published : Jun 20, 2023, 5:20 PM IST

ETV Bharat / science-and-technology

WhatsApp New Feature: ଆସିଲା ନୂଆ ଫିଚର, ହଇରାଣ କରିପାରିବେ ନାହିଁ ଅଜଣା ବ୍ୟକ୍ତି

ହ୍ବାଟ୍ସଆପ ନୂଆ ଫିଚର ନେଇ ଘୋଷଣା କଲେ ଜୁକରବର୍ଗ। ଏଣିକି ଅଜଣା ବ୍ୟକ୍ତି କଲ କରି ଆଉ ହଇରାଣ କରିପାରିବେ ନାହିଁ। ଅଧିକ ପଢନ୍ତୁ

WhatsApp New Feature
WhatsApp New Feature

ହାଇଦ୍ରାବାଦ:ମେଟାର ଲୋକପ୍ରିୟ ଚାଟିଂ ଆପ ହ୍ବାର୍ଟ୍ସଆପରେ ଏକ ଫିଚର ଆସିଛି । ଯାହାକି ସମସ୍ତ ୟୁଜର୍ସଙ୍କ ପାଇଁ ଖୁସି ଆଣିବ। ଚାଟିଂ ଆପ୍ ହ୍ବାଟ୍ସଆପ ଅଫିସିଆଲ୍ ବ୍ଲଗ୍ ପୋଷ୍ଟରୁ ଉପଭୋକ୍ତାମାନଙ୍କ ପାଇଁ ଏହି ଫିଚର ଘୋଷଣା କରାଯାଇଛି । ଅନ୍ୟପଟେ ମାର୍କ ଜୁକରବର୍ଗ ମଧ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି । ଏଣିକି ଅଜଣା ନମ୍ବରରୁ କଲ ଆଉ ହଇରାଣ କରିପାରିବ ନାହିଁ । ଗୋଟିଏ ସେଟିଂରେ ଆପଣ ଏଥିରୁ ମୁକ୍ତି ପାଇବେ।

ହ୍ବାଟ୍ସଆପ୍‌ ପ୍ରାଇଭେସି ଫିଚର : ବାସ୍ତବରେ, କମ୍ପାନୀର ସିଇଓ ଜୁକରବର୍ଗ ଉପଭୋକ୍ତାମାନଙ୍କ ପାଇଁ ହ୍ବାଟ୍ସଆପର ଏକ ଫିଚର ଘୋଷଣା କରିଛନ୍ତି । ସାଇଲେନ୍ସ ଅନନୋନ କଲର ଫିଚର ନେଇ ଘୋଷଣା କରାଯାଇଛି । ଏହାପୂର୍ବରୁ ହ୍ବାଟ୍ସଆପ ଏହାର ୟୁଜର୍ସଙ୍କ ପାଇଁ ଲକ୍ ଚାଟ୍ ଫିଚର ମଧ୍ୟ ଉପସ୍ଥାପନ କରିଥିଲା ।

Silence Unknown Callers feature

ଏହା ମଧ୍ୟ ପଢନ୍ତୁ: Meta CEO Mark Zuckerberg: ଇନଷ୍ଟାଗ୍ରାମ ବନ୍ଦ କରିବାକୁ ଜୁକରବର୍ଗଙ୍କୁ ଚେତାବନୀ, ଏହା କହିଲା UI

ସାଇଲେନ୍ସ ଅନନୋନ ଫିଚର କଣ ଏବଂ ଏହା କିପରି କାମ କରିବ? : ଏଣିକି କୌଣସି ଅଜଣା ବ୍ୟକ୍ତି ଆଉ ହଇରାଣ କରିବେ ନାହିଁ। ଅଜଣା ବ୍ୟକ୍ତିଙ୍କ କଲ ପାଇଁ ହ୍ବାଟ୍ସଆପ ପକ୍ଷରୁ ଏକ ସେଟିଂ ପାଇଁ ଫିଚର ଘୋଷଣା କରାଯାଇଛି । ଅଜଣା ନମ୍ବରରୁ କଲ୍‌ ଆସୁଥିବା ନମ୍ବର ପାଖକୁ ଯାଇ ଆପଣ ମଧ୍ୟ ସେଟିଂରେ ସାଇଲେନ୍ସ କରିପାରିବେ । ଏହାପରେ ଅଜଣା ନମ୍ବରରୁ କଲ ଆସିଲେ ଆଉ ରିଙ୍ଗିଂ ହେବ ନାହିଁ । କିନ୍ତୁ କେଉଁ ନମ୍ବରରୁ କଲ ଆସୁଛି ଆପ୍‌ରେ ଦେଖାଯିବ । କୌଣସି ଗୁରୁତ୍ବପୂର୍ଣ୍ଣ କଲ ଆସିଲେ ଆପଣ ଫୋନ ଉଠାଇପାରିବେ । ଏହି ଫିଚର ଦ୍ବାରା ଆପଣଙ୍କୁ ଆଉ ଅଜଣା ବ୍ୟକ୍ତି ଫୋନ କରି ହଇରାଣ କରିପାରିବେ ନାହିଁ କିମ୍ବା ଆପଣ ମଧ୍ୟ ଗୁରୁତ୍ବପୂର୍ଣ୍ଣ କଲକୁ ମିସ୍‌ କରିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: Whatsapp launched channel: ହ୍ବାଟ୍ସଆପ ଆଣିଲା ଚ୍ୟାନେଲ ଫିଚର, ଜାଣନ୍ତୁ କଣ ଏହାର ଫାଇଦା

କେଉଁ ୟୁଜର୍ସ ଏହି ପ୍ରାଇଭେସି ଫିଚରକୁ ବ୍ୟବହାର କରିପାରିବେ ? ହ୍ବାଟ୍ସଆପର ଏହି ସାଇଲେନ୍ସ ଅନନୋନ ଫିଚର ବର୍ତ୍ତମାନ ଆଣ୍ଡ୍ରଏଡ ଏବଂ ଆଇଓସଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି । ଏହି ଫିଚରକୁ ବ୍ୟବହାର କରିବାକୁ ହେଲେ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ପ୍ରଥମେ ପ୍ଲେ' ଷ୍ଟୋର୍‌କୁ ଯାଇ ହ୍ବାଟ୍ସଆପକୁ ଅପଡେଟ କରିବାକୁ ହେବ । ଏହାପରେ ଏହି ଫିଚରର ସୁବିଧା ପାଇପାରିବେ । ଅନ୍ୟପଟେ ଆଇଓଏସ ୟୁଜର୍ସ ଆପ୍‌ ଷ୍ଟୋରକୁ ଯାଇ ନୂଆ ଆପ୍‌ର ଅପଡେଟ ପାଇପାରିବେ । ହ୍ବାଟ୍ସଆପର ଏହି ଫିଚର ୟୁଜର୍ସଙ୍କ ପାଇଁ ଉପଯୋଗୀ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details