ହାଇଦ୍ରାବାଦ:ଆମାଜନ ପ୍ରାଇମର ସଦସ୍ୟତା ଗ୍ରହଣ କରିଥିଲେ, କମ୍ପାନୀ ପକ୍ଷରୁ ଅନେକ ଜବରଦସ୍ତ ସୁବିଧା ମିଳିଥାଏ । ସଙ୍ଗୀତ, ଭିଡିଓ ଏବଂ ଶୀଘ୍ର ଡେଲିଭରିର ସବୁଧା ପାଇପାରିବେ । ଏହାସହ ବେଳେବେଳେ ଆମାଜନର ସେଲ ଆସିଲେ ପ୍ରଥମେ ମେମ୍ବରସିପ ମାନେ ଏହି ସୁବିଧା ପାଉଛନ୍ତି । ଏହାରି ଭିତରେ ଆଉ ଏକ ଖୁସି ଖବର ଆଣିଛି ଆମାଜନ । ଗତ ମାସରୁ ଉବରରେ ଯାତ୍ରା କରିଲେ ଡିସକାଉଣ୍ଟ ବା ରିହାତି ମିଳୁଛି । ଏଥିପାଇଁ ସେମାନଙ୍କୁ କେବଳ ଆମାଜନ ପେ ମାଧ୍ୟମରେ ଯାତ୍ରା ପାଇଁ ଦେୟ ଦେବାକୁ ପଡିବ ।
ଏମିତି ମିଳିବ କେସବ୍ୟାକ: ଇ-କମର୍ସ ୱେବସାଇଟ୍ ଆମାଜନ ଏବଂ ଉବର ସେମାନଙ୍କ ସହଭାଗୀତାର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ବର୍ତ୍ତମାନ ଆମାଜନ ପ୍ରାଇମ ସଦସ୍ୟମାନେ ଉବରରେ ଯାତ୍ରା ବୁକ୍ କରିବା ସମୟରେ ଅତିରିକ୍ତ ସୁବିଧା ପାଇବେ । ମେ 2023 ଠାରୁ, ଆମାଜନ ପ୍ରାଇମ ସଦସ୍ୟମାନେ ଅସୀମିତ ରାଇଡ୍ ଉପରେ 5 ପ୍ରତିଶତ କ୍ୟାସବ୍ୟାକ୍ ପାଇବେ । ଏଥିପାଇଁ ସେମାନଙ୍କୁ ଆମାଜନ ପେ ମାଧ୍ୟମରେ ଯାତ୍ରା ପାଇଁ ଦେୟ ଦେବାକୁ ପଡିବ । ଏହି 5 ପ୍ରତିଶତକୁ କମ୍ପାନୀ ଭିନ୍ନ ଭିନ୍ନ ଉପାୟରେ ଦେବ । ଅର୍ଥାତ ମୋଟ ପ୍ରତିଶତର 4ପ୍ରତିଶତ ୟୁଜର୍ସଙ୍କୁ ଏହଂ 1 ପ୍ରତିଶତ ଆମାଜନରେ କେସବ୍ୟାକ ମିଳିବ । ଭବିଷ୍ୟତର ଉବର ରାଇଡ୍ସରେ ଟଙ୍କା ସଞ୍ଚୟ କରିବା ଏବଂ Amazon.inରେ କମ ପଇସାରେ ଉବରରେ ଯାତ୍ରା କରିପାରିବେ ।
ଏହା ମଧ୍ୟ ପଢନ୍ତୁ: Whatsapp launched channel: ହ୍ବାଟ୍ସଆପ ଆଣିଲା ଚ୍ୟାନେଲ ଫିଚର, ଜାଣନ୍ତୁ କଣ ଏହାର ଫାଇଦା