ଓଡିଶା

odisha

ETV Bharat / science-and-technology

Twitter down ? ଅନେକ ୟୁଜର୍ସ ଆଣିଲେ ଲଗଇନ୍‌ରେ ଅସୁବିଧା ଅଭିଯୋଗ - କାହିଁକି ଡାଉନ୍ ହେଲା ଟ୍ବିଟର

କିଛି ସମୟ ପାଇଁ ଅଚଳ ହେଲା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର । ୟୁଜର୍ସଙ୍କ ଅଭିଯୋଗ ପରେ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିବା ସୂଚନା(Twitter down ? Several users complain about login issues) । ଅଧିକ ପଢନ୍ତୁ

Twitter down: ୟୁଜର୍ସଙ୍କ ଅଭିଯୋଗ ପରେ ପୁନର୍ବାର ହେଲା କାର୍ଯ୍ୟକ୍ଷମ
Twitter down: ୟୁଜର୍ସଙ୍କ ଅଭିଯୋଗ ପରେ ପୁନର୍ବାର ହେଲା କାର୍ଯ୍ୟକ୍ଷମ

By

Published : Nov 4, 2022, 11:26 AM IST

ନୂଆଦିଲ୍ଲୀ: ନିକଟରେ କେତେକ ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ୍ ଅର୍ଥାତ୍ କିଛି ସମୟ ପାଇଁ ଅଚଳ ହୋଇ ଯାଉଥିବା ବେଳେ ଆଜି(ନଭେମ୍ବର 4) ଟ୍ବିଟର ୟୁଜର୍ସ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଭୋରରୁ ସକାଳ ପର୍ଯ୍ୟନ୍ତ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ସର୍ଭର ଡାଉନ୍ ନେଇ ଅଭିଯୋଗ କରିଛନ୍ତି ବ୍ୟବହାରକାରୀ(Twitter down ? Several users complain about login issues) । ତେବେ ଏହାର କିଛି ସମୟ ପରେ ପୁନର୍ବାର ଟ୍ବିଟର କାମ କରିଥିବା ନେଇ ସୂଚନା ମିଳିଛି ।

Twitter down: ୟୁଜର୍ସଙ୍କ ଅଭିଯୋଗ ପରେ ପୁନର୍ବାର ହେଲା କାର୍ଯ୍ୟକ୍ଷମ

ଶୁକ୍ରବାର ସକାଳେ ଅନେକ ଟ୍ୱିଟର ବ୍ୟବହାରକାରୀ ମାଇକ୍ରୋବ୍ଲଗିଂ ସାଇଟରେ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି । ଅନେକ କହିଛନ୍ତି ଯେ, ସେମାନଙ୍କ ୱେବସାଇଟରେ ଟ୍ବିଟର୍ ଲଗ୍ ଇନ୍ ହେଉନାହିଁ । ଖବର ଅନୁଯାୟୀ, ରାତି ପ୍ରାୟ 3ଟା ରୁ ସକାଳ 7ଟା ପର୍ଯ୍ୟନ୍ତ ଟ୍ବିଟର କାମ କରୁନଥିବା ଅଭିଯୋଗ ହୋଇଛି । ଅନେକ ୟୁଜର୍ସ ଅଭିଯୋଗ କରିବା ପରେ ପୁନର୍ବାର ଟ୍ବିଟର କାର୍ଯ୍ୟକ୍ଷମ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- WhatsApp down: ସାରା ଦେଶରେ ହ୍ବାଟସ୍‌ଆପ୍‌ ଡାଉନ୍‌, ମେସେଜ୍ ଯାଉନି କି ଆସୁନି

କହି ରଖୁଛୁ, ଗତମାସ(ଅକ୍ଟୋବର 28)ରେ ଏଲନ ମସ୍କ 44 ବିଲିୟନ ଡଲାର ଡିଲ୍‌ରେ ଟ୍ବିଟରକୁ ନିଜ ଅଧୀନକୁ ନେଇଛନ୍ତି । ଏହାପରେ ଏହି ମାଇକ୍ରୋବ୍ଲଗିଂ ଆପ୍‌ରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ପ୍ରଥମେ CEO ପରାଗ ଅଗ୍ରୱାଲଙ୍କ ସମେତ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଚାକିରିରୁ ହଟାଇବା ପରେ କମ୍ପାନୀର ଅଧା ଭାଗ କର୍ମଚାରୀଙ୍କୁ ବିଦା କରିବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ:-Elon to Twitter Employees: ଦିନକୁ ୧୨ଘଣ୍ଟା ଓ ସପ୍ତାହ ସାରା କାମ, ପାଟି ଖୋଲିଲେ ଚାକିରିରୁ ବିଦା

ସଦ୍ୟତମ ରିପୋର୍ଟ ଅନୁସାରେ ମସ୍କ, ଟ୍ବିଟର କର୍ମଚାରୀଙ୍କୁ ବିନା ଛୁଟିରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀଙ୍କୁ ଦିନକୁ ୧୨ ଘଣ୍ଟା ଓ ସପ୍ତାହ ସାରା କାମ କରିବାକୁ କୁହାଯାଇଥିବା ଚର୍ଚ୍ଚା ହେଉଛି(Work 12 hours a day and 7 days a week) । ଏହି ନୂଆ ନିୟମକୁ ବିରୋଧ କଲେ ଚାକିରିରୁ ବିଦା କରିଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି ମସ୍କ । ସେପଟେ ଆଗକୁ ୱାର୍କ ଫ୍ରମ୍ ନିୟମ ମଧ୍ୟ ଲାଗୁ ହେବ ନାହିଁ ବୋଲି ଜଣାପଡିଛି ।

ତେବେ ମସ୍କ ଟ୍ବିଟରକୁ ଅଧୀନକୁ ନେବା ପରେ କେବଳ କମ୍ପାନୀର ନବୀକରଣ ଜାରି ରଖିଛନ୍ତି ଏହା ନୁହେଁ, ସେ ମଧ୍ୟ ଟ୍ବିଟରରେ ବିଭିନ୍ନ ନୂଆ ଫିଚର୍ସ ନେଇ ଘୋଷଣା କରିଛନ୍ତି । ଏସବୁ ମଧ୍ୟରେ ଆଜି ଟ୍ବିଟର୍ ଡାଉନ୍ ହୋଇଯିବା ଏବଂ କର୍ମଚାରୀଙ୍କ ଏପରି ପରିସ୍ଥିତି ମଧ୍ୟରେ ଟ୍ବିଟର କେତେ ଜନାଦୃତ ହେଉଛି ତାହା ସମୟ କହିବ ।

ABOUT THE AUTHOR

...view details