ସାନ ଫ୍ରାନ୍ସିସ୍କୋ: ୟୁଜର୍ସଙ୍କ ପାଇଁ ଆଉ ଏକ ଆକର୍ଷଣୀୟ ଫିଚର୍ସ ଆଣିବାକୁ ଯାଉଛି ଟ୍ୱିଟର(Twitter is rolling out a new feature) । ନୂତନ ଫିଚର୍ସ ଅନୁସାରେ ଏଣିକି ଗୋଟିଏ ଟ୍ବିଟରରେ ଜିଆଇଏଫ (gifs), ଫଟୋ, ଭିଡିଓ ଏବଂ ମେମ୍ସ ଅପଲୋଡ୍ କରିହେବ(Twitter allows users to combine photos, videos and GIFs in single tweet) । ଏହି ଆକର୍ଷଣୀୟ ଫିଚର୍ସ ଉଭୟ ଆଣ୍ଡ୍ରଏଡ୍ ଏବଂ iOS ଡିଭାଇସରେ ଉପଲବ୍ଧ ହେବ ।
Twitter New Features: ଏଣିକି ଗୋଟିଏ ପୋଷ୍ଟରେ ଅପଲୋଡ୍ କରିୁପାରିବେ ଫଟୋ, ଭିଡିଓ, ଜିଫ୍ ଏବଂ ମେମ୍ ବୁଧବାର ବିଳମ୍ବିତ ରାତିରେ ଏକ ବ୍ଲଗ୍ ପୋଷ୍ଟରେ କମ୍ପାନୀ କହିଛି ଯେ, ୱେବରେ ମିଶ୍ରିତ ମିଡିଆ ଟ୍ୱିଟ୍ ଦେଖିବାର ସୁଯୋଗ ସହିତ iOS ଏବଂ ଆଣ୍ଡ୍ରଏଡ୍ ପାଇଁ ଏହି ଫିଚର୍ସ ବିଶ୍ବସ୍ତରରେ ଉପଲବ୍ଧ ହେବ । ଏହି ଫିଚର୍ସ ପ୍ରଥମେ ଏପ୍ରିଲରେ ରିଭର୍ସ ଇଞ୍ଜିନିୟର ଆଲେସାଣ୍ଡ୍ରୋ ପାଲୁଜିଙ୍କ ଦ୍ୱାରା ଦେଖିବାକୁ ମିଳିଥିଲା । ପୂର୍ବରୁ, ଯିଏ ଭିନ୍ନ ଭିନ୍ନ ମିଡିଆ ଫର୍ମାଟ୍ ଶେୟାର କରିବାକୁ ଚାହୁଁଥିଲା ।
ବର୍ତ୍ତମାନ ବ୍ୟବହାରକାରୀ ଟ୍ୱିଟ୍ କମ୍ପୋଜର ଓପନ କରିବା ପରେ, ଚାରି ପ୍ରକାରର ମିଡିଆ- ଫଟୋ, ମେମ୍, GIF ଏବଂ ଭିଡିଓ ଗୁଡିକର ଏକ ମିଶ୍ରଣ(Collage)କୁ ସିଲେକ୍ଟ କରି ଅପଲୋଡ୍ କରିପାରିବେ । ଟୁଇଟ୍ କମ୍ପୋଜର କରିବାବେଳେ ସେମାନେ ସେମାନଙ୍କର ମିଡିଆର ଲେଆଉଟ୍ ପୁନଃ ସଜାଇ(rearrange the layout) ପାରିବେ ବୋଲି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ କହିଛି ।
ତେବେ ନିକଟରେ ଆଣ୍ଡ୍ରଏଡ୍ ଡିଭାଇସରେ ସିଧାସଳଖ ବାର୍ତ୍ତା (Direct Message) ଫିଚର୍ସ ପାଇଁ ଟ୍ୱିଟର ଏକ ନୂଆ ଅପଡେଟ୍ ଆଣିଛି । ଆଣ୍ଡ୍ରଏଡ୍ ଟ୍ୱିଟର ବ୍ୟବହାରକାରୀମାନେ ସେମାନଙ୍କର ଆପ୍ ଅପଡେଟ୍ କରି ଏହି ନୂଆ ସୁବିଧା ପାଇପାରିବେ । ଟ୍ୱିଟର କହିଛି ଯେ, ଆଣ୍ଡ୍ରଏଡ୍ ଡିଭାଇସରେ ଲୋକମାନେ କିପରି ଟ୍ୱିଟରରେ DM ବ୍ୟବହାରର ଉନ୍ନତି ଆଣିବା ପାଇଁ ଏହି ଫିଚର୍ସ ଆସିଛି । ସର୍ବଦା ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର୍ସ ଆଣୁଥିବା ଟ୍ବିଟରର ଏହି ନୂତନ ଫିଚର୍ସ ଅନେକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।