ଓଡିଶା

odisha

ETV Bharat / science-and-technology

CHANDRAYAAN 3: 'ଚନ୍ଦ୍ରଯାନ-3କୁ ନେଇ ମୁଁ ଭାରତ ପକ୍ଷରୁ ଚିଅର ଅପ୍‌ କରିବି' - ସୁନୀତା ଓ୍ବିଲିୟମ୍ସ

ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂକୁ ନେଇ ପ୍ରତିକ୍ରିୟା ରଖିଲେ ଭାରତ-ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ। କହିଲେ ମୁଁ ଭାରତ ପାଇଁ ଚିଅର କରିବି। ଅଧିକ ପଢନ୍ତୁ

sunita-williams
sunita-williams

By ETV Bharat Odisha Team

Published : Aug 23, 2023, 3:22 PM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣ ସଂସ୍ଥା(ISRO)ର ମିଶନ ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା ରହିଛି । ତେବେ ଏହି ମୁହୁର୍ତ୍ତ ଉପରେ ବିଶ୍ବବାସୀଙ୍କ ନଜର ରହିଛି । ମୁନ୍‌ ମିଶନକୁ ସଫଳ କରିବା ପାଇଁ ଦେଶର ଅନେକ ସ୍ଥାନରେ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ଏହା ସଫଳ ହେବ ବୋଲି ଅନେକ ବୈଜ୍ଞାନିକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହାରି ଭିତରେ ଭାରତ-ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଚନ୍ଦ୍ରଯାନ-3କୁ ନେଇ ମୁଁ ଭାରତ ପକ୍ଷରୁ ଖୁସି ବୋଲି କହିଛନ୍ତି ସୁନୀତା।

ନେସନାଲସ ଜିୟୋଗ୍ରାଫିକ ଇଣ୍ଡିଆ ଦ୍ବାରା ସେୟାର କରାଯାଇଥିବା ଏକ ଭିଡିଓରେ ସେ କହିଛନ୍ତି, "ଭାରତର ବହୁ ପ୍ରତୀକ୍ଷିତ ମୁନ ମିଶନ ଚନ୍ଦ୍ରଯାନ-3କୁ ନେଇ ମୁଁ ବହୁତ ଖୁସି । ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ରପୃଷ୍ଠକୁ ଅବତରଣ କରିବା ସମୟରେ ମୁଁ ଭାରତ ପକ୍ଷରୁ ଚିୟର ଅପ୍‌ କରିବି । ଅଗଷ୍ଟ 23 ପାଇଁ ମୁଁ ଉତ୍ସାହିତ । ଭାରତୀୟଙ୍କୁ ଶୁଭକାମନା । ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।"

ଏହା ମଧ୍ୟ ପଢନ୍ତୁ:Chandrayaan-3: ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା, ନଜର ପକାନ୍ତୁ ଉତପେକ୍ଷଣରୁ ବର୍ତ୍ତମାନ ସୁଦ୍ଧା ଅପଡେଟ୍‌ ଉପରେ

ଭାରତ-ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ମହାକାଶରେ ସଟଲ ମିଶନ ସମୟରେ 322 ଦିନ ରହିଥିଲେ। ସେ ଚନ୍ଦ୍ରଯାନ-3କୁ ନେଇ ଆହୁରି ମଧ୍ୟ କହିଛନ୍ତି ଯେ, "ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏହାର ସଂରଚନା ଏବଂ ଇତିହାସ ବିଷୟରେ ବହୁମୂଲ୍ୟ ସୂଚନା ମିଳିବ।" ନ୍ୟାସନାଲ୍ ଜିଓଗ୍ରାଫିକ୍ ଇଣ୍ଡିଆର ଏହି କାର୍ଯ୍ୟକ୍ରମର ଲାଇଭ୍ କଭରେଜ୍ ରହିବ, ଯେଉଁଥିରେ ମହାକାଶ କ୍ଷେତ୍ରର ବିଶେଷଜ୍ଞ ତଥା ୱିଲିୟମ୍ସ ଏବଂ ରାକେଶ ଶର୍ମାଙ୍କ ପରି ମହାକାଶଚାରୀ ସାମିଲ ହେବେ ବୋଲି ସୂଚନା ମିଳିଛି । ଚ୍ୟାନେଲ Xରେ ଏକ ପୋଷ୍ଟ ଜରିଆରେ କହିଛି ଯେ,"ସ୍ବପ୍ନ ଦେଖୁଥିବା ଇସ୍ରୋର ସାହାସିକତାକୁ ସଲାମ କରୁଛୁ । ଟଚ୍ ଡାଉନର ସିଧାପ୍ରସାରଣ ଅପରାହ୍ନ 4ଟାରୁ ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ:Chandrayaan-3 soft-landing: ଆଜି ଚନ୍ଦ୍ରଯାନ-3ର ଅବତରଣ, ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶ୍ବର ନଜର

ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, "ବିକ୍ରମ ଲ୍ୟାଣ୍ଡର ଆଜି ସନ୍ଧ୍ୟା 5ଟା 45 ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଚେଷ୍ଟା କରିବ । 6.4 ମିନିଟରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଶେଷ ହେବ ।" ଚନ୍ଦ୍ରଯାନ ମିଶନର ସଫଳତା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମିଶନ ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ ହେବ ।

କହିରଖୁଛୁ କି, ମିଶନ ଅପରେସନ କମ୍ପ୍ଲେକ୍ସ(MOX)ରେ ଲ୍ୟାଣ୍ଡିଂ ଅପରେସନର ସିଧାପ୍ରସାରଣ ସନ୍ଧ୍ୟା 5ଟା 20 ମିନିଟରୁ ଆରମ୍ଭ ହେବ । ଦେଶବାସୀ ଦେଖିପାରିବେ ଏହି ଐତିହାସିକ ମୁହୂର୍ତ୍ତ । ଇସ୍ରୋର ଓ୍ବେବ୍‌ସାଇଟ୍‌, ୟୁଟ୍ୟୁବ୍‌ ଚ୍ୟାନେଲ, ଫେସ୍‌ବୁକ୍‌ ଏବଂ ଦୂରଦର୍ଶନ ଚ୍ୟାନେଲରେ ଏହାର ସିଧା ପ୍ରସାରଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details