ହାଇଦ୍ରାବାଦ: ଅଚଳ ହେଲା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ। ବିଶ୍ବ ସ୍ତରରେ ଏକ୍ସ ଅଚଳ ହୋଇଯାଇଥିଲା। ଆକାଉଣ୍ଟ ଆକ୍ସେସ୍ ହୋଇପାରୁନଥିବା ନେଇ ଅଭିଯୋଗ କରିଥିଲେ ୟୁଜର୍ସ । ଉଭୟ ମୋବାଇଲର ଏବଂ ଓ୍ବେବରେ ଅଚଳ ହୋଇଥିବା ନେଇ ଅଭିଯୋଗ କରିଥିଲେ ୟୁଜର୍ସ। ତେବେ ଏକ୍ସର ଡାଉନ ନେଇ ଆଉଟେଡ ଟ୍ରାକିଂ ଓ୍ବେବସାଇଟ ଡାଉନ ଡିଟେକ୍ଟର ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ଉଭୟ ଓ୍ବେବସାଇଟ ଏବଂ ମୋବାଇଲ ଫିଡରେ ଏକ୍ସ ଖୋଲିବା ମାତ୍ରେ ପୋଷ୍ଟ ବଦଳରେ କେବଳ ଓ୍ବେଲକମ ଟୁ ଏକ୍ସ(Welcome to X!) ହିଁ ଦେଖାଯାଇଥିଲା। ଅନେକ ୟୁଜର୍ସ ଏନେଇ ଅଭିଯୋଗ କରିଛନ୍ତି। କହିରଖୁଛୁ କି, ଏହି ସମସ୍ୟା କେବଳ ଏକ୍ସରେ ନୁହେଁ ବରଂ ଏକ୍ସ ପ୍ରୋରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଅଚଳ ହେବାର ପ୍ରାୟ 1 ଘଣ୍ଟା ପରେ ଏବେ ଆକ୍ସେସ୍ କରି ପାରୁଛନ୍ତି ୟୁଜର୍ସ।
ଏକ୍ସରେ ପ୍ରୋ'ରେ ଯେତେବେଳେ ୟୁଜର୍ସ ଏହାକୁ ଆକ୍ସେସ୍ କରିବା ପାଇଁ ଚେଷ୍ଟା କରୁଥିଲେ ସେତେବେଳେ ଓ୍ବେଟିଂ ଫର ପୋଷ୍ଟ ନଜର ଆସୁଥିଲା। ତେବେ ପାଖାପାଖି 47000 ୟୁଜର୍ସ ଏକ୍ସ ଏବଂ ଏକ୍ସ ପ୍ରୋରେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ଡାଉନ ଡିଟେକ୍ଟର ପକ୍ଷରୁ ତଥ୍ୟ ଉପସ୍ଥାପନା କରାଯାଇଛି । ଦିନ 11ଟାରୁ ପ୍ରାୟ 1 ଘଣ୍ଟା ଧରି ପ୍ଲାଟଫର୍ମରେ ସମସ୍ୟା ଭୋଗିଥିଲେ ୟୁଜର୍ସ । ତେବେ ଏକ୍ସ ସଚଳ ହେବା ବେଳେ ଅନେକ ପୋଷ୍ଟ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୟୁଜର୍ସ । ଏଲନ ମସ୍କଙ୍କ ମାଲିକାନା ପ୍ଲାଟଫର୍ମରେ ଏଭଳି ଅନେକ ସମସ୍ୟା ହେବ ବୋଲି କିଛି ୟୁଜର୍ସ ପୋଷ୍ଟ କରିଥିବା ନଜର ଆସିଛି ।