ଓଡିଶା

odisha

ETV Bharat / science-and-technology

ସ୍ନାପଚାଟରେ ଆସିଲା ନୂଆ ଫିଚର, ଏଣିକି ଛୋଟ ଛୁଆ ହୋଇପାରିବେନି ଶୋଷଣର ଶିକାର

ଏଣିକି ଛୋଟ ଛୁଆ ହୋଇପାରିବେନି ଶୋଷଣର ଶିକାର । ସ୍ନାପଚାଟରେ ଆସିଲା ନୂଆ ଫିଚର

By ETV Bharat Odisha Team

Published : Sep 8, 2023, 1:08 PM IST

Snapchat New Feature
Snapchat New Feature

ହାଇଦ୍ରାବାଦ:ଆଜିର ସମୟରେ ପ୍ରାୟ ସମସ୍ତେ ସ୍ନାପଚାଟ ବ୍ୟବହାର କରୁଛନ୍ତି । ଛୋଟ ବୟସର ପିଲାମାନଙ୍କ କ୍ଷେତ୍ରରେ ଏହି ଆପର ବ୍ୟବହାର ଅଧିକ । ତେବେ ଅନେକ ଛୋଟ ଛୁଆ ବିଭ୍ରାନ୍ତକାରୀ ତଥ୍ୟ ବା ଠକାମୀର ଶିକାର ହେଉଛନ୍ତି । ପିଲାମାନଙ୍କୁ ଅନଲାଇନ୍ ବିପଦରୁ ରକ୍ଷା କରିବା ପାଇଁ ସ୍ନାପଚାଟ୍ ଆପରେ ଏକ ଫିଚର ଯୋଡି ହୋଇଛି । କମ୍ପାନୀ ଆପରେ ଏକ ଷ୍ଟ୍ରାଇକ୍ ସିଷ୍ଟମ ଏବଂ ଡିଟେକସନ ଟେକ୍ନୋଲୋଜି ଆଣିଛି । ଏହା ଦ୍ବାରା ଭୁଲ ଏବଂ ବିଭ୍ରାନ୍ତକାରୀ କଣ୍ଟେଣ୍ଟ ପଠାଉଥିବା ଆକାଉଣ୍ଟକୁ ବ୍ଲକ କରି ହେବ । ଏହି ଫିଚର ସାହାଯ୍ୟରେ କମ୍ପାନୀ ପିଲାମାନଙ୍କୁ ପ୍ଲାଟଫର୍ମରେ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ । ଏହା ଦ୍ବାରା ଅଜଣା ବ୍ୟକ୍ତିଙ୍କ ଠାରୁ ଭୁଲ ତଥ୍ୟ ଏବଂ ଠକାମୀ ଠାରୁ ବର୍ତ୍ତି ପାରିବେ ଛୋଟ ଛୁଆ ।

ସ୍ନାପଚାଟର ପ୍ୟାରେଣ୍ଟ୍ କମ୍ପାନୀ ସ୍ନାପ୍ ଇଙ୍କ ପକ୍ଷରୁ କୁହାଯାଇଛି ଯେ, କିଛି ବ୍ୟକ୍ତି ଛୋଟ ଛୁଆଙ୍କୁ ଟାର୍ଗେଟ କରିଥାଆନ୍ତି । ବନ୍ଧୁ ଅଥବା କୌଣସି ସମ୍ପର୍କ ନଥାଇ ମଧ୍ୟ ସେମାନଙ୍କ ସହ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କରିଥାଆନ୍ତି । ଏହି କ୍ଷେତ୍ରରେ କିଶୋରଙ୍କ ପାଇଁ ଏକ ଅପ୍ସନ ମିଳିବ । ଜଣ ୟୁଜର୍ସ ଚାହିଁଲେ ଆକାଉଣ୍ଟକୁ ବ୍ଲକ କିମ୍ବା ରିପୋର୍ଟ କରିପାରିବ ।

ଏହା ମଧ୍ୟ ପଢନ୍ତୁ: WhatsApp changing UI: ହ୍ବାଟ୍ସଆପ UI ବଦଳାଇବ କମ୍ପାନୀ, ଆପ୍‌ରେ ହେବ ଏହି ପରିବର୍ତ୍ତନ

ତେବେ ଛୋଟ ଛୁଆଙ୍କ ପାଇଁ କମ୍ପାନୀ ପୂର୍ବରୁ ହିଁ ଏକ ନିୟମ କରିଥିବା ବେଳେ ଏବେ ସେଥିରେ ଆହୁରି ସୁବିଧା ଯୋଡିଛି । ଯେତେବେଳେ ଜଣେ ଛୁଆ ଜଣେ ବ୍ୟକ୍ତିଙ୍କ ସହିତ ଯୋଡି ହେବାକୁ ଚାହାନ୍ତି ତେବେ ମ୍ୟୁଚାଲ ଫ୍ରେଣ୍ଡ ରହିବା ଆବଶ୍ୟକ । ନଚେଚ ଫ୍ରେଣ୍ଡ ହୋଇପାରିବେ ନାହିଁ । ବର୍ତ୍ତମାନ ପିଲାମାନେ ସେମାନଙ୍କ ସହିତ କୌଣସି ନୂତନ ବ୍ୟକ୍ତି ଯୋଡିବା ପାଇଁ ଅଧିକ ମ୍ୟୁଚାଲ ଫ୍ରେଣ୍ଡର ଆବଶ୍ୟକତା ହେବ । ଏହି ପଦକ୍ଷେପ ମାଧ୍ୟମରେ କମ୍ପାନୀ ପିଲାମାନଙ୍କୁ ହିଂସା, ଆତ୍ମ-କ୍ଷତି, ଭୁଲ ତଥ୍ୟ, ଯୌନ ଶୋଷଣ ଏବଂ ଅଶ୍ଳୀଳ ବିଷୟବସ୍ତୁ ଭଳି ଜିନିଷରୁ ରକ୍ଷା କରିବ । କିଶୋରମାନଙ୍କ ପାଇଁ ଏହି ଆପ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ ବୋଲି କୁହାଯାଉଛି।

ଏହା ମଧ୍ୟ ପଢନ୍ତୁ: WhatsApp: ହ୍ବାଟ୍ସଆପରେ ଏଣିକି ଟ୍ରେସ ହୋଇ ପାରିବନି ଲୋକେସନ, ଆସିବାକୁ ଯାଉଛି ଜବରଦସ୍ତ ଫିଚର

ନିକଟରେ ହ୍ବାଟ୍ସଆପ ଏକ ଫିଚର ଆସିବାକୁ ଯାଉଛି ।ସୂଚନା ଅନୁଯାୟୀ, କମ୍ପାନୀ ଶୀଘ୍ର ଉପଭୋକ୍ତାମାନଙ୍କୁ 'ଇନଷ୍ଟାଣ୍ଟ ଭିଡିଓ ମେସେଜ୍' ଫିଚର ଡିସେବଲ କରିବା ପାଇଁ ସୁବିଧା ପ୍ରଦାନ କରିବ । ଆପଣ ଇନଷ୍ଟାଗ୍ରାମ ଭିଡିଓ ମେସେଜର ସେଟିଙ୍ଗକୁ ଯାଇ ଅଫ କରିପାରିବେ । ଏହା ଦ୍ବାରା ଆପଣ ଯେତେବେଳେ ଜଣକୁ ଭଏସ ମେସେଜ ପଠାଇବା ପାଇଁ ଚାହୁଁଛନ୍ତି ସେତେବେଳେ ଭିଡିଓ ମେସେଜର ଅପ୍ସନ ଦେଖାଯିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details