ଓଡିଶା

odisha

ETV Bharat / science-and-technology

Super Moon: ରାକ୍ଷୀ ପୂର୍ଣ୍ଣିମାରେ ଚମକିବ ଚାନ୍ଦ, ଆଜି ଆକାଶରେ ଦେଖାଯିବ ବ୍ଲୁମୁନ

ରକ୍ଷାବନ୍ଧନରେ ଚମକିବ ଚାନ୍ଦ । ଆଜି ଆକାଶରେ ଦେଖାଯିବ ବ୍ଲୁ ମୁନ। ଅଧିକ ପଢନ୍ତୁ

Super Moon
Super Moon

By ETV Bharat Odisha Team

Published : Aug 30, 2023, 1:20 PM IST

ହାଇଦ୍ରାବାଦ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜି ଚମକିବ ଚାନ୍ଦ । ଅଗଷ୍ଟ 30 ତାରିଖରେ ଚନ୍ଦ୍ର ପ୍ରତିଦିନ ଅପେକ୍ଷା ଆକାଶରେ ସାମାନ୍ୟ ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ । ଅଗଷ୍ଟ ମାସରେ ଦୁଇଟି ପୂର୍ଣ୍ଣିମା ପଡିଥିବାରୁ ବ୍ଲୁମୁନ ଦେଖାଯିବ ବୋଲି କୁହାଯାଇଛି । ପ୍ରଥମ ପୂର୍ଣ୍ଣିମା 1 ଅଗଷ୍ଟରେ ଏବଂ ଦ୍ୱିତୀୟ ପୂର୍ଣ୍ଣିମା 30 ଅଗଷ୍ଟରେ ହେବ । ଏହି ଅଲୋକିକ ଦୃଶ୍ୟକୁ ଦେଖିବ ବିଶ୍ବ । ଏହି ଦିନ ଚନ୍ଦ୍ରର ଆକାର ସବୁଦିନର ଆକାର ଠାରୁ 14 ପ୍ରତିଶତ ବଡ ହେବ। ଏହି ଦୃଶ୍ୟ ପ୍ରତି 2 କିମ୍ବା 3 ବର୍ଷରେ ଥରେ ଦେଖାଯାଇଥାଏ ।

ମହାକାଶରେ କିଛି ଆଷ୍ଟ୍ରୋନୋମିକାଲ ଘଟଣା ହେତୁ ଆକାଶରେ ଅମାବାସ୍ୟା, ପୂର୍ଣ୍ଣିମା, ସୁପର ଚନ୍ଦ୍ର ଏବଂ ବ୍ଲୁମୁନ ଦୃଶ୍ୟମାନ ହୁଏ । ବ୍ଲୁ ମୁନ୍ ମଧ୍ୟ ଏହିପରି ଏକ ଘଟଣା । ଯାହା ପ୍ରତି 2 ରୁ 3 ବର୍ଷରେ ଦେଖାଯାଇଥାଏ। ଯେତେବେଳେ ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ପଡେ, ସେତେବେଳେ ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁମୁନ କୁହାଯାଏ । ଏହା କେବଳ ଆକାରରେ ସାମାନ୍ୟ ବଡ ନୁହେଁ, ଏହାର ରଙ୍ଗ ମଧ୍ୟ ସାମାନ୍ୟ ଭିନ୍ନ ହୋଇଥାଏ । ଯଦି ବର୍ଷର ଦୁଇ କିମ୍ବା ଅଧିକ ମାସରେ ଦୁଇଟି ପୂର୍ଣ୍ଣିମା ଥାଏ, ତେବେ ସେହି ବର୍ଷକୁ ଚନ୍ଦ୍ର ବର୍ଷ ବା ମୁନ ଇୟର କୁହାଯାଏ । ପୂର୍ବରୁ 2018 ମସିହାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ: Aditya-L1 Solar Mission: ସୂର୍ଯ୍ୟ ମିଶନ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ, ଜାଣନ୍ତୁ L1 ପଏଣ୍ଟ କଣ?

ବ୍ଲୁ ମୁନ ମାନେ ସମସ୍ତେ ଭାବନ୍ତି ଚନ୍ଦ୍ର ନୀଳ ଦେଖାଯିବ । କିନ୍ତୁ ଏଭଳି ହୁଏ ନାହିଁ । କିନ୍ତୁ କେତେକ କ୍ଷେତ୍ରରେ ବାୟୁମଣ୍ଡଳର ପ୍ରଭାବ ଯୋଗୁଁ ଚାନ୍ଦ ନୀଳ ଦେଖାଯାଏ । ତେବେ ସୂର୍ଯ୍ୟ ଅସ୍ତ ହେବା ପରେ ଆପଣ ବ୍ଲୁମୁନ ଦେଖିପାରିବେ । ଅସ୍ତ ହେବାର କିଛି ସମୟ ମଧ୍ୟରେ ଆପଣ ସୁନ୍ଦର ବ୍ଲୁମୁନ ଦେଖିପାରିବେ । ତେବେ ଏହି ବ୍ଲୁ ଭାରତ ଅପେକ୍ଷା ଆମେରିକାରେ ସ୍ପଷ୍ଟ ଦେଖାଯିବ ବୋଲି ଜଣାପଡିଛି । ତେବେ ଭାରତରେ ଏହା ଆଶିଂକ ଭାବେ ଦେଖିପାରିବେ । ତେବେ ଏହାପରେ ପୁଣିଥରେ 2024 ମସିହା ଅଗଷ୍ଟ 19 ତାରିଖରେ ବ୍ଲୁମୁନ ଦୃଶ୍ୟମାନ ହେବ ବୋଲି ଜଣାପଡିଛି । ଆଜି ଚାନ୍ଦ14 ପ୍ରତିଶତ ବଡ ହେବା ସହିତ 40 ପ୍ରତିଶତ ଅଧିକ ଚମକ ଦେଖାଯିବ। ଯେତେବେଳେ ଭାରତର ମୁନ ମିଶନ ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଏଭଳି କ୍ଷେତ୍ରରେ ବ୍ଲୁ ମୁନ ଭାରତୀୟଙ୍କ ପାଇଁ ଆହୁରି ସ୍ବତନ୍ତ୍ର ହେବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: Chandrayaan 3 Update: ଚନ୍ଦ୍ରପୃଷ୍ଠରୁ ପ୍ରଜ୍ଞାନର ବାର୍ତ୍ତା, ଖୁବଶୀଘ୍ର ଖୋଲିବ ଚନ୍ଦ୍ରର ସିକ୍ରେଟ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details