ଓଡିଶା

odisha

ETV Bharat / science-and-technology

ଆଇଏଫଏ ଇଲେକ୍ଟ୍ରୋନିକ୍ସ ମେଳାରେ ପ୍ରଦର୍ଶିତ ହେଲା ସ୍ମାର୍ଟ ଡିଭାଇସ - ଆଇଏଫଏ ଇଲେକ୍ଟ୍ରୋନିକ୍ସ ମେଳା

ଜର୍ମାନୀରେ ଦିନକୁ ଦିନ କୋରୋନା ମାମଲା ବୃଦ୍ଧି ମଧ୍ୟରେ ଶନିବାର ଶେଷ ହୋଇଛି ବର୍ଲିନର ଆଇଏଫଏ ଇଲେକ୍ଟ୍ରୋନିକ୍ସ ମେଳା ।

_smart device
ଆଇଏଫଏ ଇଲେକ୍ଟ୍ରୋନିକ୍ସ ମେଳାରେ ପ୍ରଦର୍ଶିତ ହେଲା ସ୍ମାର୍ଟ ଡିଭାଇସ

By

Published : Sep 7, 2020, 4:56 PM IST

Updated : Feb 16, 2021, 7:31 PM IST

ବର୍ଲିନ୍: ଜର୍ମାନୀରେ କୋରୋନା ମାମଲା ବୃଦ୍ଧି ମଧ୍ୟରେ ଶନିବାର ଶେଷ ହୋଇଛି ବର୍ଲିନର ଆଇଏଫଏ ଇଲେକ୍ଟ୍ରୋନିକ୍ସ ମେଳା । ଏହି ମେଳାରେ କୋରୋନା ଭାଇରସ ମୁକାବିଲା ପାଇଁ ବିଭିନ୍ନ ପ୍ରକାର ସ୍ମାର୍ଟ ଡିଭାଇସ ପ୍ରଦର୍ଶିତ କରାାଇଥିଲା ।

ଏଲଜି ସଭାପତି ଏବଂ ସିଟିଓ ଆଇପି ପାର୍କ ତାଙ୍କ କମ୍ପାନୀର ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ କୋରିଆର ରାଜଧାନୀ ସିଓଲରୁ ହୋଲଗ୍ରାମ ମାଧ୍ୟମରେ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପାର୍କ ଏକ ଏଲଜି ବ୍ୟାଟେରୀ ଚାଳିତ ଫେସ୍ ମାସ୍କ ସହ ଏୟାର ବିଶୋଧକ ଏବଂ ଭାଇରସକୁ ଲଢୁଥିବା ଏକ ନୂତନ ଏଲଜି ଟେକ୍ନୋଲୋଜି ପ୍ରଦର୍ଶିତ କରିଥିଲେ ।

ଏଲଜି ଅନୁଯାୟୀ, ନୂଆ ପ୍ୟୁରିକେୟାର ୱିୟରବଲ୍ ଏୟାର ପ୍ୟୁରିଫାୟର୍ ଦୁଇଟି ଏଚ13 ଏଚଇପିଏ ଫିଲ୍ଟର୍ କମ୍ପାନୀର ଏୟାର ପ୍ୟୁରିଫାୟରରେ ବ୍ୟବହୃତ ହୋଇଥାଏ । ମାସ୍କରେ ମଧ୍ୟ ଜୀବାଣୁଙ୍କୁ ମାରିବା ପାଇଁ UV-LED ଲାଇଟ୍ ବ୍ୟବହୃତ ହୋଇଛି । ଏହା ନିଶ୍ବାସ ପ୍ରଶ୍ବାସ ନେବାରେ ସାହାଯ୍ୟ କରିବା ସହ ହାଲୁକା ଅଟେ ବୋଲି ପାର୍କ କହିଛନ୍ତି । ଏହାଛଡା ପାର୍କ ଏକ ନୂଆ ସ୍ମାର୍ଟ ଥର୍ମାଲ୍ କ୍ୟାମେରା ମଧ୍ୟ ପ୍ରଦର୍ଶିତ କରିଥିଲେ । ଯାହା ମୁହଁ ଚିହ୍ନିବା ସହ ଜଣେ ବ୍ୟକ୍ତିଙ୍କ ଠାରେ ଜ୍ବରର ଲକ୍ଷଣ ଦେଖାଯାଉଛି କି ନାହିଁ ତାହା ପ୍ରକାଶ କରିପାରିବ ।

ଏହି ସାମ୍ବାଦିକ ସମ୍ମୀଳନିରେ ପାର୍କ ଫାର୍ମର ଜୀବାଣୁ ବିନାଶ କାରୀ ‘ଷ୍ଟାଇଲର’ ପୋଷାକ ଷ୍ଟିମର ଏବଂ ଏହାର CLOi ରୋବଟ୍ ବିଷୟରେ ମଧ୍ୟ କହିଥିଲେ । ଯାହା କୋରୋନା ମହାମାରୀ ସମୟରେ ବିଭିନ୍ନ ଭୂମିକାରେ ନିୟୋଜିତ ହୋଇ ସାମାଜିକ ଦୂରତାକୁ ସାହାଯ୍ୟ କରିପାରିବ ​​ । ପ୍ରକାଶ ଥାଉକି, ଆଇଏଫଏ ଇଲେକ୍ଟ୍ରୋନିକ୍ସ ବାଣିଜ୍ୟ ମେଳା ଶନିବାର ଶେଷ ହୋଇଛି । ମୋଟ 80 ଟି କମ୍ପାନୀ ଏହି ମେଳାରେ ଭାଗ ନେଇଥିଲେ ।

Last Updated : Feb 16, 2021, 7:31 PM IST

ABOUT THE AUTHOR

...view details