ୟୁବିସଫ୍ଟ ଫରୱାର୍ଡ ସେପ୍ଟେମ୍ବର 2020 ରିକ୍ୟାପ
ୟୁବିସଫ୍ଟ ଏହାର ଆଗାମୀ ଗେମ ଟାଇଟଲ ଗୁଡିକ ପ୍ରିଭିୟୁ କରିଛି । ଏବଂ ସର୍ବିଶେଷ ବିବରଣୀ ପୂର୍ବାବଲୋକନ କରିଛି । ଯେଉଁଥିରେ କି ଅଧିକ ଉନ୍ନତ ମାନର ଏଣ୍ଟରଟେନମେଣ୍ଟ ଅଛି । ଉଦାହରଣ ସ୍ବରୂପ, 'ଇମୋର୍ଟାଲ ଫେନିକ୍ସ ରାଇଜିଂ, ' ଦ ରିଟର୍ଣ୍ଣ ଅଫ ସ୍କଟ ପିଲିଗ୍ରିମ' ଭର୍ସେସ 'ଦ ୱାର୍ଲ୍ଡ: ଗେମ, ଏବଂ ପ୍ରିନ୍ସ ଅଫ ପର୍ସିଆ: ଦ ସ୍ୟାଣ୍ଡସ ଅଫ୍ ଟାଇମ' ।
ସାମସଙ୍ଗ କ୍ବାର୍ଟର 2ରେ ସ୍ମାର୍ଟଫୋନ ମାର୍କେଟର 67 ପ୍ରତିଶତ ଅଧିକାର କଲା ।
ସାମସଙ୍ଗର ନୂତନ ବଜେଟ ଲାଇନ ଫୋନ ଗାଲାକ୍ସି ଏ ଓ ଗାଲାକ୍ସି ଏସ-20 ସିରିଜ ଯୋଗୁଁ ଏକି କିର୍ତ୍ତି ହାସିଲ କରିପାରିଛି ।
ଦୁଇ ଫ୍ୟାକ୍ଟର ଅଥେନଟିକକେସନ, 2FA ସହିତ ଜୁମ ୟୁଜର୍ସଙ୍କ ପାଇଁ ଆଣିଲା ଅତିରିକ୍ତ ସୁରକ୍ଷା ।
ଭିଡିଓ ମିଟ ଆପ ଜୁମ ଅତିରିକ୍ତ ସୁରକ୍ଷା ପାଇଁ ଦୁଇ-ଫ୍ୟାକ୍ଟର ଅଥନଟିକେସନ (2FA) ପ୍ରବର୍ତ୍ତନ କରିଛି, ଯାହା ଆଡମିନି ଏବଂ ସଂସ୍ଥାମାନଙ୍କ ପାଇଁ ସେମାନଙ୍କ ଲଞ୍ଚ କରିଛି । ୟୁଜର୍ସଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ଏବଂ ସୁରକ୍ଷା ଉଲ୍ଲଂଘନକୁ ରୋକିବା ସହଜ କରିବ ।
ନୋକିଆ ଭାରତରେ 4ଟି ନୂଆ ସୁଲଭ ଫୋନ ଲଞ୍ଚ କରିଛି
ଭାରତରେ HMD ଗ୍ଲୋବାଲର ଚାରିଟି ନୂଆ ନୋକିଆ ଫୋନ ଲଞ୍ଚ କଲା। ଏହି 4ଟି ନୂତନ ଫୋନ ହେଉଛି, ନୋକିଆ C3, ନୋକିଆ 5.3, ନୋକିଆ 125 ଏବଂ ନୋକିଆ 150 ।
ଗୁଗୁଲ ଦ୍ୱାରା ଆଣ୍ଡ୍ରଏଡ 11ର ଫିଚର ଗୁଡିକରେ ନୂତନ ଇମୋଜି ଯୋଗକରାଗଲା
ଆପଣଙ୍କର ବାର୍ତ୍ତାଳାପ ଏବଂ ଗୋପନୀୟତା ପରିଚାଳନା ଉପରେ ଏକ ଧ୍ୟାନ ଦେଇ, ଗୁଗୁଲ ବହୁ ପ୍ରତୀକ୍ଷିତ ଆଣ୍ଡ୍ରଏଡ 11କୁ ବାହାର କଲା । ଯାହା କର୍ମଚାରୀଙ୍କ ପାଇଁ ଲୋକେସନର ଗୋପନୀୟତା, ବିଲ୍ଟ-ଇନ ସ୍କ୍ରିନ ରେକର୍ଡିଂ ଏବଂ ଅଧିକ ଫିଚର ସହିତ ନୂଆ ଇମୋଜି ଆଡ କରିଛି ।
ବିଶ୍ବର ସର୍ବବୃହତ କ୍ୟାମେରା ସେନ୍ସର ତାର ପ୍ରଥମ 3,200 ମେଗାପିକ୍ସେଲ ଇମେଜର ଫୋଟ ଉଠାଇଲା । ଦୁନିଆର ସବୁଠୁ ବଡ ଡିଜିଟାଲ କ୍ୟାମେରା 15 ମାଇଲ ଦୂରରେ ଏକ ଗଲ୍ଫ ବଲ ଚିହ୍ନଟ କରିପାରିବ ଏବଂ ଗାଲାକ୍ସିଗୁଡ଼ିକୁ ବିସ୍ତୃତ ଭାବରେ ବୁଝିବାରେ ସାହାଯ୍ୟ କରିବ।
ବ୍ରହ୍ମାଣ୍ଡର ଗୋପନୀୟତା ଗୁଡିକୁ ଉନ୍ମୁକ୍ତ କରିବାରେ ନାସାର ଚନ୍ଦ୍ର ଏକ୍ସ-ରେ ଅବଜରଭେଟୋରୀ ସାହାର୍ଯ୍ୟ କରିବ ।
ମଣିଷର “ଆଖି” ସବୁ ଆଲୋକକୁ ଦେଖି ପାରେନାହିଁ । କିନ୍ତୁ ଏହି ଟେଲିସ୍କୋପ ମାଧ୍ୟମରେ ରେଡ଼ିଓ ତରଙ୍ଗ, ଗାମା ତରଙ୍ଗକୁ ଦେଖିବାରେ ସଫଳ ହୋଇପାରିବ । ଯାହା ବ୍ରହ୍ମାଣ୍ଡର ଗୋପନୀତା ବିଷୟରେ ଜାଣିବାରେ ସାହାର୍ଯ୍ୟ କରିବ।
Xbox ସିରିଜ X ଏବଂ S ମୂଲ୍ୟ ଲିକ ହୋଇଛି, ସମ୍ଭବତଃ ନଭେମ୍ବର 10ରେ ଲଞ୍ଚ ହୋଇପାରେ ।