ଓଡିଶା

odisha

ETV Bharat / science-and-technology

JIO ଲଞ୍ଚ କଲା 4G କି-ପ୍ୟାଡ ଫୋନ, କମ ଦାମରେ ରହିଛି ଦମଦାର ଫିଚର

JIO ଲଞ୍ଚ କଲା 4G କିପ୍ୟାଡ ଫୋନ JioPhone Prima 4G । କମ ଦାମରେ ରହିଛି ଦମଦାର ଫିଚର । ଅଧିକ ପଢନ୍ତୁ

JioPhone Prima 4G
JioPhone Prima 4G

By ETV Bharat Odisha Team

Published : Oct 31, 2023, 9:05 PM IST

ହାଇଦ୍ରାବାଦ: ଲଞ୍ଚ ହେଲା ଜିଓର କିପ୍ୟାଡ 4Gଫୋନ। ଭାରତୀୟ ମୋବାଇଲ କଂଗ୍ରେସ 2023ରେ ଜିଓ ଫୋନ ପ୍ରାଇମ 4Gର ଅନବିଲ୍ଡ କରିଥିବା ବେଳେ ବର୍ତ୍ତମାନ କମ୍ପାନୀ ଏହାକୁ ଲଞ୍ଚ କରିଛି। ଏହି ଫୋନକୁ କମ୍ପାନୀ ପକ୍ଷରୁ 2 ହଜାର 599 ଟଙ୍କାରେ ଲଞ୍ଚ କରାଯାଇଥିବା ବେଳେ ଦୀପାବଳି ବେଳକୁ ଏହାକୁ ରୋଲଆଉଟ କରାଯିବ। ଅର୍ଥାତ ବିକ୍ରି ପାଇଁ ଉପଲବ୍ଧ ହେବ। ଏଣିକି କିପ୍ୟାଡ ଫୋନରେ ସ୍ପିଡ ଇଣ୍ଟରନେଟ ସୁବିଧା ପାଇବେ ୟୁଜର୍ସ। ଯଦି ଆପଣ ଜିଓ ଫୋନ ପ୍ରାଇମ 4G କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ନଜର ପକାନ୍ତୁ ଏହାର ଫିଚର ଉପରେ

JioPhone Prima 4Gର ସ୍ପେସିଫିକେସନ: ଜିଓର ଏହି ଫୋନରେ 320x240 ପିକ୍ସେଲର ରିଜୋଲ୍ୟୁସନ ସହିତ 2.4 ଇଞ୍ଚ TFT ଡିସପ୍ଲେ ଏବଂ 0.3MPର ଫ୍ରଣ୍ଟ କ୍ୟାମେରା ରହିଛି। JioPhone Prima 4G ଫୋନରେ ପୂର୍ବରୁ ହିଁ ହ୍ବାଟ୍ସଆପ ଏବଂ ୟୁଟ୍ୟୁବ ରହିଥିବ। ଫୋନ କିଣିବା ପରେ ୟୁଜର୍ସଙ୍କୁ ଇନଷ୍ଟଲ କରିବାକୁ ପଡିବ ନାହିଁ। ଫୋନର ପଛ ପ୍ୟାନେଲରେ ସ୍ପୋର୍ଟସ୍ ରିୟର ଏଲଇଡି ଫ୍ଲାସ୍ ଲାଇଟ୍ ସହିତ ଏକ କ୍ୟାମେରା ଉପଲବ୍ଧ ହେବ। ଏହାସହିତ ବ୍ଲୁଟୁଥ୍ 5.0 କନେକ୍ଟିଭିଟି ଏବଂ FM ରେଡିଓ ସହିତ ଜିଓ ଟିଭି, ଜିଓ ସିନେମା, ଜିଓ ନ୍ୟୁଜ୍ ଏବଂ ଜିଓ ପେ UPI ପେମେଣ୍ଟ ଆପ୍ ପାଇବେ। କିପ୍ୟାଡ ଫୋନରେ ମଧ୍ୟ ପେମେଣ୍ଟ ସୁବିଧା ପାଇବେ ୟୁଜର୍ସ। ତେବେ କହିବାକୁ ଗଲେ କମ ଦାମରେ ଦମଦାର ଫିଚର ପାଇବେ ୟୁଜର୍ସ।

ଏହା ମଧ୍ୟ ପଢନ୍ତୁ: ସବୁଠୁ ଶସ୍ତା 4G ଫୋନ, ଲଞ୍ଚ ହେଲା Jio Bharat V2 ଫୋନ

JioPhone Prima 4Gର ଫିଚର: ଜିଓର ଏହି ଫୋନ୍ ARM କର୍ଟେକ୍ସ A53 ଚିପସେଟରେ ଚାଲିଅଛି। ଏଥିରେ 512MB RAM ଏବଂ 128GB ଇଣ୍ଟରନାଲ ଷ୍ଟୋରେଜ ରହିଛି। ଏହାସହ ଏଥିରେ 1800mAh ପାଓ୍ବାର ବ୍ୟାଟେରୀ ରହିଛି। ଏଥିସହ, ରିଲାଏନ୍ସ ଜିଓ ନୂଆଦିଲ୍ଲୀରେ ଥିବା ଭାରତ ମୋବାଇଲ୍ କଂଗ୍ରେସ (ଆଇଏମସି 2023) ରେ ଜିଓ ଗ୍ଲାସ ନାମରେ ଜଣାଶୁଣା ଏହାର ଏମଆର ଗ୍ଲାସକୁ ଲଞ୍ଚ କରିଛି। କମ୍ପାନୀ ମୂଳତଃ 2020 ରେ ଏହାର 43 ତମ ବାର୍ଷିକ ସାଧାରଣ ସଭା (ଏଜିଏମ୍) ରେ ଜିଓ ଗ୍ଲାସ୍ ଉପସ୍ଥାପନ କରିଥିଲା ​। ଗତବର୍ଷ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ (MWC 2022) ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମ୍ପାନୀର ପ୍ରଦର୍ଶନୀରେ ଜିଓ ଗ୍ଲାସ୍ ମାଧ୍ୟମରେ 5G ବ୍ୟବହାର କରିଥିଲେ। ଏହି କ୍ରମରେ ଚଳିତ ବର୍ଷ ମଧ୍ୟ କମ୍ପାନୀ ଏହାକୁ ଲଞ୍ଚ କରିଛି।

ABOUT THE AUTHOR

...view details