ହାଇଦ୍ରାବାଦ:ଚଳିତ ବର୍ଷର ନୋବେଲ ବିଜେତା ରସାୟନ ବିଜ୍ଞାନୀଙ୍କ ନାମ ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନରେ 3ଜଣଙ୍କୁ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ବେଳେ ରସାୟନ ବିଜ୍ଞାନରେ ମଧ୍ୟ 3 ଜଣଙ୍କୁ ନୋବେଲ ପୁରସ୍କାର ମିଳିବ । ମାଉଙ୍ଗି ଜି. ବାୱେଣ୍ଡି, ଲୋଇସ୍ ଇ.ବ୍ରୁସ୍ ଏବଂ ଆଲେକ୍ସି ଏଲ୍. ଏକିମୋଭ୍ ପାଇବେ ନୋବେଲ ପୁରସ୍କାର । ରେୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି ।
କ୍ବାଣ୍ଟମଡଟ୍ସ ଏବଂ ମନୋ ପାର୍ଟିକଲ୍ସର ଉଦ୍ଭାବନ ତଥା ବିକାଶ ପାଇଁ ଆଜି ଏହି 3 ରସାୟନ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । 2023 ପାଇଁ କମେଷ୍ଟ୍ରିରେ ଉଲ୍ଲେଖନୀୟ ଅବଦାନ ଯେପରିକି ଅତି କ୍ଷୁଦ୍ର କଣିକା ବିକଶିତ କରିଥିଲେ । ଏହି କ୍ଷୁଦ୍ର କଣିକାକୁ କ୍ବାଣ୍ଚମ ଡଟ୍ସ ବୋଲି କୁହାଯାଉଥିବା ବେଳେ ଏହା ନାନୋ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଲବାତ୍ମକ ପରିବର୍ତ୍ତନ ଆଣିପାରେ ବୋଲି ଆଶା କରାଯାଉଛି ।
କ୍ୱାଣ୍ଟମ୍ ଡଟ୍ସ ହେଉଛି ନାନୋ-ପାର୍ଟିକଲ୍ ଯାହାର ଆକାର ଅତ୍ୟନ୍ତ କ୍ଷୁଦ୍ର ହୋଇଥାଏ । କମ୍ପ୍ୟୁଟର ମନିଟର ଏବଂ ଟେଲିଭିଜନ ସ୍କ୍ରିନକୁ ଆଲୋକିତ କରିବା ପାଇଁ ଆଜିକା ସମୟରେ କ୍ୱାଣ୍ଟମ୍ ଡଟ୍ସ ବ୍ୟବହାର କରାଯାଏ । ଏଥିରେ QLED ଟେକ୍ନୋଲୋଜି ବ୍ୟବହୃତ ହୋଇଥାଏ। କ୍ୱାଣ୍ଟମ୍ ଡଟ୍ସ ଗୁଡିକର ଆଲୋକ ଏତେ ଉଜ୍ଜ୍ୱଳ ଯେ ଯେତେବେଳେ ଏହା ଟ୍ୟୁମର ଉପରେ ପକାଇଲେ ଏହାର କୋଷକୁ ଦେଖିବା ପାଇଁ ସର୍ଜନମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ । କ୍ୱାଣ୍ଟମ୍ ଡଟ୍ସ ଅନେକ ଏଲଇଡି ଲ୍ୟାମ୍ପର ଲାଇଟରେ କଣିକା ଯୋଗ କରିଥାଏ, ଯାହା ଦ୍ବାରା ସଠିକ୍ କାର୍ଯ୍ୟ କରିବାରେ ସହଜ ହୋଇଥାଏ ।
ଅନୁସନ୍ଧାନକାରୀମାନେ ରଙ୍ଗୀନ ଆଲୋକ ସୃଷ୍ଟି କରିବା ପାଇଁ କ୍ୱାଣ୍ଟମ୍ ଡଟ୍ସର ବ୍ୟବହାର କରିଥାଆନ୍ତି । ନୋବେଲ ପୁରସ୍କାର ପ୍ରାପ୍ତ ରସାୟନ ବିଜ୍ଞାନୀମାନେ ବିଶ୍ବାସ କରନ୍ତି ଯେ ଭବିଷ୍ୟତରେ କ୍ୱାଣ୍ଟମ୍ ଡଟ୍ସଗୁଡିକ ନମନୀୟ ଇଲେକ୍ଟ୍ରୋନିକ୍ସ, କ୍ଷୁଦ୍ର ସେନ୍ସର, ପତଳା ସୋଲାର ସେଲ ଏନକ୍ରିପ୍ଟ୍ କ୍ୱାଣ୍ଟମ୍ ଯୋଗାଯୋଗରେ ସହାୟକ ହୋଇପାରେ ।