ୱାଶିଂଟନ୍: ବିଶ୍ବର ସବୁଠୁ ବ୍ୟବହାର ହେଉଥିବା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି ଟେସଲା ମାଲିକ ଏଲନ୍ ମସ୍କ । ଏହିପରିପ୍ରେକ୍ଷୀରେ ଶୁକ୍ରବାର(ନଭେମ୍ବର 18)ରେ ମାଇକ୍ରୋବ୍ଲଗିଂ ସାଇଟ୍ରେ ଆଉ ଏକ ନୂଆ ଫିଚର୍ସ ଘୋଷଣା ହୋଇଛି । ନୂତନ ଫିଚର୍ସ ଅନୁସାରେ ଏଣିକି ନେଗେଟିଭ୍ ଟ୍ବିଟ୍ସକୁ ପ୍ରୋତ୍ସାହନ ମିଳିବ ନାହିଁ । ଅର୍ଥାତ୍ ନକାରତ୍ମକ ଦିଗ ଥିବା ଟ୍ବିଟ ଅଧିକ ଭିଜିବୁଲ୍ ବା ଦୃଷ୍ଟି ଗୋଚର ହେବନାହିଁ(Negative tweets to be deboosted, demonetised) ।
ମସ୍କ ଏକ ଟ୍ବିଟ୍ ଯୋଗେ କହିଛନ୍ତି ଯେ, 'ନୂତନ ଟ୍ୱିଟର ନୀତି ହେଉଛି କି(Elon Musk announces new Twitter policy), ଟ୍ବିଟ୍ କରିବାର ସ୍ବାଧୀନତା ସମସ୍ତଙ୍କର ରହିବ, କିନ୍ତୁ ଏହାକୁ ପ୍ରଚାର ବା ଅନ୍ୟ ୟୁଜର୍ସ ନିକଟରେ ପହଞ୍ଚାଇବାର ସ୍ବାଧୀନତା ରହିବ ନାହିଁ ।' ସେ ଏହା ମଧ୍ୟ କହିଛନ୍ତି ଯେ, ଅଶ୍ଳୀଳ ଭାଷାରେ ଟ୍ବିଟ୍ କିମ୍ବା ନକାରାତ୍ମକ ବିଷୟବସ୍ତୁ(Content) ଧାରଣ କରିଥିବା ଟ୍ୱିଟକୁ ପ୍ରୋତ୍ସାହନ ମିଳିବ ନାହିଁ । ସର୍ବୋପରି ନୂତନ ଟ୍ୱିଟର ନୀତିରେ ବାକ୍ ସ୍ୱାଧୀନତା ଅଛି, କିନ୍ତୁ ନକରାତ୍ମକ ଶବ୍ଦର ବ୍ୟବହାର ଉପରେ ନାହିଁ ବୋଲି ମସ୍କ କହିଛନ୍ତି ।