ହାଇଦ୍ରାବାଦ: ଗଣିତ ସାହାରାରେ ସାମାଜିକ କାର୍ଯ୍ୟକଳାପ ସହଜରେ ଓ ସୁରୁଖୁରୁରେ ହୋଇପାରୁଛି । ଗଣନା ସହ ପ୍ରତିଟି ବ୍ୟକ୍ତିର ଦୈନିକ ଜୀବନଚର୍ଯ୍ୟା ଯେ ଅଙ୍ଗାଙ୍ଗି ଭାବେ ଜଡିତ କହିଲେ କିଛି ଭୁଲ୍ ହେବନାହିଁ । ଏହା ନିଶ୍ଚିତ ରୂପେ ସମାଜକୁ ଆବଶ୍ୟକ ବୋଲି ହୃଦବୋଧ କରି ଆରମ୍ଭ ହୋଇଛି ଜାତୀୟ ଗଣିତ ଦିବସ(National Mathematics Day) । ଆଜିର ଦିନ(ଡିସେମ୍ବର 22)କୁ ପ୍ରତିବର୍ଷ ଜାତୀୟ ନ୍ୟାସନାଲ୍ ମ୍ୟାଥ୍ମେଟିକ୍ସ ଡେ' ଭାବରେ ପାଳନ କରାଯାଏ ।
ଦିବସ ପାଳନର ଉଦ୍ଦେଶ୍ୟ:-
୨୦୧୨ରେ ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ(Srinivasa Ramanujan)ଙ୍କ ୧୨୫ତମ ଜନ୍ମଜୟନ୍ତୀରେ ଯୋଗଦେଇ ଏହି ଦିନକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ଆହ୍ବାନ କରିଥିଲେ । ସେବେଠାରୁ ପ୍ରତିବର୍ଷ ଡିସେମ୍ବର ୨୨ରେ ଦେଶବ୍ୟାପୀ ଗଣିତ ଦିବସ ପାଳନ କରାଯାଉଛି । ଦେଶର ଯୁବପିଢିଙ୍କ ମଧ୍ୟରେ ଗଣିତ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ମହାନ ଗଣିତଜ୍ଞ ରାମାନୁଜନଙ୍କ ଅବଦାନକୁ ମନେପକାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।
ରାମାନୁଜନଙ୍କ ଗଣିତ ପ୍ରତି ଅବଦାନ:-
- ଶ୍ରୀନିବାସ ରାମାନୁଜନ ମୌଳିକ ଗଣିତରେ କୌଣସି ଔପଚାରିକ ଶିକ୍ଷା ବା ପ୍ରଶିକ୍ଷଣ ନନେଇ ମଧ୍ୟ ଗାଣିତିକ ବିଶ୍ଳେଷଣ, ସଂଖ୍ୟା ତତ୍ତ୍ବ ଅସୀମ ଶ୍ରେଣୀ ଓ ଧାରାବାହିକ ବିଭକ୍ତି ଆଦି ଗାଣିତିକ ବିଷୟରେ ଅଦ୍ବିତୀୟ ଅବଦାନ ଛାଡି ଯାଇଛନ୍ତି ।
- ଜୀବନ କାଳ ମଧ୍ୟରେ ରାମାନୁଜନ ଅନେକ ଅସମାହିତ ଗାଣିତିକ ସମସ୍ୟାର ସରଳ ସମାଧାନ କରିଛନ୍ତି ।
- ସେ ୩,୯୦୦ଟି ସମୀକରଣ ଓ ଅଭେଦର ସମାଧାନ କରି ଗାଣିତିକ ଫଳ ବାହାର କରିଥିଲେ । ସବୁଠୁ ବଡ କଥା ହେଉଛି କି ଏଥିରୁ ଅର୍ଦ୍ଧାଧିକ ଫଳାଫଳ ରାମାନୁଜନଙ୍କ ନିଜସ୍ବ ଓ ସ୍ବତନ୍ତ୍ର । ଏଥିରେ ରାମାନୁଜନ ମୌଳିକ, ରାମାନୁଜନ ଥିଟା ଫଳନ ଓ କୃତ୍ରିମ ଥିବା ଫଳନ ପରି ଉଚ୍ଚ କୋଟୀର ଅଣ ପାରମ୍ପାରିକ ଫଳାଫଳ ରହିଛି ।