ଓଡିଶା

odisha

ETV Bharat / science-and-technology

ମସ୍କଙ୍କ ନ୍ୟୁରୋଲିଙ୍କକୁ ଆମେରିକାର ଅନୁମତି, ଏଣିକି ମସ୍ତିଷ୍କରେ ଲାଗିପାରିବ ଚିପ୍‌ - ନ୍ୟୁରୋଲିଙ୍କ

ମନୁଷ୍ୟ ମସ୍ତିଷ୍କରେ ଲାଗିବ ଚିପ । ମାନବ ପରୀକ୍ଷଣ ପାଇଁ ନ୍ୟୁରୋଲିଙ୍କକୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନର ଅନୁମତି । ପକ୍ଷାଘାତ ଏବଂ ଦୃଷ୍ଟିବାଧିତ ଲୋକଙ୍କ କ୍ଷେତ୍ରରେ ହେବ ସହାୟକ । ଅଧିକ ପଢନ୍ତୁ

musks neuralink brain implant gets fda approval
musks neuralink brain implant gets fda approval

By

Published : May 27, 2023, 10:30 AM IST

ଓ୍ବାଶିଂଟନ: ଅରବପତି ଏଲନ ମସ୍କଙ୍କ ନୂଆ ପ୍ରୟାସ । ଖୁବ ଶୀଘ୍ର ମନୁଷ୍ୟ ମସ୍ତିଷ୍କରେ ଲାଗିବାକୁ ଯାଉଛି ଚିପ । ମଣିଷ ମସ୍ତିଷ୍କରେ ଏଣିକି କମ୍ପ୍ୟୁଟର ଚିପ ଲାଗିବ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏଣିକି ଅସମ୍ଭବ ମନେହେଉଥିବା କାର୍ଯ୍ୟ ମଧ୍ୟ ସମ୍ଭବ ହେବ । ଏହାର ମାନବ ପରୀକ୍ଷଣ ପାଇଁ ଏଲନ ମସ୍କଙ୍କ ବ୍ରେନ ଚିପ କମ୍ପାନୀ ନ୍ୟୁରୋଲିଙ୍କକୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନ(FDA) ଅନୁମତି ଦେଇଛି । ଯାହା ସାହାଯ୍ୟରେ ମାନବ ମସ୍ତିଷ୍କକୁ ନିୟନ୍ତ୍ରଣ କରାଯାଇପାରିବ । କମ୍ପ୍ୟୁଟର ସହ ଏହାକୁ ସଂଯୋଗ କରାଯିବ । ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ କମ୍ପାନୀ ପାଇଁ ଏହା ଏକ ବଡ ସଫଳତା ବୋଲି ଚର୍ଚ୍ଚା ହେଉଛି ।

ଏନେଇ ଟ୍ବିଟ କରି ନ୍ୟୁରୋଲିଙ୍କ ପକ୍ଷରୁ କୁହାଯାଇଛି,"ଆମେ ଉତ୍ସାହିତ ଯେ, ମାନବ ପରୀକ୍ଷଣ ପାଇଁ ଆମେ ଏଫଡିଏ ଠାରୁ ଅନୁମତି ପାଇଛୁ । ମସ୍ତିଷ୍କ ପ୍ରତିରୋପଣ ଲୋକଙ୍କୁ ମେଦବହୁଳତା, ସ୍କିଜୋଫ୍ରେନିୟା ଭଳି ରୋଗରୁ ମୁକ୍ତି ଦେଇଥାଏ । ଓ୍ବେବ ବ୍ରାଉଜିଂ ଏବଂ ଟେଲିପାଥିରେ ମଧ୍ୟ ସକ୍ଷମ କରିପାରେ । FDA ସହିତ ଘନିଷ୍ଠ ସହଯୋଗରେ ନ୍ୟୁରାଲିଙ୍କ ଦଳ ଦ୍ୱାରା ଏକ ଅବିଶ୍ବସନୀୟ କାର୍ଯ୍ୟ କରିବାକୁ ଯାଉଛି । କ୍ଲିନିକାଲ ତାରିଖ ଘୋଷଣା କରାଯାଇନାହିଁ । କିନ୍ତୁ ଖୁବ ଶୀଘ୍ର ଘୋଷଣା କରାଯିବ ।"

ଏହା ଦ୍ବାରା କେଉଁ ସୁବିଧା ମିଳିବ: ଏହାକୁ ସ୍ନାୟବିକ ରୋଗର ଚିକିତ୍ସା, ମନୁଷ୍ୟ ଏବଂ ମେସିନ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଏବଂ ମଣିଷର ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ । ତେବେ ପରୀକ୍ଷଣ ସଫଳ ହେଲେ ଦୃଷ୍ଟି ବାଧିତ ବ୍ୟକ୍ତି ମଧ୍ୟ ଦେଖିପାରିବେ । ପକ୍ଷାଘାତ ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ ସହାୟକ ହେବ । ସେମାନେ ମୋବାଇଲ ଚଳାଇପାରିବେ । ସ୍ନାୟୁଗତ ସମସ୍ୟା, ମେରୁଦଣ୍ଡରେ ଆଘାତ ଭଳି ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଯେଉଁ କାମ କରିପାରୁନଥିଲେ, ଏହି ଚିପ ଦ୍ବାରା ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହେବେ ।

ତେବେ ଏହି ସଫଳତା ପାଇଁ ମସ୍କ ମଧ୍ୟ ତାଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ମସ୍କ କହିଛନ୍ତି, "ଏହି ଉପକରଣ ଗୁଡିକର ସୁରକ୍ଷାକୁ ନେଇ ମୁଁ ବହୁତ ଆତ୍ମବିଶ୍ବାସୀ । ଏଗୁଡିକୁ ନିଜ ପିଲାଙ୍କ ଠାରେ ପ୍ରତିରୋପଣ କରିବା ପାଇଁ ଚାହିଁବି । ଆମର ଏହି ଟେକ୍ନୋଲୋଜି ଅନେକ ଲୋକଙ୍କୁ ସାହାଯ୍ୟ କରିବ । "

ପ୍ରକାଶଥାଉକି, 2016 ମସିହାରେ ଏଲନ ମସ୍କ ନ୍ୟୁରୋଲିଙ୍କ ସ୍ଥାପନ କରିଥିଲେ । କିନ୍ତୁ ଚିପକୁ ମାନବ ପରୀକ୍ଷଣ ନିମନ୍ତେ ଅନୁମତି ମିଳୁନଥିଲା । 2019 ମସିହାରେ ମସ୍କ ଅନେକ ଥର ମାନବ ପରୀକ୍ଷଣ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଅନୁମତି ମିଳିନଥିଲା । ଏହାପରେ 2022ରେ ପରୀକ୍ଷଣ ପାଇ ଆବେଦନ କରିଥିବା ସତ୍ତ୍ବେ ଏଫଡିଏ ପ୍ରତ୍ୟାଖାନ କରିଥିଲା । 2019 ମସିହାରେ ଏହା ପଶୁଙ୍କ ଉପରେ ପରୀକ୍ଷଣ କରାଯାଇଥିଲା । ଏନେଇ କମ୍ପାନୀ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା ।

କହିରଖୁଛୁ କି, ନ୍ୟୁରୋଲିଙ୍କ ମୁଦ୍ରା ଆକାରରେ ଏକ ଡିଭାଇସ ତିଆରି କରିଛି । ଏହାର ନାମ ଲିଙ୍କ ରଖାଯାଇଛି । ଏହି ଚିପ କମ୍ପ୍ୟୁଟର, ମୋବାଇଲ ଏବଂ ଅନ୍ୟ ଉପକରଣକୁ ମସ୍ତିଷ୍କର କାର୍ଯ୍ୟକଳାପ ସହ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରେ । ଏହି ଚିପରେ ଅନେକ ସଂଖ୍ୟାରେ ସୂକ୍ଷ୍ମ ଇଲେକଟ୍ରୋଡ୍ସ ରହିଛି । ଏହା ମଣିଷର କାର୍ଯ୍ୟକଳାପକୁ ରେକର୍ଡ କରିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details