ହାଇଦ୍ରାବାଦ:ଲଞ୍ଚ ହେଲା ଜିମ୍ନି । ଘରୋଇ କାର ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଏହାର ବହୁ ପ୍ରତୀକ୍ଷିତ ଅଫ୍ ରୋଡ୍ SUV ମାରୁତି ସୁଜୁକି ଜିମି ଭାରତୀୟ ବଜାରରେ ଲଞ୍ଚ କରିଛି । କମ୍ପାନୀ ଏହି SUVର ପ୍ରାରମ୍ଭିକ ମୂଲ୍ୟରେ 12.74 ଲକ୍ଷ ଟଙ୍କା ରହିଥିବା ବେଳେ ଟପ୍-ସ୍ପେକ୍ ଭାରିଆଣ୍ଟର ମୂଲ୍ୟ 15.05 ଲକ୍ଷ ଟଙ୍କା ରହିଛି । ଏହା ଏକ୍ସ୍ ସୋ'ରୁମ ପ୍ରାଇସ୍ ଅଟେ। ଏହାର ବୁକିଂ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ହିଁ ଆରମ୍ଭ ହୋଇଯାଇଥିଲା । ଚଳିତ ବର୍ଷ ପ୍ରାରମ୍ଭରେ ଏହି କାରକୁ କମ୍ବାଇନ୍ ଅଟୋ ଏକ୍ସପୋ 2023ରେ ପରିଚିତ କରାଇବା ସହ ବୁକିଂ ଆରମ୍ଭ କରିଥିଲା ।
ଏହା ମଧ୍ୟ ପଢନ୍ତୁ: Human Body as Charger: ଏଣିକି ସରିବନି ମୋବାଇଲ ବ୍ୟାଟେରୀ, ମଣିଷ ଶରୀରରୁ ହେବ ଚାର୍ଜିଂ
ଆଗ୍ରହୀ ଗ୍ରାହକମାନେ ଏହି କାରକୁ 30,000 ଟଙ୍କା ଅଗ୍ରୀମ ବୁକ୍ କରିପାରିବେ । ଏହା ପୂର୍ବରୁ ବିଦେଶୀ ବଜାରରେ ଜିମ୍ନି-3ର ମଡେଲ ବିକ୍ରି ଜାରି ରହିଛି । ଏହାରି ଭିତରେ ମାରୁତି ସୁଜୁକି ଏହାର 5 ମଡେଲକୁ ଭାରତରେ ଲଞ୍ଚ କରିବା ପାଇଁ ଯାଉଛି । ଗ୍ରାହକମାନେ ମାରୁତି ଜିମ୍ନିକୁ ମାରୁତି ସୁଜୁକିର ସବସ୍କ୍ରିପସନ୍ ଯୋଜନାରେ ମାସିକ ଭଡା 33,550 ଟଙ୍କା ଦେଇ ଚଲାଇ ପାରିବେ ।
ମାରୁତି ସୁଜୁକି ଜିମ୍ନିରେ K15C ଇଞ୍ଜିନ:ମାରୁତି ଜିମ୍ନି କେବଳ ଗୋଟିଏ ଇଞ୍ଜିନ୍ 1.5-ଲିଟର, 4-ସିଲିଣ୍ଡର ବିଶିଷ୍ଠ ପେଟ୍ରୋଲ୍ ଇଞ୍ଜିନ୍ କାର ଅଟେ । ଏହି ଇଞ୍ଜିନ୍ 105 HP ପାଓ୍ବାର ଏବଂ 134 ନ୍ୟୁଟନ୍ ମିଟର ଟର୍କ ଯୋଗାଇଥାଏ । ଏହି ଇଞ୍ଜିନ୍ ସହିତ କମ୍ପାନୀକୁ 5-ସ୍ପିଡ୍ ମାନୁଆଲ୍ ଏବଂ 4-ସ୍ପିଡ୍ ଟର୍କ କନଭର୍ଟର ଅଟୋମେଟିକ୍ ଗିଅରବକ୍ସର ସବୁଧା ରହିଛି । କମ୍ପାନୀ ଏହି SUVରେ ପୁରୁଣା K15B ଇଞ୍ଜିନ୍ ବଦଳରେ K15C ଇଞ୍ଜିନ୍ ବ୍ୟବହାର କରିଛି । ଏହି ଇଞ୍ଜିନ୍ ମାନୁଆଲରେ 16.94 କିଲୋମିଟର ଅଟୋମେଟିକରେ 6.39 କିମି ମାଇଲେଜ ଦେଇଥାଏ ।