ହାଇଦ୍ରାବାଦ:2023 ମସିହାର ସବୁଠାରୁ ଲୋକପ୍ରିୟ ଶବ୍ଦ ମଧ୍ୟରୁ ଗୋଟିଏ ହେଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI । ଚାଟ୍ ଜିପିଟିଠାରୁ ଗୁଗଲ ବାର୍ଡ ଏବଂ ଜାମିନି ଏଆଇର ବ୍ୟବହାର ଅନେକ କ୍ଷେତ୍ରରେ ବୃଦ୍ଧି ପାଇଛି । ପ୍ରତ୍ୟେକ କ୍ଷେତ୍ରରେ ଏଆଇର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ ଏଆଇ ଯୋଗୁଁ ଅନେକ କାର୍ଯ୍ୟ କମ୍ ସମୟ ମଧ୍ୟରେ ହୋଇପାରୁଥିବା ବେଳେ ଅନ୍ୟପଟେ ସମାନ ଅନୁପାତରେ ବିପଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ଲାଗାତାର ସାମ୍ନାକୁ ଆସୁଛି ମାମଲା: ବିଗତ କିଛି ଦିନ ହେବ ସ୍କାମ୍ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ପ୍ରତ୍ୟେକ ଦିନ ଏଆଇ ଭଏସ୍ ସ୍କାମ୍ ମାମଲା ସାମ୍ନାକୁ ଆସୁଛି । ନିକଟରେ ଲକ୍ଷ୍ନୌରୁ ଏହି ସ୍କାମ୍ ସାମ୍ନାକୁ ଆସିଥିଲା । AI ଭଏସ୍ ସ୍କାମ୍ ଜରିଆରେ ଜଣେ ବ୍ୟକ୍ତିଙ୍କଠାରୁ 45ହଜାର ଟଙ୍କାର ଠକେଇ ହୋଇଥିଲା । ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଏଆଇ ଭଏସ୍ ସ୍କାମ ଜରିଆରେ ଲକ୍ଷଲକ୍ଷ ଟଙ୍କାର ଠକେଇ ହୋଇଛି ।
ତେବେ ଆପଣ ଜାଣିଛନ୍ତି କି ଏଆଇ ଭଏସ ସ୍କାମ କଣ? ତେବେ ଏଆଇ ସ୍କାମ୍ ଜରିଆରେ ଭଏସ୍ ବା ସ୍ୱରର ନକଲ କରି ଟଙ୍କା ଠକେଇ କରାଯାଇଥିଲା । ଜଣେ ସାଇବର ଠକ ପ୍ରଥମେ ସମ୍ପର୍କୀୟର ପରିଚୟ ଦେବା ସହିତ ତାଙ୍କ ସ୍ବରରେ କଥା କହି ବିଶ୍ବାସ ଜନ୍ମାଇଥାଏ । ଏହାପରେ ଆବଶ୍ୟକ କହି ଟଙ୍କା ପଠାଇବା ପାଇଁ ନିବେଦନ କରିଥିଲା। ଟଙ୍କା ଦେବା ପରେ ଆପେଆପେ ଫୋନ କଟି ଯାଇଥାଏ। କିନ୍ତୁ ପରେ ଶୀକାର ହୋଇଥିବା ବ୍ୟକ୍ତି ଜାଣିପାରନ୍ତି ଏହା ଏଆଇ ସ୍କାମ୍ ।