ନୂଆଦିଲ୍ଲୀ:ଆଉ ଏକ ଇତିହାସ ରଚିଲା ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତିଶ ଧାୱନ ଲଞ୍ଚ୍ ସେଣ୍ଟରରୁ ଓସନସ୍ୟାଟ-3ର ହୋଇଛି ସଫଳ ଉତ୍କ୍ଷେଣ । ସବୁଠୁ ଭାରିଯାନ PSLV-C54/EOS-06 ମାଧ୍ୟମରେ ଏହି ଲଞ୍ଚ୍ କରାଯାଇଛି । ସମୁଦ୍ର ବିଜ୍ଞାନ ଏବଂ ବାୟୁମଣ୍ଡଳୀୟ ଅଧ୍ୟୟନ ପାଇଁ ଏହି ପରୀକ୍ଷଣ କରିଛି ଇସ୍ରୋ ।
ସୂଚନା ଅନୁଯାୟୀ, ଆଜି(ନଭେମ୍ବର 26) ପୂର୍ବାହ୍ନ 11ଟା 56 ମିନିଟ୍ ସମୟରେ ଓସନସ୍ୟାଟ-3ର ଉତ୍କ୍ଷେପଣ କରାଯାଇଛି । ଓସନସ୍ୟାଟ-3 ସହ ନାନୋ ସାଟେଲାଇଟ୍ ମଧ୍ୟ ଉତ୍କ୍ଷେପଣ ହୋଇଛି । ଏଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ହୋଇଛି । PSLV-C54/EOS-06 ମାଧ୍ୟମରେ ସମସ୍ତ 11ଟି ସାଟେଲାଇଟର ସଫଳ ଉତ୍କ୍ଷେପଣ ହୋଇଛି ।