ବେଙ୍ଗାଲୁରୁ: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ(Indian Space Research Organisation, ISRO)ର ପୁନଃବ୍ୟବହାର ଯୋଗ୍ୟ ରକେଟର ପ୍ରଥମ ରନୱେ ଲ୍ୟାଣ୍ଡିଂ ପ୍ରକ୍ଷେପଣ ପାଇଁ ପ୍ରସ୍ତୁତ । କର୍ଣ୍ଣାଟକର ଚିତ୍ରାଦୁର୍ଗ ଜିଲ୍ଲାର ସ୍ପେସ୍ ଟେଷ୍ଟ ରେଞ୍ଜରୁ ଏହି ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ(Reusable Launch Vehicle Technology Demonstrator, RLV TD) ଉତକ୍ଷେପଣ ହେବ । ଏଥିପାଇଁ ପାଣିପାଗ ଉପରେ ନଜର ରଖାଯାଉଛି ବୋଲି ISRO ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ।
ଅଧ୍ୟକ୍ଷ ସୋମନାଥ କହିଛନ୍ତି ଯେ, "ଆମେ ପାଗ ଉପରେ ନଜର ରଖିଛୁ । ପାଗ ଏପର୍ଯ୍ୟନ୍ତ ଠିକ ହୋଇନାହିଁ । ତେଣୁ ଏଥିପାଇଁ ଆମେ ଅପେକ୍ଷା କରିଛୁ, ପବନ ଏବଂ ଅନ୍ୟାନ୍ୟ ପ୍ରଣାଳୀ ଅନୁକୂଳ ହେବା ପରେ ଉତକ୍ଷେପଣ କରିବୁ ।" ISRO ଅଧିକାରୀଙ୍କ ଅନୁଯାୟୀ, ହେଲିକପ୍ଟର ସାହାଯ୍ୟରେ RLV ୱିଙ୍ଗ ବଡି(Body)କୁ ତିନିରୁ ପାଞ୍ଚ କିଲୋମିଟର ଉଚ୍ଚକୁ ନିଆଯିବ ଏବଂ ଭୂସମାନ୍ତର ବେଗ ସହିତ ରନୱେ ପୂର୍ବରୁ ପ୍ରାୟ ଚାରିରୁ ପାଞ୍ଚ କିଲୋମିଟର ଦୂରରେ ଛାଡି ଦିଆଯିବ । ଏହା ମୁକ୍ତ(Release) ହେବା ପରେ, RLV ବିମାନ ଚଳାଚଳ କରିବ, ରନୱେ ନିକଟରେ ପହଞ୍ଚିବ ଏବଂ ଚିତ୍ରାଦୁର୍ଗ ନିକଟ ପ୍ରତିରକ୍ଷା ବିଭାଗର ଏକ ଅଞ୍ଚଳରେ ଲ୍ୟାଣ୍ଡିଂ ଗିୟର ସହିତ ସ୍ୱୟଂଚାଳିତ ଭାବେ ଅବତରଣ କରିବ ।