ଓଡିଶା

odisha

ETV Bharat / science-and-technology

ଇସ୍ରୋକୁ ଲିଫ ଏରିକସନ ଲୁନାର ପୁରସ୍କାର, ବଧେଇ ଦଲେ ବୈଦେଶିକ ମନ୍ତ୍ରୀ - ଚନ୍ଦ୍ରଯାନ 3ର ଐତିହାସିକ ସଫଳତା

ISRO Bags Leif Erikson Lunar Prize: ମୁନ୍‌ ମିଶନ ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ମିଳିଲା ଲିଫ୍‌ ଏରିକସନ ଲୁନାର ପୁରସ୍କାର । ଅଧିକ ପଢ଼ନ୍ତୁ

ISRO Bags Leif Erikson Lunar Prize
ISRO Bags Leif Erikson Lunar Prize

By ETV Bharat Odisha Team

Published : Dec 21, 2023, 11:00 AM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସଫଳତା ବିଶ୍ବବିଦିତ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ କୀର୍ତ୍ତିମାନ ସ୍ଥାପନ କରିଥିଲା ଭାରତ । ତେବେ ଇସ୍ରୋର ଏହି ଐତିହାସିକ ସଫଳତା ପାଇଁ ସମସ୍ତ ଦେଶରୁ ଶୁଭେଚ୍ଛା ଛୁଟିଥିବା ବେଳେ ଗତକାଲି(ବୁଧବାର) ISRO ମିଳିଲା ଲିଫ ଏରିକସନ ଲୁନାର ପୁରସ୍କାର । ଚନ୍ଦ୍ରଯାନର ସଫଳତା ପାଇଁ ଲିଫ ଏରିକସନ ଲୁନାର ପୁରସ୍କାରରେ ସମ୍ମାନିତ କରାଯାଇଛି । ଚନ୍ଦ୍ରଅଭିଯାନକୁ ଆଗକୁ ବଢାଇବା ଅର୍ଥାତ ଚନ୍ଦ୍ରଯାନ-3 ଦ୍ବାରା ମହାକାଶୀୟ ରହସ୍ୟକୁ ଲୋକଲୋଚନକୁ ଆଣିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଇସ୍ରୋକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତେବେ ରାଷ୍ଟ୍ରଦୂତ ବାଲାଶୁଭ୍ରମନ୍ୟମ ଶ୍ୟାମ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ବୈଦେଶିକ ମନ୍ତ୍ରୀଙ୍କ ଶୁଭେଚ୍ଛା:ଏହି ପୁରସ୍କାର ଘୋଷଣା ହେବା ପରେ ଇସ୍ରୋ ଅଧ୍ୟକ୍ଷ ଏସ୍‌ ସୋମନାଥ ମଧ୍ୟ ଖୁସୀ ବ୍ୟକ୍ତ କରିବା ସହିତ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ଲିଫ ଏରିକସନ ଲୁନାର ପୁରସ୍କାର ପାଇଁ ବଧେଇ ଦେଇଛନ୍ତି । ଚନ୍ଦ୍ରଯାନ-3 ଦେଶର ପ୍ରତିଷ୍ଠାକୁ ଆହୁରି ଆଗକୁ ବଢ଼ାଇବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ । ଲିଫ ଏରିକସନକୁ ଖ୍ରୀଷ୍ଟୋଫର୍ କଲମ୍ବସରୁ 400 ବର୍ଷ ପୂର୍ବେ ଆମେରିକୀୟ ମାଳଦ୍ୱୀପରେ ପହଞ୍ଚିଥିବା ପ୍ରଥମ ୟୁରୋପୀୟ ବୋଲି ବିବେଚନା କରାଯାଏ । ଏହି ବର୍ଷିକ ପୁରସ୍କାର ତାଙ୍କ ନାମରେ ହିଁ ପ୍ରଦାନ କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: ଏଲ-1 ପଏଣ୍ଟରେ କେବେ ପହଞ୍ଚିବ ଆଦିତ୍ୟ ଏଲ-1 ? ଏଭଳି କହିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ

ଚନ୍ଦ୍ରଯାନ-3ର ସଫଳ ଯାତ୍ରା:

  • ଅଗଷ୍ଟ 23 ତାରିଖରେ ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ପରିଗଣିତ ହୋଇଥିଲା । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଆମେରିକା, ଋଷ, ଚୀନ ପରେ ଭାରତ ଚତୁର୍ଥ ଦେଶ ହୋଇଥିଲା ।
  • ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ବିଭିନ୍ନ ପରୀକ୍ଷଣ ମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ ।
  • ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପରେ ପ୍ରପୋଲ୍ୟୁସନ ମୋଡେଲ ଚନ୍ଦ୍ରକୁ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇଥିଲା । ଏହାକୁ ପୃଥିବୀର କକ୍ଷପଥକୁ ଫେରାଇ ଆଣିବା ପାଇଁ ଅନେକ ପରୀକ୍ଷଣ ମଧ୍ୟ କରାଯାଇଥିଲା ।
  • ଚନ୍ଦ୍ର ମିଶନରେ ଭାରତ ଐତିହାସକିତ ସଫଳତା ହାସଲ କରିବା ପରେ ସେପ୍ଟେମ୍ବର 2 ତାରିଖରେ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଆଗକୁ ବଢିଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ସୌରମିଶନ ଆଦିତ୍ୟ ଏଲ-1କୁ ଉତକ୍ଷେପଣ କରାଯାଇଥିଲା । ତେବେ ଏହା ଆସନ୍ତା ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଏଲ-1 ପଏଣ୍ଟରେ ପହଞ୍ଚି ପାରେ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details