ଓଡିଶା

odisha

By

Published : Jan 20, 2023, 11:44 AM IST

ETV Bharat / science-and-technology

ମୋବାଇଲ୍ ଅପରେଟିଂ ସିଷ୍ଟମ୍ ପ୍ରସ୍ତୁତ କଲା IIT-Madras, ସୁରକ୍ଷିତ ରହିବ ଗୋପନୀୟ ତଥ୍ୟ

ଏଣିକି ବାଧ୍ୟତାମୂଳକ ଭାବେ ସ୍ମାର୍ଟଫୋନରେ ଥିବା ସମସ୍ତ ଆପ୍‌ର ବ୍ୟବହାର କରିବାକୁ ପଡିବନି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲା ଭରୋସ 'BharOS' ସିଷ୍ଟମ । ଅଧିକ ପଢନ୍ତୁ

IIT-Madras
IIT-Madras

ଚେନ୍ନାଇ:ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସର ଇନକ୍ୟୁବେଡ୍ ସେଣ୍ଟର ଏକ ସ୍ୱଦେଶୀ ମୋବାଇଲ୍ ଅପରେଟିଂ ସିଷ୍ଟମ ବିକଶିତ କରିଛି, ଯାହା ଦ୍ବାରା ଭାରତର 100 କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଉପକୃତ ହୋଇପାରିବେ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସିଷ୍ଟମର ନାମ 'BharOS' ରଖାଯାଇଛି । ଏହା ସଫ୍ଟୱେର୍‌କୁ କମର୍ସିଆଲ୍ ଅଫ୍-ଦି-ସେଲ୍ ହ୍ୟାଣ୍ଡସେଟରେ ସଂସ୍ଥାପିତ ହୋଇପାରିବ । ଏହା ଉପଭୋକ୍ତାଙ୍କ ଗୋପନୀୟତା ବଜାୟ ରଖିବାରେ ସହାୟକ ହେବ ।

ରିପୋର୍ଟ ମୁତାବକ, ଯେଉଁ ସଂସ୍ଥାଗୁଡିକ ଅତ୍ୟଧିକ ଗୋପନୀୟତା ଏବଂ ସୁରକ୍ଷା ଆବଶ୍ୟକତା କରୁଛନ୍ତି, ସେମାନଙ୍କୁ BharOS ସେବା ପ୍ରଦାନ କରାଯାଉଛି, ଯାହାଦ୍ବାରା ଉପଭୋକ୍ତାମାନେ ସେମାନଙ୍କ ସମ୍ବେଦନଶୀଳ ସୂଚନାକୁ ନିୟନ୍ତ୍ରଣ କରିପାରିବେ ଏବଂ ମୋବାଇଲ୍ ଆପ୍‌ଗୁଡିକ ଉପରେ ଗୁପ୍ତ ବ୍ୟବହାର କରିପାରିବେ । ଏହି ଡିଭାଇସ୍ ବ୍ୟବହାର ପାଇଁ ଉପଭୋକ୍ତାମାନେ ବ୍ୟକ୍ତିଗତ 5G ନେଟୱାର୍କ ମାଧ୍ୟମରେ ପ୍ରାଇଭେଟ୍ କ୍ଲାଉଡ୍ ସେବାକୁ ପ୍ରବେଶ କରିବାକୁ ପଡିବ । ଏହି ସିଷ୍ଟମର ନିର୍ମାଣ ସହ 'ଅତ୍ମନିର୍ଭର ଭାରତ' ଦିଗରେ ଦେଶ ଆଉ ପାଦେ ଆଗକୁ ବଢିଛି ।

BharOS କୁ Jandke Operations Private Limited (JandKops) ବିକଶିତ କରିଥିଲା, ଯାହାକୁ ଆଇଆଇଟି ମାଡ୍ରାସ୍ ଇନୋଭେଟିଭ୍ ଟେକ୍ନୋଲୋଜି ଫାଉଣ୍ଡେସନ୍(ଏକ ଅଣଲାଭ କମ୍ପାନୀ) ଆଇଟି ମାଡ୍ରାସ ଦ୍ବାରା ଧାରା 8 ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ଏହି ଫାଉଣ୍ଡେସନକୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ, ଭାରତ ସରକାର ଏହାର ନ୍ୟାସନାଲ ମିଶନ ଅନ୍ତଃବିଷୟ ସାଇବର-ଫିଜିକାଲ୍ ସିଷ୍ଟମ ଅଧୀନରେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଯେଉଁସବୁ ଦେଶଗୁଡିକରେ ଏହି ସୁବିଧା ରହିଛି, ସେମାନଙ୍କ ସହ ସମକକ୍ଷ କରିବା ପାଇଁ ଏପରି ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୂତନ ମୋବାଇଲ୍ ଅପରେଟିଂ ସିଷ୍ଟମ ଘୋଷଣା ସମୟରେ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଡ. ଭି.କାମାକୋଟି କହିଛନ୍ତି, "BharOS ସେବା ହେଉଛି ଏକ ମୋବାଇଲ୍ ଅପରେଟିଂ ସିଷ୍ଟମ୍, ଯାହା ଟ୍ରଷ୍ଟର ମୂଳଦୁଆ ଉପରେ ନିର୍ମିତ ଯାହାକି ଉପଭୋକ୍ତାମାନଙ୍କୁ ଅଧିକ ସ୍ବାଧୀନତା ଏବଂ ଗୋପନୀୟତା ନିୟନ୍ତ୍ରଣ ଉପରେ ଧ୍ୟାନ ଦେବା ସହ ସେମାନଙ୍କ ପସନ୍ଦର ଆପ୍ ବ୍ୟବହାର କରିବାର ସୁବିଧା ଯୋଗାଇବ ।

ଅଧିକନ୍ତୁ, ପ୍ରଫେସର କାମାକୋଟି କହିଛନ୍ତି ଯେ, ଆମ ଦେଶରେ BharOSର ବ୍ୟବହାର ତଥା ଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆଇଟି ମାଡ୍ରାସ ଅନ୍ୟାନ୍ୟ ବେସରକାରୀ ଶିଳ୍ପ, ସରକାରୀ ଏଜେନ୍ସି, ଷ୍ଟ୍ରାଟେଜିକ୍ ଏଜେନ୍ସି ଏବଂ ଟେଲିକମ୍ ସେବା ପ୍ରଦାନକାରୀଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛି । ଏଥିରେ କୌଣସି ନନ୍ ଡିଫଲ୍ଟ ଆପ୍ (NDA) ନାହିଁ । ଏହାର ଅର୍ଥ ଉପଭୋକ୍ତାମାନେ ସମସ୍ତ ଆପ୍ ବ୍ୟବହାର କରିବାକୁ ବାଧ୍ୟ ନୁହଁନ୍ତି, ଯାହା ସେମାନଙ୍କର ପସନ୍ଦର ଏବଂ ବିଶ୍ବାସଯୋଗ୍ୟ ସେସବୁ ଆପ୍ ବ୍ୟବହାର କରିପାରିବେ । ଅତିରିକ୍ତ ଭାବରେ, ଏହି ପଦ୍ଧତି ଉପଭୋକ୍ତାଙ୍କୁ ସେମାନଙ୍କ ଡିଭାଇସରେ ଥିବା ଆପ୍ସ ପାଇଁ ଉପଲବ୍ଧ ଅନୁମତି ଉପରେ ଅଧିକ ନିୟନ୍ତ୍ରଣ ରଖିବା ପାଇଁ ସ୍ବାଧୀନତା ଦେଇଥାଏ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details