ହାଇଦ୍ରାବାଦ:ଭାରତ ସରକାରଙ୍କ 'ମେକ୍ ଇନ୍ ଇଣ୍ଡିଆ' ମାଧ୍ୟମରେ ସୁରକ୍ଷା ବଳକୁ ଆହୁରି ସୁଦୃଢ କରିବା ପାଇଁ ଏକ ସର୍ଭିଲାନ୍ସ ବା ନିରୀକ୍ଷଣ ଉପକରଣ ତିଆରି କରିଛି ହାଇଦ୍ରାବାଦର ଏକ କମ୍ପାନୀ । ଏହି ଉପକରଣଟି ସୀମାବର୍ତ୍ତୀ ଅଞ୍ଚଳରେ ଶତ୍ରୁ ଉପରେ ରଖିବ ନଜର । କମ୍ପାନୀ ନିଜେ ଗବେଷଣା କରିବା ସହ ଏହି ଉପକରଣଗୁଡିକର ଡିଜାଇନ କରି ଏହାକୁ ବିକଶିତ କରିଥିବା କହିଛି । ଏ ସମ୍ପର୍କରେ HC Roboticsର ପ୍ରୋଜେକ୍ଟ ମ୍ୟାନେଜର ଡକ୍ଟର ଦିଲ୍ଲୀପ ସୂଚନା ଦେଇଛନ୍ତି ।
କମ୍ପାନୀ ଶତ୍ରୁ ଉପରେ ନଜର ରଖିବା ପାଇଁ ବିଭିନ୍ନ ଉନ୍ନତଧରଣର ଡ୍ରୋନ ସହ କ୍ୟାମେରା ଆଦି ନିର୍ମାଣ କରିଛନ୍ତି । ଏହି ଉପକରଣଗୁଡ଼ିକ ଯେକୌଣସି କଠିନ ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ କ୍ଷମତା ରଖିଛି । ଏହି ଡ୍ରୋନଗୁଡ଼ିକ ପ୍ରାୟ ୫ କେଜି ପର୍ଯ୍ୟନ୍ତ ଜିନିଷକୁ ଧାରଣ କରିବାରେ ସକ୍ଷମ । ଏହାସହିତ ବାୟୁମଣ୍ଡଳରେ ଉଡୁଥିବା ସମୟରେ କୌଣସି ବାଧକ ସହିତ ଲଢିବାର କ୍ଷମତା ମଧ୍ୟ ରଖିଛି । ଏହି ଡ୍ରୋନଗୁଡ଼ିକ ଏରିଆଲ ସର୍ଭିଲାନ୍ସ ସମେତ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ସହାୟକ ହୋଇପାରିବ ।