ଓଡିଶା

odisha

ETV Bharat / science-and-technology

Electronic helmet: ପାଟନା ଇଞ୍ଜିନିୟରିଂ ଛାତ୍ରଙ୍କ କମାଲ୍, ହେଲମେଟ ବିନା ଗଡିବନି ବାଇକ୍‌ - ହେଲମେଟ ବିନା ଗଡିବନି ବାଇକ୍‌

ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ଇଞ୍ଜିନିୟରିଂ ଛାତ୍ର ଏକ ଇଲେକ୍ଟ୍ରୋନିକ୍ ହେଲମେଟ ତିଆରି କରିଛନ୍ତି, ଏହି ହେଲମେଟ ବିନା ବାଇକ୍ ଚଳାଇବା ସମ୍ଭବ ନୁହେଁ । ଅଧିକ ପଢନ୍ତୁ

ଇଞ୍ଜିନିୟରିଂ ଛାତ୍ରଙ୍କ କମାଲ୍: ଏପରି ହେଲମେଟ୍ ପ୍ରସ୍ତୁତ କଲେ, ଯାହା ବିନା ଗାଡି ଗଡିବନି
ଇଞ୍ଜିନିୟରିଂ ଛାତ୍ରଙ୍କ କମାଲ୍: ଏପରି ହେଲମେଟ୍ ପ୍ରସ୍ତୁତ କଲେ, ଯାହା ବିନା ଗାଡି ଗଡିବନି

By

Published : Nov 12, 2022, 8:11 AM IST

ପାଟନା: ବର୍ତ୍ତମାନ ସମୟରେ ସଡକ ଦୁର୍ଘଟଣା ଏକ ବ୍ୟାଧି ସଦୃଶ ପାଲଟିଲାଣି । କାରଣ ପ୍ରତିବର୍ଷ ଏହି କାରଣରୁ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟୁଛି । ସବୁଠୁ ବୃଡ କଥା ହେଉଛି କି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ସର୍ବାଧିକ ମୃତ୍ୟୁ ଘଟୁଛି, ଯାହାର ମୁଖ୍ୟ କାରଣ ହେଲମେଟ୍ ନ ପିନ୍ଧିବା । ଏଥିପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କଡା ପରିବହନ ନିୟମ ଜାରି କରାଯାଉଛି । ତଥାପି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରୁନାହିଁ । ଏହାରି ମଧ୍ୟରେ ହେଲମେଟ୍ କିପରି ବାଧ୍ୟତାମୂଳକ ହୋଇପାରିବ ତାହା କରି ଦେଖାଇଛନ୍ତି ଜଣେ ଇଞ୍ଜିନିୟର ଛାତ୍ର(Helmet will prevent road accident) ।

ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ଇଞ୍ଜିନିୟରିଂ ଛାତ୍ର ଏକ ଇଲେକ୍ଟ୍ରୋନିକ୍ ହେଲମେଟ ତିଆରି କରିଛନ୍ତି, ଏହି ହେଲମେଟ ବିନା ବାଇକ୍ ଚଳାଇବା ସମ୍ଭବ ନୁହେଁ । ପୋଲିସର ସହାୟତାରେ ଲୋକଙ୍କୁ ଏହି ହେଲମେଟର ବ୍ୟବହାର ବିଷୟରେ ଅବଗତ କରାଉଛନ୍ତି ପ୍ରସ୍ତୁତ କରିଥିବା ଇଞ୍ଜିନିୟରିଂ ଛାତ୍ର ।

ଇଲେକ୍ଟ୍ରୋନିକ୍ ହେଲମେଟ ବିଶେଷତା:-

ସଡକ ଦୁର୍ଘଟଣା, ବାଇକ୍ ଚୋରି ଭଳି ସମସ୍ୟାର ମୁକାବିଲା ପାଇଁ ବିହାରର ଇଞ୍ଜିନିୟରମାନେ ଇଲେକ୍ଟ୍ରୋନିକ୍ ଉପକରଣ ହେଲମେଟ ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ପ୍ରସ୍ତୁତ କରିବାରେ ବହୁ ପରିମାଣରେ ସଫଳ ହୋଇଛନ୍ତି ବୋଲି ନାଳନ୍ଦା ଟ୍ରାଫିକ ଡିଏସପି ଅରୁଣ କୁମାର ସିଂ କହିଛନ୍ତି । ଏହି ହେଲମେଟ୍ ବଜାରରେ ଉପଲବ୍ଧ ହେବା ପାଇଁ ଏକରୁ ଦୁଇ ବର୍ଷ ଲାଗିପାରେ ବୋଲି ଅନୁମାନ କରାଯାଉଛି । ଏହି ନୂତନ ପ୍ରକାରର ହେଲମେଟ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଡେମୋ ମଧ୍ୟ ଦେଖାଯାଉଛି । ଡେମୋ ସମୟରେ ହେଲମେଟକୁ ଆହୁରି ଉନ୍ନତ କରିବା ପାଇଁ ଲୋକଙ୍କଠାରୁ ପରାମର୍ଶ ମଧ୍ୟ ନିଆଯାଇଥିଲା ।

ଏହି ହେଲମେଟର ବିଶେଷତା ବହୁତ ରହିଛି । ଜୀବନ ବଞ୍ଚାଇବା ପାଇଁ ଲୋକେ ହେଲମେଟ ପିନ୍ଧିଥାନ୍ତି, ଏହା ମଧ୍ୟ ଗାଡିକୁ ଚୋରି ହେବାରୁ ରୋକିଥାଏ । କାରଣ ଯଦି ଗାଡି ମାଲିକଙ୍କ ପାଖରେ ହେଲମେଟ୍ ଥାଏ ତେବେ ଏହାକୁ ଚୋରି କରିବା ଅସମ୍ଭବ । ଆହୁରି ମଧ୍ୟ ଏହି ହେଲମେଟ୍ ଗାଡି ସହିତ ସଂଯୋଗ ହେବା ପରେ ଏହା କାମ କରିବ । ଏଥିସହ ଏହି ହେଲମେଟ ପିନ୍ଧିଲେ ଗାଡିରେ କେବଳ ଦୁଇ ଜଣ ଯାତ୍ରା କରିପାରିବେ । ଯଦି ଭୁଲରେ ବାଇକରେ ଟ୍ରିପଲ୍ ଲୋଡିଂ ଥାଏ ତେବେ ବାଇକ୍ ଷ୍ଟାର୍ଟ ହେବ ନାହିଁ ।

ଯଦି ବାଇକ୍ ଆରମ୍ଭ କରିବା ପରେ 3 ଜଣ ଏହା ଉପରେ ବସନ୍ତି, ତେବେ ବାଇକ୍ ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯିବ । ଏହା ବ୍ୟତୀତ, ରେଡ୍ ସିଗ୍‌ନାଲରେ ଏହି ଗାଡି ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯିବ । ନାଳନ୍ଦା ଟ୍ରାଫିକ ଡିଏସପି ଅରୁଣ କୁମାର ସିଂ କହିଛନ୍ତି ଯେ, "ମୋଟ ଉପରେ ଏହି ହେଲମେଟ ସମ୍ପୂର୍ଣ୍ଣ ସୁରକ୍ଷିତ ବଜାରରେ ସୁଲଭ ଦରରେ ମଧ୍ୟ ଉପଲବ୍ଧ ହେବ ।"

ABOUT THE AUTHOR

...view details